ଇସ୍ରାଏଲ ବର୍ତ୍ତମାନ ଗାଜାରେ ହାମାସର ଟନେଲ ସବୁ  ବନ୍ଦ କରିବାକୁ ଏକ ନୂତନ ଧରଣର ଅସ୍ତ୍ର  ସ୍ପଞ୍ଜ ବୋମା ବ୍ୟବହାର କରିବାକୁ ଯାଉଛି। ଏଗୁଡ଼ିକ ହେଉଛି ଏପରି ବୋମା ଯାହା ବିସ୍ଫୋରଣ ହେଲେ ଏଥିରୁ ବହୁ ପରିମାଣର ରାସାୟନିକ ଫେଣ ବାହାରିଥାଏ ।  କିଛି ସମୟ ପରେ ଏହି ଫେଣ ସବୁ ପଥର ପରି କଠିନ ହୋଇଯାଏ । ଏହି ବୋମାକୁ ଏକ ବଡ ପ୍ଲାଷ୍ଟିକ୍ ବ୍ୟାଗରେ ରଖାଯାଏ । ଯାହା ମଝିରେ ଗ୍ରେନେଡର ପିନ ପରି ଏକ ବାଡି ଥାଏ ଯାହାକୁ ବାହାର କରିଦେଲା ମାତ୍ରେ ତାହା  ବିସ୍ପୋରଣ ଘଟେ ।

Advertisment

ଗାଜା ଷ୍ଟ୍ରିପରେ ଲୁଚିଥିବା ହାମାସ ଆତଙ୍କବାଦୀଙ୍କ ଟନେଲ ସବୁକୁ ବନ୍ଦ କରିବାକୁ ଇସ୍ରାଏଲ ଏକ ନୂତନ ଅସ୍ତ୍ର ଆବିଷ୍କାର କରିଛି । ଏହା ଏକ ସ୍ୱତନ୍ତ୍ର ବୋମା ।  ଏହାର କୌଣସି ବିସ୍ଫୋରଣ ଘଟାଏ ନାହିଁ ।  କିନ୍ତୁ ଏହା ବିସ୍ଫୋରଣ ହେଲାମାତ୍ରେ ଏଥିରୁ ବହୁ ପରିମାଣରେ ରାସାୟନିକ ଫେଣ ବାହାରିଥାଏ ।  ଯାହା ପରେ ପଥର ପରି କଠିନ ହୋଇଯାଏ । ଏହାର ଅର୍ଥ ହେଉଛି ଗାଜାରେ ଥିବା ଟନେଲରେ ଏହି ବୋମା ବିସ୍ଫୋରଣ କରି ସେଗୁଡିକୁ ସବୁ ବନ୍ଦ କରିଦେବା ।

ଇସ୍ରାଏଲ ଏହାର ଅଭିନବ ଅସ୍ତ୍ର ପାଇଁ ସାରା ବିଶ୍ୱରେ ପ୍ରସିଦ୍ଧ । ଏବେ ସେମାନେ ଏକ ନୂତନ ସ୍ପଞ୍ଜ ବୋମା ସାହାଯ୍ୟରେ ଗାଜା ଷ୍ଟ୍ରିପରେ ଥିବା ହାମାସ ଆତଙ୍କବାଦୀଙ୍କ ଟନେଲ ସବୁକୁ ବନ୍ଦ କରିବାକୁ ଯାଉଛନ୍ତି । ଇସ୍ରାଏଲ୍ ପ୍ରତିରକ୍ଷା ବାହିନୀ ପାଇଁ ସବୁଠାରୁ ବଡ ଆହ୍ବାନ ହେଉଛି ଏହି ଟନେଲଗୁଡ଼ିକୁ ବନ୍ଦ କରିବା କାରଣ ଏହାର ଫାଇଦା ଉଠାଇ ହାମାସ ଆତଙ୍କବାଦୀମାନେ ଖସି ପଳାନ୍ତି । ସେମାନେ ଏଠାରେ ଲୁଚିରହି ଗରିଲା ଯୁଦ୍ଧ କରନ୍ତି ।

