ଲ୍ୟାଣ୍ଡର ବିକ୍ରମ ଉପରେ ଆଶା ହରାଇଲା ଇସ୍ରୋ ! ଇସ୍ରୋ ପ୍ରମୁଖ ଡ଼କ୍ଟର କେ.ଶିବନ୍ କହିଲେ କ’ଣ ହେବ ଆଗାମୀ ପ୍ଲାନ୍ ।

496

ଚନ୍ଦ୍ରଯାନ-୨ ର ଅର୍ବିଟର୍ ରେ ୮ ଟି ସରଞ୍ଜାମ ରହିଛି ଯାହା ଠିକ୍ ରୁପେ କାମ କରୁଛି । ଲ୍ୟାଣ୍ଡର୍ ବିକ୍ରମ ଉପରେ ଆଉ ଭରସା ନାହିଁ । ଇସ୍ରୋ ଲ୍ୟାଣ୍ଡର୍ ବିକ୍ରମ ସହ ସଂପର୍କ ସ୍ଥାପନ କରିପାରୁନାହିଁ ଏବଂ ଇସ୍ରୋର ଆଗାମୀ ପ୍ରାଥମିକତା ରହିଛି ଗଗନଯାନ ମିଶନ୍ । ଗଣମାଧ୍ୟମ ଆଗରେ ଏହି କଥା ରଖିଛନ୍ତି ଇସ୍ରୋ ପ୍ରମୁଖ ଡ଼କ୍ଟର କେ.ଶିବନ୍ । ଶନିବାର ଭୁବନେଶ୍ୱର ପହଞ୍ଚିଛନ୍ତି ଭାରତୀୟ ମହାକାଶ ଗବେଷଣା ସଂସ୍ଥା- ଇସ୍ରୋର ଅଧ୍ୟକ୍ଷ ଡକ୍ଟର କେ ଶିବନ । ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ଚନ୍ଦ୍ରାୟନ-୨ ବିଷୟରେ ପ୍ରତିକ୍ରିୟା ରଖିଛନ୍ତି କେ . ଶିବନ୍ ।

 

ସେ କହିଛନ୍ତି ଚନ୍ଦ୍ରରେ ଦିନ ଶେଷ ହେବାପରେ ଶନିବାର ରାତିର ଅନ୍ଧକାର ଲ୍ୟାଣ୍ଡର ଜୀବନକୁ ଶେଷ କରିଦେବ । ଚନ୍ଦ୍ରମାରେ ଲ୍ୟାଣ୍ଡର ବିକ୍ରମର ଜୀବନ କେବଳ ଚନ୍ଦ୍ର ଦିବସ (ପୃଥିବୀର ୧୪ ଦିନ) ଥିଲା । ଗତ ୭ ସେପ୍ଟେମ୍ବରରେ ଚନ୍ଦ୍ରମାରେ ଲ୍ୟାଣ୍ଡିଙ୍ଗ୍ ହେବାର ପାଖାପାଖି ୨.୧ କି.ମି. ପୂର୍ବରୁ ଏହାର ପୃଥିବୀ ଉପରେ ସ୍ଥାପିତ କେନ୍ଦ୍ର ସହ ସଂପର୍କ ଚ୍ଛିନ୍ନ ହୋଇଯାଇଥିଲା । ଏନେଇ ପୂର୍ବରୁ ଇସ୍ରୋ ତରଫରୁ କୁହାଯାଇଥିଲା ଯେ ଚନ୍ଦ୍ରରେ ରାତି ହେବା ପରେ ଲ୍ୟାଣ୍ଡରରେ ଲାଗିଥିବା ବ୍ୟାଟେରୀ ଚାର୍ଜ ହୋଇପାରିବ ନାହିଁ ଏବଂ ଗୋଣଟିଏ ଥର ସ୍ଲିପ୍ ମୁଡକୁ ଗଲାପରେ ଏହା ଆଉ ସକ୍ରିୟ ହୋଇପାରିବ ନାହିଁ । ଦ୍ୱିତୀୟ ଥର ଚାର୍ଜ ହେବା ପାଇଁ ୧୪ ଦିନକୁ ପ୍ରମୁଖ ଦିନ ମନେ କରାଯାଏ । ତେଣୁ ଆଶାହରା ନ ହୋଇ ବୈଜ୍ଞାନିକ ମାନେ ଲ୍ୟାଣ୍ଡର୍ ବିକ୍ରମ ସହ ଯୋଗାଯୋଗ କରିବାକୁ ଚେଷ୍ଟା ଚଲାଇଥିଲେ । କିନ୍ତୁ ଇସ୍ରୋ ମୁଖ୍ୟ ଏନେଇ କହିସାରିଛନ୍ତି ଯେ ଅନ୍ତିମ ଦିନ ପର୍ଯ୍ୟନ୍ତ ବି ଲ୍ୟାଣ୍ଡର ବିକ୍ରମ ସହ ସଂପର୍କ ସ୍ଥାପନ ହୋଇପାରିନାହିଁ ।