ଯୁଦ୍ଧ ଭିତରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନିତ୍ୟାନେହୁଙ୍କ ବଡ଼ ବୟାନ: କହିଲେ ଗାଜା ଷ୍ଟ୍ରିପ୍ ଅକ୍ତିିଆର ଆମର ଲକ୍ଷ୍ୟ ନୁହେଁ

127

କନକ ବ୍ୟୁରୋ: ଯୁଦ୍ଧ ଭିତରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନିତ୍ୟାନେହୁଙ୍କ ବଡ଼ ବୟାନ । କହିଲେ ଗାଜା ଷ୍ଟ୍ରିପ୍ ଅକ୍ତିିଆର ଅବା ସେଠାରେ ସରକାର ଚଲାଇବା ଆମର ଲକ୍ଷ୍ୟ ନୁହେଁ । ହେଲେ ଯୁଦ୍ଧ ସରିଲେ କିଏ ଗାଜାର ସରକାର କିଏ ଚଳାଇବ ବୋଲି ପ୍ରଶ୍ନ କରିଛନ୍ତି ବେଞ୍ଜାମିନ । ହମାସର ମୂଳପୋଛ ପାଇଁ କରୁଛି ଆକ୍ରମଣ ପରେ ଆକ୍ରମଣ । ହମାସର ଟପ କମାଣ୍ଡର ଓ ନେତାଙ୍କୁ ଖୋଜି ଖୋଜି ମାରୁଛି ଆଇଡିଏଫ । ହମାସ କମାଣ୍ଡର ମହମ୍ମଦ ଦେଇଫର ପତ୍ନୀ ଓ ଝିଅକୁ ଏୟାରଷ୍ଟ୍ରାଇକ କରି ମାରିଛି ଇସ୍ରାଏଲ । ଅନ୍ୟପଟେ ଫେରାର ଅଛି ମହମ୍ମଦ । କୁହାଯାଉଛି ଇସ୍ରାଏଲ ଉପରେ ହମାସର ଆକ୍ରମଣ ପଛରେ ମହମ୍ମଦ ହେଉଛି ମାଷ୍ଟରମାଇଣ୍ଡ । ତେଣୁ ଆଇଡିଏଫର ମୋଷ୍ଟୱାଟେଂଡ ତାଲିକାରେ ରହିଛି ଏହି ହମାସ କମାଣ୍ଡର । ଇସ୍ରାଏଲ ସେନାଠୁ ଆତ୍ମରକ୍ଷା କରିବା ପାଇଁ ସାଧାରଣ ନାଗରିକଙ୍କ ଢ଼ାଲ କରୁଛି ହମାସ । କେଉଁଠି ଡାକ୍ତରଖାନାକୁ ଘେରିଛି ତ ପୁଣି ଧର୍ମପୀଠରେ ଲୋକଙ୍କ ବନ୍ଦୀ ରଖୁଛି । ଇସ୍ରାଏଲ ଦାବି କରିଛି ଯେ ଜନବସତି ଅଂଚଳରେ ଅସ୍ତ୍ରଶସ୍ତ୍ର ଲୁଚାଇବା ସହ ନାଗରିକଙ୍କ ଢାଲ କରି ଆକ୍ରମଣ କରୁଛି ହମାସ । ଇସ୍ରାଏଲ-ହମାସ ଯୁଦ୍ଧରେ ଏବେ ସୁଦ୍ଧା ୧୨ହଜାରରୁ ଅଧିକ ମୃତ୍ୟୁ ହୋଇସାରିଲାଣି । ସବୁଠୁ ସମ୍ବେଦନଶୀଳ କଥା ହେଉଛି ପ୍ରତି ୧୦ମିନିଟରେ ଜଣେ ଲେଖାଏଁ ଶିଶୁର ମୃତ୍ୟୁହେଉଛି । ଏବେ ସୁଦ୍ଧା ୪ହଜାର ଶହେ ଶିଶୁ ଓ ୩ହଜାର ଶହେ ମହିଳାଙ୍କ ମୃତ୍ୟୁ ହୋଇଥିବା କହିଛି ମିଳିତ ଜାତିସଂଘ । ଯଦି ଯୁଦ୍ଧ ବନ୍ଦ ନହୁଏ ଆଗକୁ ସ୍ଥିିତି ଅଧିକ ଭୟଙ୍କର ହେବା ନେଇ ଆଶଙ୍କା ପ୍ରକାଶ କରିଛି ୟୁଏନ ।