କନକ ବ୍ୟୁରୋ : ଚନ୍ଦ୍ରଯାନ-୩ର ରୋଭର ପ୍ରଜ୍ଞାନର ପେଲୋଡ ଚନ୍ଦ୍ରରେ ସଲଫରର ଉପସ୍ଥିତିକୁ ସ୍ପଷ୍ଟଭାବେ ନିଶ୍ଚିତ କରିବାର କିଛିଦିନ ପରେ ରୋଭରରେ ଥିବା ଅନ୍ୟ ଏକ ଉପକରଣ ଅନ୍ୟ ଏକ କୌଶଳ ମାଧ୍ୟମରେ ଚନ୍ଦ୍ରର ଦକ୍ଷିଣ ମେରୁରେ ସଲଫରର ଉପସ୍ଥିତିକୁ ନିଶ୍ଚିତ କରିଛି । ଇସ୍ରୋ ତରଫରୁ କରାଯାଇଥିବା ଏକ ଟ୍ୱିଟରେ କୁହାଯାଇଛି କି ଆଲଫା ପାର୍ଟିକିଲ ଏକ୍ସ-ରେ ସ୍ପେକ୍ଟ୍ରୋସ୍କୋପ ସଲଫର ସମେତ ଅନ୍ୟ ଛୋଟ ଛୋଟ ତତ୍ୱର ସନ୍ଧାନ କରିଛି । ଚନ୍ଦ୍ରଯାନ-୩ର ଆବିଷ୍କାର ବୈଜ୍ଞାନିକମାନଙ୍କୁ ଏହି ଅଞ୍ଚଳରେ ସଲଫର ଗୁଡିକର ଉତ୍ସ ପାଇଁ ନୂତନ ସ୍ପଷ୍ଟିକରଣ ବିକଶିତ କରିବାକୁ ବାଧ୍ୟ କରେ : ଏହା ଆଭ୍ୟନ୍ତରୀଣ ଭାବରେ ଅଛି କି ଉଲ୍କାପିଣ୍ଡ ବାହିତ ତାହା ଏବେ ଅନୁସନ୍ଧାନ ସାପେକ୍ଷ ।

Advertisment

ଇସ୍ରୋ ତରଫରୁ ଜାରି କରାଯାଇଥିବା ଏକ ଭିଡିଓରେ ୧୮ ସେଣ୍ଟିମିଟର ଲମ୍ବା ଏପିଏକ୍ସଏସକୁ ଘୂରିବୁଲୁଥିବା ଏକ ସ୍ୱଂୟଚାଳିତ ହିଞକଜ୍ ମେକାନିଜିମ୍ ଦେଖିବାକୁ ମିଳିଛି । ଯାହା ଚନ୍ଦ୍ରପୃଷ୍ଟ ଠାରୁ ପ୍ରାୟ ୫ସେଣ୍ଟିମିଟର ଉଚ୍ଚରେ ଡିଟେକ୍ଟର ମୁଣ୍ଡକୁ ସ୍ଥିର କରିଥାଏ । ପିଆରଏଲ ଅହମ୍ମଦାବାଦର ସହଯୋଗରେ ଏପିଏକ୍ସଏସ ବିକଶିତ କରାଯାଇଛି । ବେଙ୍ଗାଲୁରୁ ସ୍ଥିତ ୟୁଆରଏସସି ପକ୍ଷରୁ ନିୟୋଜିତ ବ୍ୟବସ୍ଥା ବିକଶିତ କରାଯାଇଛି ।

ଇସ୍ରୋ ତରଫରୁ ପ୍ରଜ୍ଞାନ ରୋଭରର ଅନ୍ୟ ଏକ ଭିଡିଓ ସେୟାର କରି ଲେଖାଯାଇଛି କି, ରୋଭରକୁ ସୁରକ୍ଷିତ ମାର୍ଗ ଖୋଜିବା ପାଇଁ ବୁଲାଯାିଥିଲା । ଲ୍ୟାଣ୍ଡର ବିକ୍ରମ ଇମେଜର କ୍ୟାମରାରେ ଏହି ଦୃଶ୍ୟ କଏଦ ହୋଇଛି ।