କନକ ବ୍ୟୁରୋ : କଳେବଳେ କୌଶଳେ ହମାସର ମୂଳପୋଛ ଲକ୍ଷ୍ୟ ରଖିଛି ଇସ୍ରାଏଲ । ଏନେଇ ସବୁ ପ୍ରକାର ଚେଷ୍ଟା ଜାରି ରଖିଛି । ଯୁଦ୍ଧର ୧୫ଦିନରେ ଇହୁଦୀ ରାଷ୍ଟ୍ରର ପ୍ରତିରକ୍ଷାମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଛି ସୁରକ୍ଷା ବୈଠକ । ହମାସର ମୂଳପୋଛ ପରେ ଗାଜାରେ ନୂଆ ସୁରକ୍ଷା ବ୍ୟବସ୍ଥା ଲାଗୁ କରାଯିବା ନେଇ ବୈଠକରେ ନିଷ୍ପତି ନିଆଯାଇଛି । ଏଥିସହ ଆତଙ୍କୀ ସଂଗଠନକୁ ମାଟିରେ ମିଶାଇବା ପାଇଁ ଇସ୍ରାଏଲ ସେନା ୩ଟି ପର୍ଯ୍ୟାୟରେ ଯୁଦ୍ଧ ଲଢିବ ।
-ପ୍ରଥମରେ ଜଳ, ସ୍ଥଳ, ଆକାଶପଥରୁ ଆକ୍ରମଣ
-ଦ୍ୱିତୀୟରେ ହମାସର ଭିତିଭୂମିକୁ ନଷ୍ଟ କରାଯିବ
-ତୃତୀୟରେ ଗାଜାରେ ହେବ ନୂଆ ସୁରକ୍ଷା ବ୍ୟବସ୍ଥା

Advertisment

ଯୁଦ୍ଧ ଯୋଗୁଁ ଗାଜାରେ ସ୍ଥିତି ଭୟଙ୍କର ହେବାରେ ଲାଗିଛି । ଏହା ଭିତରେ ଶନିବାର ଇଜିପ୍ଟରେ ବସୁଛି ଶାନ୍ତି ସମ୍ମିଳନୀ । ଇଜିପ୍ଟ ରାଷ୍ଟ୍ରପତି ଅବଦେଲ ଅଲ ସିସିଙ୍କ ଅଧ୍ୟକ୍ଷତାରେର କତାର, ତୁର୍କୀ, ଗ୍ର୍ରୀସ, ୟୁଏଇ, ବାହାରିନ, ସାଉଦିଆରବ, ଇରାକ ଓ ସାଇପ୍ରସ ରାଷ୍ଟ୍ର ଯୋଗ ଦେଉଛନ୍ତି । କ’ଣ ରହିବ ବୈଠକରେ ନିଷ୍କର୍ଷ ତା ଉପରେ ସାରା ବିଶ୍ୱର ନଜର । ସେପଟେ ଶୁକ୍ରବାର ରାତିରେ ହମାସର ବିଭିନ୍ନ ଠିକଣା ଉପରେ ଘନଘନ ଆକ୍ରମଣ କରିଛି ଆଇଡିଏଫ  ।

ହମାସ କବଳରୁ ମୁକୁଳିଛନ୍ତି ଦୁଇ ଆମେରିକୀୟ । ହମାସ ପ୍ରାୟ ୨ଶହ ଲୋକଙ୍କୁ ପଣବନ୍ଦୀ ରଖିଥିବାବେଳେ ସେଥିରୁ ୨ ଆମେରକୀୟଙ୍କୁ ଛାଡି ଦେଇଛି । ମାନବିକତା ଦୃଷ୍ଟି ଏମାନଙ୍କୁ ଛାଡିଥିବା କହିଛି ହମାସ । ଅନ୍ୟପଟେ ଆକ୍ରମଣରେ ଏବେ ସୁଦ୍ଧା ପ୍ରାୟ ୬ହଜାର ନିରୀହ ଲୋକଙ୍କ ପ୍ରାଣହାନି ହୋଇଥିବା ସୂଚନା ରହିଛି ।

ଯୁଦ୍ଧର ୧୫ଦିନରେ ଗାଜାର ସ୍ଥିତି ସବୁଠୁ ଅଧିକ ସଂଗୀନ ରହିଛି । ସୀମା ବନ୍ଦ ହେବା ଯୋଗୁଁ ଖାଦ୍ୟ ଓ ଅନ୍ୟାନ୍ୟ ଅତ୍ୟାବଶକୀୟ ସାମଗ୍ରୀ ପହଁଚିପାରୁନି । ଭୋକଉପାସରେ ଆଉଟୁପାଉଟୁ ଗାଜାରେ ଶନିବାର ୨୦ ଟ୍ରକର ମାନବୀୟ ସହାୟତ ମିଶନ ଦେଇ ପହଁଚିଛି । ଆମେରିକା ଓ ଭାରତ ଇସ୍ରାଏଲକୁ ମାନବୀୟ ସହାୟତା ଦେବା ପାଇଁ ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି ।

ଯୁଦ୍ଧ ଭିତରେ ଇସ୍ରାଏଲ ନିଜ ନାଗରିକଙ୍କ ପାଇଁ ଆଡଭାଇଜରୀ ଜାରି କରିଛି । ଇସଲାମିକ ରାଷ୍ଟ୍ରକୁ ନଯିବାକୁ କୁହାଯାଇଛି । ଏବେ ସୁଦ୍ଧା ୩୦୭ଜଣ ଇସ୍ରାଏଲ ସୈନିକଙ୍କ ମୃତ୍ୟୁ ହେବା ସହ ପ୍ରାୟ ଅଢେଇ ହଜାର ଲୋକଙ୍କ ପ୍ରାଣହାନି ହୋଇଛି