କନକ ବ୍ୟୁରୋ: ଇସ୍ରାଏଲ ଉପରେ ହମାସ୍ ଆତଙ୍କବାଦୀଙ୍କ ଅତର୍କୀତ ଆକ୍ରମଣର ସବୁଠୁ ପ୍ରଥମ ଶିକାର ହୋଇଥିଲେ ପିସ୍ ମ୍ୟୁଜ୍ିକ ଫେଷ୍ଟିଭାଲର ଯୁବ ସମାଜ । କାରଣ ଏହାର ଗାଜା ସୀମାକୁ ଲାଗି ରହିଥିବା ଇଲାକାରେ ହେଉଥିଲା । ତେବେ ଏଠିକାର ସେ ସମୟର ଦୃଶ୍ୟ ଥିଲା ଅତି ଭୟଙ୍କର । ଏଥିରେ ଇସ୍ରାଏଲର ଜଣେ ପ୍ରଖ୍ୟାତ ଟିଭି ଆଙ୍କର ମାୟନ୍ ଆଡମଙ୍କ ସାନ ଭଉଣୀଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି ଆତଙ୍କବାଦୀ ।

Advertisment

ମ୍ୟୁଜିକ୍ ଫେଷ୍ଟିଭାଲ ଉପରେ ହମାସର ଆକ୍ରମଣରେ ଛିନଛତ୍ର ହୋଇଥିଲେ ଏଥିରେ ଯୋଗ ଦେଇଥିବା ଦର୍ଶକ । ଏମାନଙ୍କ ମଧ୍ୟରୁ ଅନେକ କିଛି ବଙ୍କର ଭିତରେ ପଶିଯାଇଥିଲେ ବି ବର୍ତ୍ତି ପାରିନଥିଲେ ସେମାନଙ୍କ ଉପରେ ହମାସ ଆତଙ୍କବାଦୀଙ୍କ ଆଖି ପଡିବାରୁ ଗୁଳି କରି ହତ୍ୟା କରିଥିଲେ । ଏଭଳି ସ୍ଥିତିରେ ମାୟନଙ୍କ ସାନ ଭଉଣୀ ତାଙ୍କ ବୟଫ୍ରେଣ୍ଡଙ୍କ ସହ ଏକ ଟ୍ରକ୍ ତଳେ ପଡିରହିଲେ । ଘଣ୍ଟା ଘଣ୍ଟା ନିସ୍ତେଜ ହୋଇ ପଡି ରହିବା ସହ ମରିଯିବା ଭଳି ଅଭିନୟ କରିଥିଲେ । ତଥାପି ଛାଡିନଥିଲେ ଆତଙ୍କବାଦୀ । ତାଙ୍କ ଉପରକୁ ଆଖିବୁଜା ଗୁଳିମାଡ କରିବାରୁ ନିଜ ବୟଫ୍ରେଣ୍ଡଙ୍କ ବାହୁରେ ପ୍ରାଣ ହରାଇଥିଲେ ୨୭ ବର୍ଷୀୟା ମ୍ୟାପଲ ଆଡମ୍ ।

ଟିଭି ଆଙ୍କର ମାୟନ୍ ଆଡମ୍ ଏହା ସୋସିଆଲ ମିଡିଆରେ ପୋଷ୍ଟ କରି ଏସମୟର ଦୁର୍ଦ୍ଦଶାକୁ ବର୍ଣ୍ଣନା କରିଥିଲେ । ଏବଂ ତାଙ୍କ ପରିବାର କେଉଁ ସ୍ଥିତି ଦେଇ ଗତି କରୁଛନ୍ତି ତାହା ପ୍ରକାଶ କରିଥିଲେ ।