କନକ ବ୍ୟୁରୋ: ସାମ୍ନାକୁ ଆସିଲା ଚନ୍ଦ୍ରାୟନ-୨ର ଫଟୋ । ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର- ଇସ୍ରୋ ପକ୍ଷରୁ ପ୍ରଥମଥର ପାଇଁ ଏହି ଫଟୋ ଜାରି କରାଯାଇଛି । ଭାରତର ନିଜସ୍ୱ ଜ୍ଞାନକୌଶଳରେ ନିର୍ମିତ ଏହି ଉପଗ୍ରହର ନାଁ ରଖାଯାଇଛି- ପ୍ରଜ୍ଞା । ଆଗାମୀ ୧୫ ଜୁଲାଇରେ ଏହାକୁ ମଧ୍ୟରାତ୍ରରେ ଶ୍ରୀହରିକୋଟାରୁ ଉତକ୍ଷେପଣ କରାଯିବ । ଜିଏସଏଲଭି ମାର୍କ- ଥ୍ରୀ ରକେଟ୍ ଲଂଚର ଯୋଗେ ଏହାକୁ ଚନ୍ଦ୍ର ପୃଷ୍ଠକୁ ପ୍ରେରଣ କରାଯିବ । ଉତକ୍ଷେପଣ ପରେ ଉପଗ୍ରହଟି ଚନ୍ଦ୍ରର ଦକ୍ଷିଣ ଧୃବରେ ଅବତରଣ କରିବ ।
କୁହାଯାଉଛି ଚନ୍ଦ୍ର ପୃଷ୍ଠର ଏହି ଭାଗରେ ଆଜି ପର୍ଯ୍ୟନ୍ତ ବିଶ୍ୱର କୌଣସି ଦେଶ ପହଞ୍ଚିପାରିନାହାନ୍ତି । ତେବେ ଭାରତର ଚନ୍ଦ୍ରାୟନ-୨ ନାସାର ଏକ ପେ-ଲୋଡ ସହ ୧୩ଟି ପେଲୋଡ ସାଙ୍ଗରେ ନେଇ ଚନ୍ଦ୍ର ପୃଷ୍ଠକୁ ଯିବ । ୩.୮ ଟନ୍ ଓଜନର ଏହି ଉପଗ୍ରହ ୮ଟି ହାତୀର ଓଜନ ସହ ସମାନ୍ । ଉପଗ୍ରହରେ ୩ଟି ମଡ୍ୟୁଲ ରହିଛି । ପ୍ରଥମଟି- ଅର୍ବିଟର, ଦ୍ୱିତୀୟଟି- ଲେଣ୍ଡର, ଯାହାର ନାଁ ରଖାଯାଇଛି ବିକ୍ରମ ଏବଂ ତୃତୀୟଟି- ରୋବର, ଯାହାର ନାଁ ରଖାଯାଇଛି ପ୍ରଜ୍ଞା । ଅର୍ବିଟର ଚନ୍ଦ୍ର ପୃଷ୍ଠର ଫଟୋ ଉଠାଇବା ସହ ଏଠାରେ ଥିବା ଖଣିଜ ପଦାର୍ଥର ତଥ୍ୟ ପୃଥିବୀ ପୃଷ୍ଠକୁ ଦେବ ।
ଚନ୍ଦ୍ର ପୃଷ୍ଠରେ ହେଉଥିବା କମ୍ପନ ଓ ସେଠାକାର ତାପମାତ୍ରା ସଂପର୍କରେ ତଥ୍ୟ ଦେବ ଲେଣ୍ଡର । ଏବଂ ରୋବର ସେଠାକାର ମାଟିକୁ ପରୀକ୍ଷା ନିରୀକ୍ଷା କରିବା ସହ ସେ ବାବଦରେ ତଥ୍ୟ ପ୍ରେରଣ କରିବ । ଏଥିପାଇଁ ୨୭ କିଲୋଗ୍ରାମ ଓଜନର ଏହି ରୋବର ବା ପ୍ରଜ୍ଞା ଉପଗ୍ରହରେ ସ୍ୱତନ୍ତ୍ର କ୍ୟାମେରା ଓ ଉପକରଣମାନ ଖଞ୍ଜା ଯାଇଛି । ଆଗାମୀ ସେପ୍ଟେମ୍ବର ସୁଦ୍ଧା ଭାରତର ଚନ୍ଦାୟନ-୨ ଚନ୍ଦ୍ରର ଦକ୍ଷିଣ ଧୃବ ନିକଟରେ ଅବତରଣ କରିବ ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/07/CH-2.jpg)
/kanak/media/post_attachments/wp-content/uploads/2019/07/ISRO_launch_0_0_0-300x169.jpeg)
/kanak/media/post_attachments/wp-content/uploads/2019/07/271363847-ISROMoonMission_6-300x186.jpg)