କନକ ବ୍ୟୁରୋ: ଇସ୍ରୋ ମୁଖ୍ୟ ଡ. ଏସ୍ ସୋମନାଥଙ୍କୁ କ୍ୟାନ୍ସର । Aditya-L1 ଲଞ୍ଚ ହେବା ଦିନ ହିଁ ଏହି ସତ ଜଣାପଡିଲା । କିନ୍ତୁ ଧୈର୍ଯ୍ୟ ସହ ନିଜକୁ ସମ୍ଭାଳିବା ସହ ପୁରା ମିଶନକୁ ସଫଳ କରିଥିଲେ ସୋମନାଥ ।

Advertisment

ଏକ ଇଣ୍ଟରଭ୍ୟୁରେ ଏହା ଜଣାଇଛନ୍ତି ଏସ୍ ସୋମନାଥ । ସେ କହିଛନ୍ତି ଯେ, ଚନ୍ଦ୍ରଯାନ-୩ ମିଶନଠାରୁ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ଥିଲା । କିନ୍ତୁ କ’ଣ ହୋଇଛି ବୋଲି ସ୍ପଷ୍ଟ ହୋଇନଥିଲା । କିନ୍ତୁ ଆଦିତ୍ୟ ମିଶନର ଲଞ୍ଚିଙ୍ଗ ଦିନ ହିଁ ତାଙ୍କ କ୍ୟାନ୍ସର ହୋଇଥିବା ରିପୋର୍ଟରେ ଜଣାପଡିଲା । ଏଥିରେ ତାଙ୍କ ପରିବାର ସହ ପୁରା ଇସ୍ରୋର ଟିମକୁ ଝଟକା ଲାଗିଥିଲା । କିନ୍ତୁ ସମସ୍ତଙ୍କୁ ବୁଝାଇବା ସହ ମିଶନକୁ ସଫଳ କରିବାକୁ ନିଜ ଟିମକୁ ପ୍ରୋତ୍ସାହିତ କରିଥିଲେ ।

ଏହା ଭିତରେ ସୋମନାଥଙ୍କର ରେଗୁଲାର ସ୍କାନିଂ ହେବା ସହ ଏକ ସର୍ଜରୀ ମଧ୍ୟ ସରିଛି । ଏବେ ଏସ୍ ସୋମନାଥ ସୁସ୍ଥ ଅନୁଭବ କରୁଥିଲେ ବି ଔଷଧ ସେବନ କରୁଥିବା କହିଛନ୍ତି ।