ଅନ୍ତରୀକ୍ଷରେ କିଭଳି ରହିଥାଏ ପାଇଖାନା ବ୍ୟବସ୍ଥା ? କୁଆଡେ ଯାଏ ଅନ୍ତରୀକ୍ଷ ଯାତ୍ରୀଙ୍କ ମଳ ଏବଂ ମୂତ୍ର ? ଜାଣନ୍ତୁ ।

897

ଇସ୍ରୋ ୨୦୨୨ ମଧ୍ୟରେ ଗଗନଯାନ ଜରିଆରେ ମନୁଷ୍ୟଙ୍କୁ ଅନ୍ତରୀକ୍ଷ ପଠାଇବା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି । ଏବେ ଆଷ୍ଟ୍ରୋନଟ୍ ଅନ୍ତରୀକ୍ଷ ଯାତ୍ରା କରିବା ପଥରେ ଅଛନ୍ତି । କିନ୍ତୁ ମନରେ ପ୍ରଶ୍ନ ଉଠେ ଯେ ଅନ୍ତରୀକ୍ଷକୁ ଯାଉଥିବା ଆଷ୍ଟ୍ରୋନଟ୍ ଯେତେ ଦିନ ବି ସେଠାରେ ରୁହନ୍ତି ସେମାନେ ତ୍ୟାଗ କରୁଥିବା ମଳମୂତ୍ର କେଉଁଠାକୁ ଯାଏ ? ଆମେରିକା ଦ୍ୱାରା ୧୯୬୯ ରେ ପଠାଯାଇଥିବା ମାନବ ମୁନ୍ ମିଶନ୍ ରେ ପ୍ରଥମଥର ପାଇଁ ଚନ୍ଦ୍ରରେ ପାଦ ରଖିଥିଲେ ନିଲ୍ ଆର୍ମଷ୍ଟ୍ରାଙ୍ଗ୍ । କିନ୍ତୁ ଚନ୍ଦ୍ରରେ ପ୍ରଥମ ମୂତ୍ର ତ୍ୟାଗ କରିଥିବା ଅନ୍ତରୀକ୍ଷ ଯାତ୍ରୀ ହେଉଛନ୍ତି ବଜ୍ ଏଲ୍ଡିନ୍ । ତେବେ ପୃଥିବୀଠାରୁ ପାଖାପାଖି ୪୦୦ କି.ମି. ଉଚ୍ଚରେ ଥିବା ଇଣ୍ଟରନ୍ୟାସନାଲ୍ ସ୍ପେଶ୍ ଷ୍ଟେସନ୍ ରେ ଆଷ୍ଟ୍ରୋନଟ୍ ମଳମୂତ୍ର କିଭଳି ତ୍ୟାଗ କରନ୍ତି? ତାଙ୍କ ମଳମୂତ୍ରର ହୋଇଥାଏ କ’ଣ? ଆଜି ଆସନ୍ତୁ ଅନ୍ତରୀକ୍ଷ ଯାତ୍ରୀଙ୍କ ଯାତ୍ରା ସମ୍ବନ୍ଧରେ ଜାଣିବା କିଛି ରୋଚକ ତଥ୍ୟ ।

୧ . ଜାନୁଆରୀ ୧୯ , ୧୯୬୧ ମସିହାରେ ନାସା ପ୍ରଥମେ ମାନବଯୁକ୍ତ ମିଶନ୍ ମର୍କରୀ ରେଡଷ୍ଟୋନ୍ -୩ ଲଞ୍ଚ୍ କରିଥିଲା ଏବଂ ଏଲନ୍ ସେଫର୍ଡ ଅନ୍ତରୀକ୍ଷକୁ ଯାଇଥିବା ପ୍ରଥମ ଆମେରିକା ଅନ୍ତରୀକ୍ଷ ଯାତ୍ରୀ ଥିଲେ । ୧୫ ମିନିଟ୍ ର ମିଶନ୍ ରେ ସେଫର୍ଡଙ୍କୁ ଅନ୍ତରୀକ୍ଷରେ ମାତ୍ର କେଇ ମିନିଟ୍ କାଟିବାର ଥିଲା । ଏଥିପାଇଁ ମିଶନ୍ ରେ ଟଏଲେଟ୍ ର କୌଣସି ବ୍ୟବସ୍ଥା କରାଯାଇନଥିଲା । କିନ୍ତୁ ଲଞ୍ôଚଙ୍ଗ୍ ବିଳମ୍ବ କାରଣରୁ ସେଫର୍ଡଙ୍କୁ ପରିଶ୍ରା ଲାଗିଲା ସେତେବେଳେ ସେ ମିଶନ୍ କଣ୍ଟ୍ରୋଲ୍ ଙ୍କୁ ସ୍ପେଶ୍ ସୁଟରେ ପରିଶ୍ରା କରିବା କଥା ପଚାରିଥିଲେ ଏବଂ ଏଥିପାଇଁ ତାଙ୍କୁ ଅନୁମତି ମଧ୍ୟ ମିଳିଯାଇଥିଲା । ଏହାପରେ ସେଫର୍ଡ ଓଦା କପଡାରେ ହିଁ ଅନ୍ତରୀକ୍ଷ ଯାତ୍ରା କରିଆସିଲେ ।

