ଋଷ –ୟୁକ୍ରେନ ଯୁଦ୍ଧ ଭିତରେ ଇସ୍ରାଏଲର ଆକ୍ରମଣ । ପଡୋଶୀ ଦେଶ ଉପରେ ଏୟାର ଷ୍ଟ୍ରାଇକ୍

1,580

କନକ ବ୍ୟୁରୋ: ଋଷ- ୟୁକ୍ରେନ ଯୁଦ୍ଧ ସରିନି, ଅନ୍ୟପଟେ ସିରିଆ ଉପରେ ଆକ୍ରମଣ କଲାଣି ଇସ୍ରାଏଲ । ଶୁକ୍ରବାର ଇସ୍ରାଏଲ ବିମାନ ସିରିଆ ସୀମାରେ ପଶି ସୈନ୍ୟ ଆଡ୍ଡା ଉପରେ ଏୟାର ଷ୍ଟ୍ରାଇକ୍ କରିଛି । ଏହାସହ ମିସାଇଲ ଦ୍ୱାରା କରାଯାଇଥିବା ଆକ୍ରମଣରେ ସିରିଆର ୫ ନାଗରିକଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି ।

ସିରିଆର ସରକାରୀ ନ୍ୟୁଜ୍ ଏଜେନ୍ସି ‘ସନା’ର ଖବର ମୁତାବକ, ଇସ୍ରାଏଲର ବିମାନ ଶୁକ୍ରବାର ସିରିଆରେ ପଶି ଆକ୍ରମଣ କରିଛି । ଏହି ଏୟାର ଷ୍ଟ୍ରାଇକ୍ ରେ ଇସ୍ରାଏଲ ସିରିଆର ଅସ୍ତ୍ରଶସ୍ତ୍ର ଡିପୋକୁ ଟାର୍ଗେଟ କରିଥିଲା । ଇସ୍ରାଏଲ ଏୟାରଫୋର୍ସ ପ୍ରାୟ ୮ଟି ମିଶାଇଲ ଆଟାକ୍ କରିଥିଲା । ଏହି ଏୟାର ଷ୍ଟ୍ରାଇକରେ ୫ଜଣ ପ୍ରାଣ ହରାଇଥିବାବେଳେ ୭ଜଣ ଗୁରୁତର ଆହତ ହୋଇଛନ୍ତି ।
ଆକ୍ରମଣରେ ସିରିଆର ଅନେକ ସୈନ୍ୟ ଆଡ୍ଡା ନଷ୍ଟ ହୋଇଛି । ଏହାସହ ଫସଲ କ୍ଷେତ୍ରରେ ମଧ୍ୟ ନିଆଁ ଲାଗିଯାଇ ବ୍ୟାପକ ଫସଲ ନଷ୍ଟ ହୋଇଛି । ଏହି ଆକ୍ରମଣ ସମ୍ପର୍କରେ ଇସ୍ରାଏଲ ସେନା କୌଣସି ପ୍ରତିକ୍ରିୟା ଦେଇନଥିବାବେଳେ ସିରିଆ ସରକାର କହିଛି ଯେ, ଏୟାର ଷ୍ଟ୍ରାଇକ୍ ସମୟରେ ଅନେକ ମିସାଇଲକୁ ଏୟାର ଡିଫେନ୍ସ ସିଷ୍ଟମରେ ଧ୍ୱଂସ କରାଯାଇଛି ।
ସୂଚନା ମୁତାବକ, ସିରିଆରେ ଇରାନ ସମର୍ଥିତ ମିଲିସିଆମାନେ ନିଜର ଆଡ୍ଡା କରିଛନ୍ତି । ଏମାନଙ୍କୁ ସିରିଆରୁ ଆର୍ଥିକ ଓ ଅସ୍ତ୍ରଶସ୍ତ୍ର ସହାୟତା ଯୋଗାଉଛି । ଯାହା ବଳରେ ସେମାନେ ଇସ୍ରାଏଲ ଉପରେ ଆକ୍ରମଣ କରିବାକୁ ଯୋଜନା କରୁଛନ୍ତି ବୋଲି ଇସ୍ରାଏଲ ଅ୍ରଭିଯୋଗ କରିଆସୁଛି ।