ଇସ୍ରୋ ତିଆରି କଲା ସ୍ୱଦେଶୀ ପରମାଣୁ ଘଡି ! ଭାରତର ଜିପିଏସ ହେବ ଆହୁରି ଶକ୍ତିଶାଳୀ ।

62

ଭାରତୀୟ ଅନୁସନ୍ଧାନ କେନ୍ଦ୍ର (ଇସ୍ରୋ) ତରଫରୁ ଏକ ପରମାଣୁ ଘଡି ବିକଶିତ କରାଯାଇଛି । ଯାହା ଏବେ ନାଭିଗେସନ ସ୍ୟାଟେଲାଇଟରେ ବ୍ୟବହାର ହେବ । ଏହା ସାହାଯ୍ୟରେ ସଠିକ ଲୋକେସନର ଡାଟା ମିଳିପାରିବ । ପୂର୍ବରୁ ଲୋକେସନର ଡାଟା ଗ୍ରହଣ କରିବା ପାଇଁ ଅନ୍ୟ ଦେଶ ୟୁରୋପ ଉପରେ ନିର୍ଭରଶୀଳ ହେବାକୁ ପଡୁଥିଲା । କିନ୍ତୁ ଏବେ ଇସ୍ରୋ ଦ୍ୱାରା ବିକଶିତ ହୋଇଥିବା ଏହି ଘଡି ସାହାଯ୍ୟରେ ସଠିକ ଲୋକେସନ ଭାରତ ପାଇପାରିବ । ଏବଂ ଏଥି ପାଇଁ ଭାରତକୁ ଅନ୍ୟ କୌଣସି ଦେଶ ଉପରେ ନିର୍ଭରଶୀଳ ହେବାକୁ ପଡିବନି ।

ଅହମ୍ମଦାବାଦ ସ୍ଥିତ ଅନ୍ତରୀକ୍ଷ ଅନୁପ୍ରୟୋଗ କେନ୍ଦ୍ର (ଏସଏସି) ର ନିର୍ଦ୍ଦେଶକ ତପନ ମିତ୍ରାଙ୍କ କହିବା ଅନୁସାରେ, ଏସଏସି ଏହି ସ୍ୱଦେଶୀ ପରମାଣୁ ଘଡି ତିଆରି କରିଛି ଏବଂ ଏହାକୁ ଏବେ ପରୀକ୍ଷା ପାଇଁ ପ୍ରସ୍ତୁତ କରାଯାଉଛି । ଏହାର ସମସ୍ତ ପରୀକ୍ଷା ସମାପ୍ତ ହେବା ପରେ ଏହି ପରମାଣୁ ଘଡି ସ୍ୟାଟେଲାଇଟରେ ପ୍ରୟୋଗ କରାଯାଇ ପାରିବ ।

ବିଦେଶୀ ଘଡି ଠାରୁ ଉନ୍ନତ ସ୍ୱଦେଶୀ ଘଡି :

ସିଏସସିର ନିର୍ଦ୍ଦେଶକଙ୍କ କହିବା ଅନୁସାରେ, ଏହି ସ୍ୱଦେଶି ପରମାଣୁ ଘଡି ନିର୍ମାଣ କରି ଇସ୍ରୋର ପ୍ରସିଦ୍ଧ ଅନ୍ତରୀକ୍ଷ ସଂଗଠନ ସହ ସାମିଲ ହୋଇପାରିଛି ଯେଉଁ ମାନଙ୍କ ପାଖରେ ଏପରି ଅନ୍ତରୀକ୍ଷ ଘଡି ପୂର୍ବରୁ ରହିଛି । କିନ୍ତୁ ଏହି ପରମାଣୁ ଘଡି ବିଦେଶୀ ଟେକନିକକୁ ଆଧାର କରି ନିର୍ମାଣ କରାଯାଇଛି । ନିର୍ଦ୍ଦେଶକଙ୍କ ମତରେ ଏହି ଘଡି ବିଦେଶି ଘଡି ଠାରୁ ମଧ୍ୟ ଉନ୍ନତ ରହିଛି । ଏବଂ ଅନୁମାନ କରାଯାଉଛି ଏହି ଘଡି ଅନ୍ତରିକ୍ଷରେ ପ୍ରାୟ ୫ ବର୍ଷରୁ ଅଧିକ କାମ କରିପାରିବ ।

୨୧ ଟି ପରମାଣୁ ଘଡିରୁ ୯ଟି ଖରାପ :

ଯଦି ପରମାଣୁ ଘଡି ଖରାପ ହୋଇଥାଏ, ତେବେ ଏହାର ଅନ୍ୟ ସମସ୍ତ ଘଡିଗୁଡିକ ମଧ୍ୟରେ ସମୟର ଅନ୍ତର ଠିକ ଭାବେ ଜଣାପଡିନଥାଏ । ଆଉ ଏହାର ପରିଣାମ ସ୍ୱରୂପ ଏହା ଯେକୌଣସି ବସ୍ତୁର ଭୁଲ ଅବସ୍ଥା ସୂଚିତ କରିଥାଏ । ପରମାଣୁ ଘଡି ବ୍ୟତୀତ ନ୍ୟାଭିଗେସନ ସ୍ୟାଟେଲାଇଟରେ କ୍ରିଷ୍ଟାଲ ଘଡି ମଧ୍ୟ ରହିଥାଏ । କିନ୍ତୁ ଏହା ପରମାଣୁ ଘଡି ପରି ସଠିକ ସୂଚନା ଦେଇପାରିନଥାଏ ।