କନକ ବ୍ୟୁରୋ : ପିଓକେରେ ସର୍ଜିକାଲ ଅପରେସନରେ ପ୍ରଥମ ଥର ପାଇଁ କାଟ୍ରୋସେଟ ସାଟେଲାଇଟରେ ନିଆଯାଇଥିବା ଇମେଜର ବ୍ୟବହାର କରିଛି ଭାରତୀୟ ସେନା । ବୁଧବାର ବିଳମ୍ବିତ ରାତିରେ ହୋଇଥିବା ସର୍ଜିକାଲ ଅପରେସନ ପାଇଁ କାଟ୍ରୋସେଟ ସାଟେଲାଇଟ ଇମେଜ ଯୋଗାଇ ଦେଇଥିଲା ଇସ୍ରୋ ।
ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁଯାୟୀ ଇସ୍ରୋର ଜଣେ ଅଧିକାରୀଙ୍କ କହିବା କଥା ହେଲା ବିଶେଷ ଭାବରେ ଆର୍ମିକୁ ଏପରି କାଟ୍ରୋସେଟ ସାଟେଲାଇଟ ଇମେଜ ଯୋଗାଇ ଦେଇଥାଏ ଇସ୍ରୋ । ଏହି ଇମେଜ ଗୁଡିକ ମୁଖ୍ୟତଃ ଆର୍ମି ଅପରେସନରେ ସହାୟତା କରିଥାଏ ଏବଂ ଆର୍ମି ମଧ୍ୟ ଏହି ଇମେଜ ଗୁଡିକର ବ୍ୟବହାର କରେ ।
କାଟ୍ରୋସେଟ ଇମେଜ ବ୍ୟବହାର କରିବା ନେଇ ଇସ୍ରୋ ଏବଂ ପ୍ରତିରକ୍ଷା ମନ୍ତ୍ରାଳୟ କୌଣସି ଖୁଲାସା କରିନଥିଲେ । ତେବେ ବିଶେଷଜ୍ଞଙ୍କ କହିବା କଥା ହେଲା ଆକାଶ ମାର୍ଗରେ ନଜର ରଖିବା ପାଇଁ ସେନା ଏହି କାଟ୍ରୋସେଟ ଇମେଜର ବ୍ୟବହାର କରିଥାଏ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2016/09/vlcsnap-2016-09-30-12h07m14s419.png)