ଇସ୍ରୋ ୨୦୨୨ ମଧ୍ୟରେ ଗଗନଯାନ ଜରିଆରେ ୩ ଜଣ ଭାରତୀୟଙ୍କୁ ଅନ୍ତରୀକ୍ଷ ଯାତ୍ରାରେ ପଠାଇବା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି । ୭ ଦିନ ଧରି ଏହି ଆଷ୍ଟ୍ରୋନଟ୍ ଅନ୍ତରୀକ୍ଷ ଯାତ୍ରା କରିବେ । କିନ୍ତୁ ଏବେ ପ୍ରଶ୍ନ ଉଠେ ଯେ ୭ ଦିନ ପର୍ଯ୍ୟନ୍ତ ଏହି ୭ ଜଣ ମହାକାଶଚାରୀ ଖାଇବେ କ’ଣ ? ବଚିଂବେ କେମିତି?
ମହାକାଶଚାରୀଙ୍କୁ ନେଇ ଅନେକ ପ୍ରଶ୍ନ ମନରେ ଉଙ୍କି ମାରେ? କ’ଣ ଅନ୍ତରୀକ୍ଷରେ ଖାଇବା ପ୍ରସ୍ତୁତ ହୁଏ? ଥାଳି ଏବଂ ପ୍ଲେଟ୍ ରେ ଖାଦ୍ୟ ପରଷାଯାଏ? ବଳକା ଖାଦ୍ୟର କ’ଣ ହୁଏ? କ’ଣ ଅନ୍ତରୀକ୍ଷରେ ଖାଦ୍ୟ ପଚାହୁଏ? ଏଭଳି ଅନେକ ପ୍ରଶ୍ନର ଉତ୍ତର ନେଇ ଆମେ ଏହି ଲେଖ ପ୍ରସ୍ତୁତ କରୁଛୁ । ମହାକାଶଚାରୀଙ୍କ ପାଇଁ ପ୍ରତିଟି ଦିନ ୧.୭ କିଲୋଗ୍ରାମ୍ ହିସାବରେ ଖାଦ୍ୟ ପଠାଯାଏ । ଯେଉଁଥିରେ ୪୫୦ ଗ୍ରାମ୍ ଓଜନ ଖାଦ୍ୟ କଭରର ଓଜନ ଥାଏ । ଅନ୍ତରୀକ୍ଷରେ ମାଧ୍ୟାକର୍ଷଣ ଶକ୍ତି ନଥାଏ । ତେଣୁ ମହାକାଶଚାରୀଙ୍କୁ ପଠାଯାଉଥିବା ଖାଦ୍ୟ ଜିରୋ ଗ୍ରାଭିଟିକୁ ଲକ୍ଷ୍ୟ କରି ପ୍ରସ୍ତୁତ କରାଯାଇଥାଏ । ଅନ୍ତରୀକ୍ଷ ଯାତ୍ରୀ ଯଦି ବ୍ୟାଗ୍ କିମ୍ବା କଭର୍ ଖୋଲୁଛନ୍ତି ତେବେ ତାଙ୍କୁ ୨ ଦିନ ଭିତରେ ସେ ଖାଦ୍ୟ ଶେଷ କରିବାକୁ ହିଁ ପଡିବ ଅଥବା ଖାଦ୍ୟ ନଷ୍ଟ ହୋଇଯିବ ।
ଖାଦ୍ୟକୁ ଅଧିକ ସମୟ ସତେଜ ରଖିବା ପାଇଁ ବ୍ୟବସ୍ଥା :
୧ . ଥର୍ମୋ – ଷ୍ଟେବଲାଇଜ୍ଡ : ପୃଥିବୀରେ ପ୍ରସ୍ତୁତ ହୋଇଥିବା ଖାଦ୍ୟକୁ ଗରମ କରି ଆଲୁମିନିୟମ୍ ବା ବାଇମେଟାଲିକ୍ ଟିଣରେ ରଖିଦିଆଯାଏ । ଏଥିରେ ଥରେ ଖାଦ୍ୟ ରଖିଲେ ଆଉ ଗରମ କରିବାକୁ ପଡିନଥାଏ ।
୨ . ରେଡିଏସନ୍ ରୋଧୀ ପ୍ୟାକେଜିଂ : ଖାଦ୍ୟକୁ ବିଶେଷ ପ୍ରକାରର ଫ୍ଲେକ୍ସିବଲ୍ ଫଏଲ୍ ଲିମିଟେଡ୍ ପାଉଚ୍ ରେ ରଖାଯାଏ । ଯାହାଦ୍ୱାରା ଅନ୍ତରୀକ୍ଷରେ ଥିବା ରେଡିଏସନ୍ ରୁ ବଚାଂଯାଇପାରିବ ।
୩ . ଶୁଖିଲା ଖାଦ୍ୟ : ଅନ୍ତରୀକ୍ଷକୁ ଅଧିକ ଶୁଖିଲା ଖାଦ୍ୟ ପଠାଯାଏ ।
୪ . ଥଣ୍ଡା ଶୁଖିଲା ଖାଦ୍ୟ : ସବୁବେଳେ ପ୍ରସ୍ତୁତ ଥିବା ଖାଦ୍ୟ ହେଉଛି ଥଣ୍ଡା ଶୁଖିଲା ଖାଦ୍ୟ । ଏହାକୁ ଅଧିକ ସମୟ ଧରି ଖାଦ୍ୟପଯୋଗୀ କୁହାଯାଇପାରିବ । ଯଥା - ଫଳ
୫ . ବାଦାମ , ଚକଲେଟ୍ , କୁକିଜ୍ ଭଳି ଖାଦ୍ୟ ମଧ୍ୟ ଖାଇହେବ ।
୬ . ପାନୀୟ ତରଳ ପଦାର୍ଥକୁ ପାଉଡର ମିକ୍ସ ଫର୍ମରେ ରଖାଯାଏ । ସ୍ପେଶ୍ ସେଣ୍ଟର ରେ କେବଳ ଗରମ ପାଣି ମିଶାଇ ମହାକାଶଚାରୀମାନେ ପିଅନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/07/FOOD.jpg)
/kanak/media/post_attachments/wp-content/uploads/2019/07/4bxsrthj-300x169.jpg)
/kanak/media/post_attachments/wp-content/uploads/2019/07/10-7-300x200.jpg)
/kanak/media/post_attachments/wp-content/uploads/2019/07/474f68d7d06a05d83fb808df9f325c4a-1-300x207.jpg)