ଚନ୍ଦ୍ରଯାନ୍ - ୨ ପଛର ଅସଲ ନାୟକ ସ୍ପେଶ୍ ଏଜେନ୍ସୀ ଇସ୍ରୋର ଚେୟାରମ୍ୟାନ୍ କେ . ଶିବନ୍ ଙ୍କ ଚର୍ଚ୍ଚା ଏବେ ଚାରିଆଡ଼େ ଚାଲିଛି । ନିକଟରେ ଇଣ୍ଡିଗୋ ବିମାନରେ ଯାତ୍ରା କରୁଥିବା ଇସ୍ରୋର ଚେୟାରମ୍ୟାନ୍ ଙ୍କୁ ବିମାନର କର୍ମଚାରୀ ଏବଂ ଯାତ୍ରୀମାନେ କରତାଳି ଦେଇ ସ୍ୱାଗତ କରିଥିଲେ । ଯାହାର ଏକ ଭିଡିଓ ଏବେ ସୋସିଆଲ୍ ମିଡିଆରେ ସେୟାର୍ କରାଯାଉଛି । ଏହି ଭିଡିଓରେ ଡ. କେ. ଶିବନ୍ ଙ୍କ ସହ ଅନେକ ଲୋକ ସେଲ୍ଫୀ ନେଉଥିବା ନଜର ଆସୁଛନ୍ତି । ଯାତ୍ରୀମାନେ କରତାଳି ଦେଇ ଇସ୍ରୋ ଚେୟାରମ୍ୟାନଙ୍କ ଅଭିବାଦନ କରୁଥିବା ନଜର ଆସୁଛନ୍ତି । ଏହି ସମୟରେ କେ.ଶିବନ୍ ଅତ୍ୟନ୍ତ ଆନନ୍ଦିତ ହୋଇ ହସୁଥିବାର ଦେଖାଯାଉଛନ୍ତି । ଏଭଳି ସ୍ୱାଗତ କରିଥିବାରୁ ସେ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ । ନିଜର ଶାନ୍ତ ବ୍ୟବହାର ଏବଂ ଶାଣିତ ଆଚରଣରୁ ଜଣାଯାଉଥିବା ଇସ୍ରୋ ପ୍ରମୁଖଙ୍କ ପ୍ର୍ରଶଂସକ ହେଉଛି ପୁରା ଦେଶ ।

Advertisment

ଚନ୍ଦ୍ରଯାନ୍ – ୨ ମିଶନ୍ ଅସଫଳ ହେବା ସମୟରେ ସାରା ଦେଶରୁ ତାଙ୍କୁ ସମର୍ଥନ ମିଳିଥିଲା । ବିକ୍ରମ ଲ୍ୟାଣ୍ଡର୍ ଫେଲ୍ ହେବା ସମୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଆଲିଙ୍ଗନ କରି ଡ. କେ.ଶିବନ୍ ଭାବୁକ ହୋଇଥିଲେ । ଯାହାର ଫଟୋ ଖୁବ୍ ଭାଇରାଲ୍ ହୋଇଥିଲା । ପ୍ରଧାନମନ୍ତ୍ରୀ ମୋଦି ତାଙ୍କୁ ଆଲିଙ୍ଗନ କରି ତାଙ୍କ ଉତ୍ସାହକୁ ବଢାଇଥିଲେ ଏବଂ ପୁରା ଦେଶର ଜନତା ମଧ୍ୟ ଇସ୍ରୋ ପ୍ରମୁଖଙ୍କ କାର୍ଯ୍ୟକୁ ଖୁବ୍ ପ୍ରଶଂସା କରିଥିଲେ ।