କନକ ବ୍ୟୁରୋ: ସେପ୍ଟେମ୍ବର ୨ ତାରିଖ ଦିନ ୧୧ଟା ୫୦ରେ ସୂର୍ଯ୍ୟ ଅଭିଯାନ ନେଇ ଘୋଷଣା କରିଛି ଇସ୍ରୋ । ଏନେଇ ଟୁଇଟ୍ କରି ସୂଚନା ଦେଇଛି ଭାରତୀୟ ମହାକାଶ ବିଜ୍ଞାନ କେନ୍ଦ୍ର । ସଫଳ ଚନ୍ଦ୍ରଯାତ୍ରା ପରେ ସୂର୍ଯ୍ୟ ଅଭିଯାନ କରିବାକୁ ପ୍ରସ୍ତୁତ ହୋଇଛି ଭାରତ । ସୂର୍ଯ୍ୟକୁ ନେଇ ଅଧିକ ଅନୁଧ୍ୟାନ କରିବା ପାଇଁ ଇସ୍ରୋ ପକ୍ଷରୁ ଜାରି ରହିଛି ଏହି ଅଭିଯାନ । ଏହି ପରିପ୍ରେକ୍ଷୀରେ ଏକ ମହାକାଶ ଯାନ ସୂର୍ଯ୍ୟ ଅଭିମୁଖେ ପଠାଇବ ଇସ୍ରୋ । ସେପ୍ଟେମ୍ବର ୨ ତାରିଖରେ ସୂର୍ଯ୍ୟ ଅଭିମୁଖେ ଯାତ୍ରା କରିବ ମହାକାଶ ଯାନ - ଆଦିତ୍ୟ ଏଲ୍-ୱାନ୍ । ଏହି ମହାକାଶ ଯାନ ପୃଥିବୀ ଠାରୁ ୧୫ ଲକ୍ଷ କିଲୋମିଟର ଦୂରରେ ରହି ସୂର୍ଯ୍ୟ ଉପରେ କରିବେ ଗବେଷଣା । ସୂର୍ଯ୍ୟର ଅତି ବାଇଗେଣି ରଶ୍ମିକୁ ନେଇ ତଥ୍ୟ ସଂଗ୍ରହ କରିବ ମହାକାଶ ଯାନ - ଆଦିତ୍ୟ ଏଲ୍-ୱାନ୍ ।