୨ . କିଛି ବର୍ଷ ପରେ ଅନ୍ତରୀକ୍ଷ ଯାତ୍ରୀଙ୍କ ପାଇଁ ଏକ ପାଉଚ୍ ପ୍ରସ୍ତୁତ କରାଗଲା । ଯାହା ପ୍ରତିଥର ଅନ୍ତରୀକ୍ଷରେ ଫାଟି ଯାଉଥିଲା । ପରେ ଏହାର ଆକାରକୁ ବଢାଇ ଦିଆଗଲା । ଅନ୍ୟପକ୍ଷରେ ଯାତ୍ରୀଙ୍କ ଶୌଚ ପାଇଁ ପଛପଟେ ଏକ ବ୍ୟାଗ୍ ଲଗାଇ ଯାଉଥିଲା । ଏଭଳି କରିବା ଦ୍ୱାରା କାମ ତ ଚଳିଯାଉଥିଲା କିନ୍ତୁ ଅନ୍ତରୀକ୍ଷ ଯାତ୍ରୀଙ୍କ ପାଇଁ ସମସ୍ୟା ପାଲଟିଥିଲା ଦୁର୍ଗନ୍ଧ ।

୩ . ୧୯୮୦ ରେ ନାସାରେ ମହିଳା ଅନ୍ତରୀକ୍ଷ ଯାତ୍ରୀମାନେ ଯେତେବେଳେ ଅନ୍ତରୀକ୍ଷକୁ ଯିବାକୁ ବାହାରିଲେ ସେତେବେଳେ ନାସା MAG ପ୍ରସ୍ତୁତ କଲା । ଯାହା ଛୋଟ ପିଲାଙ୍କ ଡାଇପର୍ ଭଳି ଦେଖାଯାଉଥିଲା । ଯାହାକୁ ଉଭୟ ପୁରୁଷ ଏବଂ ମହିଳା ବ୍ୟବହାର କରୁଥିଲେ । ଏହି ଡାଇପରକୁ ପ୍ରଥମେ ମହିଳା ଅନ୍ତରୀକ୍ଷ ଯାତ୍ରୀ ସେଲି କ୍ରଷ୍ଟେନ୍ ୧୯୮୩ ରେ ବ୍ୟବହାର କରିଥିଲେ ।

୪ . ଅନେକ ଅସୁବିଧାର ସମ୍ମୁଖୀନ ହେବା ପରେ ନାସା ଜିରୋ ଗ୍ରାଭିଟି ଟଏଲେଟ୍ ପ୍ରସ୍ତୁତ କଲା । ଏଥିରେ ଅନ୍ତରୀକ୍ଷ ଯାତ୍ରୀମାନଙ୍କୁ ଅନେକ କସରତ କରିବାକୁ ପଡୁଥିଲା । କାରଣ ଅନ୍ତରୀକ୍ଷରେ ମଳ ଆପେ ଆପେ ବାହାରି ନଥାଏ । ଏହାକୁ ଜୋର୍ ଲଗାଇ ଗ୍ଲୋବସ୍ ପିନ୍ଧା ହାତର ପ୍ରୟୋଗରେ ଜିରୋ ଗ୍ରାଭିଟି ଟଏଲେଟ୍ ରେ ପକାଯାଏ । ଏହାପରେ ଏଥିରେ ଲାଗିଥିବା ଏକ ପଙ୍ଖା ମଳକୁ ବାହାର କରି ଏକ ଟ୍ୟୁବ୍ ଜରିଆରେ କଣ୍ଟେନର୍ ରେ ପକାଇଥାଏ । ଏବେ ମଧ୍ୟ ଅନ୍ତରୀକ୍ଷରେ ଜିରୋ ଗ୍ରାଭିଟି ଟଏଲେଟ୍ ର ବ୍ୟବହାର ହୋଇଥାଏ । ଜମା ଥିବା ପରିସ୍ରାକୁ ୱାଟର୍ ରିସାଇକ୍ଲିଙ୍ଗ୍ ୟୁନିଟ୍ ରେ ସଫା କରି ପୁନଶ୍ଚ ପିଇବା ପାଣିକୁ ପରିବର୍ତ୍ତନ କରାଯାଏ ।