ଏହି ଟନେଲ ମାନଙ୍କରେ ହାମାସ ନିଜର ଅସ୍ତ୍ରଶସ୍ତ୍ର ଲୁଚାଇ ରଖିଥାଏ । ଏବଂ ସେଠାରୁ ରକେଟ୍ ମାଡ଼ କରିଥାଏ । ରକେଟ୍ ଏବଂ ଅସ୍ତ୍ରଶସ୍ତ୍ରକୁ ଗଚ୍ଛିତ କରି ରଖିବା ପାଇଁ ଏହି ଟନେଲ ସବୁକୁ ବ୍ୟବହାର କରିଆସୁଛି । ଇସ୍ରାଏଲର ଗ୍ରାଉଣ୍ଡ ଆକ୍ରମଣ ସମୟରେ ବର୍ତ୍ତମାନ ସବୁଠାରୁ ବଡ କାର୍ଯ୍ୟ ହେଉଛି ଟନେଲଗୁଡ଼ିକୁ ବନ୍ଦ କରିବା । ବର୍ତ୍ତମାନ ସାଧାରଣ ମାଟି କିମ୍ବା କଂକ୍ରିଟ୍ ଦେଇ ଟନେଲ୍ ବନ୍ଦ କରିବା ମୂର୍ଖତାର କାମ ହେବ । ଏହା ସମୟ ଏବଂ ଅର୍ଥର ଅପଚୟ ହେବ । ସେଥିପାଇଁ ଇସ୍ରାଏଲ୍ ସ୍ପଞ୍ଜ ବୋମା ବ୍ୟବହାର କରିବାକୁ ଯାଉଛି ।

ପ୍ରଥମଥର ପାଇଁ ବ୍ୟବହାର ହେବାକୁ ଯାଉଛି ସ୍ପଞ୍ଜ ବମ

ସ୍ପଞ୍ଜ ବମ୍ ବୋଧହୁଏ ପ୍ରଥମ ଥର ପାଇଁ ବ୍ୟବହୃତ ହେବାକୁ ଯାଉଛି । ଏହା ଏକ ବିଶେଷ ପ୍ରକାରର ବୋମା, ଯାହା ବିସ୍ଫୋରଣ ପରେ ବିପୁଳ ପରିମାଣର ଫେଣ ଛାଡିଥାଏ । ଏହି ଫେଣ ଅଳ୍ପ ସମୟ ମଧ୍ୟରେ କଂକ୍ରିଟ୍ ପରି କଠିନ ହୋଇଯାଏ । ଏହାର ଅର୍ଥ ଯଦି ଏହି ବୋମାଗୁଡ଼ିକୁ ଯଦି ଟନେଲରେ ଭିତରେ ବିସ୍ପୋରଣ କରାଯାଏ ତେବେ ଟନେଲର ଦ୍ବାର ସମ୍ପୂର୍ଣ୍ଣ ବନ୍ଦ ହୋଇଯିବ । ଭିତରୁ କେହି ବି ବାହାରକୁ ଆସିବାକୁ ସମର୍ଥ ହେବେ ନାହିଁ ।  ବାହାରୁ କେହି ମଧ୍ୟ ଭିତରକୁ ଯାଇପାରିବେ ନାହିଁ । ଏହି କଂକ୍ରିଟ୍ ପରି ଟାଣ କେମିକାଲକୁ ଭାଙ୍ଗିବା ମଧ୍ୟ ସହଜ ନୁହେଁ ।

ଏହି ସ୍ପଞ୍ଜ ବୋମା କିପରି କାମ କରେ?

