ଆଜି ଇସ୍ରୋ ରଚିବ ଇତିହାସ । ପିଏସଏଲଭି-ସି-୪୭ରୁ ଏକାଥରକେ ଉତକ୍ଷେପଣ ହେବ କାର୍ଟୋସାଟ୍ ୩ ସହ ୧୪ ଉପଗ୍ରହ, ମହାକାଶରୁ ଶତ୍ରୁ ଉପରେ ରଖିବ ନଜର ।

297

କନକ ବ୍ୟୁରୋ : ଆଜି ଇସ୍ରୋ ରଚିବାକୁ ଯାଉଛି ଇତିହାସ । ପିଏସଏଲଭି ରୁ ଏକାଥରକେ ଉତକ୍ଷେପଣ ହେବ ୧୪ ଉପଗ୍ରହ । କାର୍ଟୋସାଟ୍ ୩ ଉପଗ୍ରହ ସହିତ ଆମେରିକାର ୧୩ଟି ନାନୋ ସାଟେଲାଇଟକୁ ଉତକ୍ଷେପଣ କରାଯିବ ।

କାର୍ଟୋସାଟ୍ ୩ ଉପଗ୍ରହ ଭାରତୀୟ ସେନା ପାଇଁ ଅତି ଗୁରୁତ୍ୱପୂର୍ଣ୍ଣ ଓ ଜରୁରୀ ରହିବ । କାରଣ ଏହା ମାଧ୍ୟମରେ ପିଏସଏଲଭି ସି ୪୭ ଉପଗ୍ରହକୁ ଏହାର କକ୍ଷ ପଥରେ ପହଁଚାଯିବ । ଉତକ୍ଷେପଣ ପାଇଁ ଆରମ୍ଭ ହୋଇସାରିଛି କାଉଂଟଡାଉନ୍ । ସକାଳ ୯ଟା ୨୮ ମିନିଟରେ ହେବ ଉତକ୍ଷେପଣ । ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ଉତକ୍ଷେପଣ କେନ୍ଦ୍ରରୁ ଏହି ଉତକ୍ଷେପଣ କରାଯିବ ।

ପିଏସଏଲଭି-ସି-୪୭ ରକେଟ୍ ଜରିଆରେ ଛଡାଯିବ । ୨୭ ମିନିଟରେ ଅରବିଟରେ ପହଞ୍ଚିବ ୧୪ଟି ଉପଗ୍ରହ । ଆମେରିକାର ୧୩ଟି ନାନୋ ଉପଗ୍ରହ ଉତକ୍ଷେପଣ କରାଯିବ । ତେବେ କାର୍ଟୋସାଟ୍-୩ର ଜୀବନକାଳ ୫ ବର୍ଷ । ଆଉ ଏହା ମହାକାଶରୁ ଶତ୍ରୁ ଉପରେ କଡା ନଜର ରଖିବା ସହ ବିଶେଷ କରି ଆତଙ୍କବାଦୀ ଗତିବିଧି ଉପରେ ତୀକ୍ଷ୍ଣ ନଜର ରଖାଯାଇପାରିବ ।