publive-image ସ୍ପଞ୍ଜ ବମ ଏହିପରି କ୍ରମରେ କ୍ରିୟାଶୀଳ ହୋଇଥାଏ

ଏହି ସ୍ପଞ୍ଜ ବୋମାକୁ  ଏକ ପ୍ଲାଷ୍ଟିକ ବ୍ୟାଗ ମଧ୍ୟରେ ରଖାଯାଇଥାଏ ।  ଯେଉଁଥିରେ ଦୁଇଟି ଭିନ୍ନ ଭିନ୍ନ  ରାସାୟନିକ ପଦାର୍ଥ ଥାଏ । ଏହି ରାସାୟନିକ ପଦାର୍ଥକୁ ଏକ ଧାତୁର ପ୍ଲେଟ କିମ୍ବା ବାଡ଼ିରେ ପୃଥକ ଭାବରେ କରାଯାଇଥାଏ ।  ଏହି ବାଡ଼ିଟି ହଟାଯିବା ମାତ୍ରେ ସେଥିରେ ଥିବା ଦୁଇ ରାସାୟନିକ ପଦାର୍ଥ ପରସ୍ପର ସହିତ ମିଶି ଏକ ରାସାୟନିକ ପ୍ରତିକ୍ରିୟା କରି ଫେଣ ପରି ତରଳ ଏମୁଲେସନ ସୃଷ୍ଟି କରନ୍ତି । ଯାହା ବାୟୁ ସଂସ୍ପର୍ଶରେ ଆସିବା ମାତ୍ରେ ଖୁବ ଶୀଘ୍ର ବିସ୍ତାର ହୋଇଥାଏ । ଏବଂ କଠିନ ହେବାରେ ଲାଗିଥାଏ । ଏହା ଏତେ ଦ୍ରୁତ ଗତିରେ ବ୍ୟାପିଥାଏ ଯେ ଏହାକୁ କଳ୍ପନା ମଧ୍ୟ କରାଯାଇପାରିବ ନାହିଁ । ଏହିପରି ଟନେଲଗୁଡିକ ଖୁବ ଶୀଘ୍ର ବନ୍ଦ ହୋଇପାରିବ । ବନ୍ଧକମାନଙ୍କୁ ଟନେଲ ମଧ୍ୟରେ ଲୁଚାଇ ରଖାଯାଇଛି

ହମାସ୍ ଆତଙ୍କବାଦୀମାନେ ବନ୍ଧକମାନଙ୍କୁ ଟନେଲରେ ଲୁଚାଇ ରଖିଛନ୍ତି । ଇସ୍ରାଏଲ୍ କମାଣ୍ଡୋମାନେ ଟନେଲରେ ପ୍ରବେଶ କରି ଗୋଟିଏ ପଟରୁ ଟନେଲରେ ଏହି ବୋମା ଫିଙ୍ଗିବା ଆରମ୍ଭ କରିବେ । ଯାହାଫଳରେ ଟନେଲଗୁଡିକ ବନ୍ଦ ହୋଇଯିବ ।  ଏହି ବୋମାରେ ଥିବା ରାସାୟନିକ ପଦାର୍ଥ ଅତ୍ୟନ୍ତ ପ୍ରତିକ୍ରିୟାଶୀଳ ଏବଂ ଜ୍ଵଳନଶୀଳ ଅଟେ ।  କଠିନ ହେବା ପରେ ତାହାକୁ ଭାଙ୍ଗିବା କିମ୍ବା ଫଟେଇବା ଏତେ  ସହଜ ନୁହେଁ । ଥରେ ଏହାକୁ ବିସ୍ଫୋରଣ କରି ଟନେଲ୍ ବନ୍ଦ କରିଦେଲେ ଏହାକୁ ଖୋଲିବା ବହୁତ କଷ୍ଟକର ହେବ ।

ଆମେରିକା ଏଭଳି ଗୁଳି ଆଗରୁ ବ୍ୟବହାର କରିଛି

୧୯୯୦ ଦଶକରେ ସୋମାଲିଆରେ ଦଙ୍ଗାକାରୀଙ୍କୁ ନିୟନ୍ତ୍ରଣ କରିବା ପାଇଁ ଆମେରିକାର ସୈନ୍ୟବାହିନୀ ଏହିପରି ଅଲଟ୍ରା-ଷ୍ଟିକି ଫୋମ୍ ବୁଲେଟ୍ ବ୍ୟବହାର କରିଥିଲେ । ଏହି ଗୁଳିଗୁଡ଼ିକରୁ ବାହାରୁଥିବା ଫେଣ ଦଙ୍ଗାକାରୀଙ୍କ ହାତ ଏବଂ ଗୋଡକୁ ବାନ୍ଧି ଦେଇଥାଏ ।  ଯେଉଁଥିପାଇଁ ସେମାନେ ଆହତ ନ ହୋଇ ସ୍ଥିର ହେଇ ପଡ଼ିରହୁଥିଲେ । ଏହା ପରେ ସେମାନଙ୍କୁ ଗିରଫ କରାଯାଉଥିଲା ।