କନକ ବ୍ୟୁରୋ: ଇସ୍ରାଏଲ ଉପରେ ଇରାନର ଆକ୍ରମଣ । ୩ଶହରୁ ଅଧିକ କ୍ଷେପଣାସ୍ତ୍ର ମାଡ଼ କରିଛି ଇରାନ । କିନ୍ତୁ ଏହାକୁ ନିଜର ହାଇପରସୋନିକ ମିସାଇଲ ବଳରେ ଦେଶକୁ ସୁରକ୍ଷା ଦେବାରେ ସଫଳ ହୋଇଛି ଇସ୍ରାଏଲ । ୩୩୧ ମିସାଇଲ ଓ ୧୮୫ଆତ୍ମଘାତୀ ଡ୍ରୋନରେ ଇସ୍ରାଏଲ ଉପରେ ଆକ୍ରମଣ କରିଥିଲା ଇରାନ । କିନ୍ତୁ ଆଇରନ ଡୋମ ଓ ଏରୋ-୩ ହାଇପରସୋନିକ ମିସାଇଲରେ ଏହାକୁ ପ୍ରତିହତ କରିଛି ଇସ୍ରାଏଲ । ଏଥିସହ ଆଉ ଆକ୍ରମଣ କରାଯିବ ନାହିଁ ବୋଲି ଇରାନ କହିଥିବା ବେଳେ ଠିକଣା ସମୟରେ ଏହାର ଉଚିତ ଜବାବ ଦିଆଯିବ ବୋଲି ଇସ୍ରାଏଲ କହିଛି । ଯଦି ଇସ୍ରାଏଲ ଇରାନ ଉପରେ କୌଣସି ଆକ୍ରମଣ କରେ ତେବେ ପରିସ୍ଥିତି ଭୟଙ୍କର ହେବ ବୋଲି ଇରାନ ପକ୍ଷରୁ ଚେତାଇ ଦିଆଯାଇଛି । ସେପଟେ ଇରାନର କୌଣସି କ୍ଷେପଣାସ୍ତ୍ର ଇସ୍ରାଏଲ ମାଟିରେ ପଡ଼ି ନଥିବା କହିଛନ୍ତି ଇସ୍ରାଏଲ ସେନା ମୁଖପାତ୍ର । ସମସ୍ତ କ୍ଷେପଣାସ୍ତ୍ରକୁ ଆକାଶରେ ହିଁ ଧ୍ୱଂସ କରାଯାଇଥିବା ସେ କହିଛନ୍ତି । ଅର୍ନ୍ତଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ ଇରାନ ଆକ୍ରମଣର ଜବାବ ଦେବାକୁ ଇସ୍ରାଏଲ ପ୍ରସ୍ତୁତି ଆରମ୍ଭ କରିଛି । ଇରାନ ପ୍ରଥମ ଥର ପାଇଁ ନିଜ ମାଟିରୁ ଇସ୍ରାଏଲ ଉପରେ ଆକ୍ରମଣ କରିଛି । ତେଣୁ ଏହାର ଦୃଢ଼ ଜବାବ ଦେବାକୁ ବଡ଼ ଯୋଜନା ଚଳାଇଛି ଇସ୍ରାଏଲ । ଯଦି ଏଭଳି ହୁଏ ତେବେ ମଧ୍ୟପ୍ରାଚ୍ୟରେ ବଡ଼ ଯୁଦ୍ଧ ହେବାର ଆଶଙ୍କା ରହିଛି ।

ଇରାନ-ଇସ୍ରାଏଲ ଯୁଦ୍ଧ
ଇସ୍ରାଏଲ ଉପରେ ଇରାନର ୩୩୧ ମିସାଇଲ ଓ ୧୮୫ ଡ୍ରୋନ ମାଡ଼
୧୮୫ ଆତ୍ମଘାତୀ ଡ୍ରୋନକୁ ଧ୍ୱଂସ କରିଛି ଇସ୍ରାଏଲ ମିସାଇଲ
୧୧୦ ବାଲାଷ୍ଟିକ ମିସାଇଲରୁ ୧୦୩କୁ ଧ୍ୱଂସ କଲା ଇସ୍ରାଏଲ
ଇରାନର ୩୬ କ୍ରୁଜ ମିସାଇଲକୁ ଧ୍ୱଂସ କଲା ଇସ୍ରାଏଲ
୭ ବାଲାଷ୍ଟିକ ମିସାଇଲକୁ ଧ୍ୱଂସ କରିପାରିଲାନି ଇସ୍ରାଏଲ
ଏରୋ-୩ ହାଇପରସୋନିକ ମିସାଇଲ ଇରାନର ମିସାଇଲକୁ ଧ୍ୱଂସ କଲା
ଏରୋ-୩ ମିସାଇଲ ମହାକାଶରେ ଇସ୍ରାଏଲକୁ ସୁରକ୍ଷା ଦେବାକୁ ନିର୍ମିତ
ଗତି ଓ ଆକ୍ରମଣ କ୍ଷମତା ସମ୍ପର୍କରେ ଇସ୍ରାଏଲ ସରକାର ସୂଚନା ଦେଇନାହାନ୍ତି
କିନ୍ତୁ ଏରୋ-୨ରୁ ଅଧିକ ଗତି ହେଉଛି ଏରୋ-୩ ମିସାଇଲର
ମହାକାଶରେ କୌଣସି ସାଟେଲାଇଟକୁ ଧ୍ୱସଂ କରିବାର ରହିଛି କ୍ଷମତା
୨୦୧୭ରୁ ମୁତୟନ ହୋଇଛି ଏରୋ-୩ ହାଇପରସୋନିକ ମିସାଇଲ

ଏବେ ଆସନ୍ତୁ ଦେଖିବା ଇରାନର ସେହି ୮ ମିସାଇଲ, ଯାହା ଇସ୍ରାଏଲ ପାଇଁ ବଡ଼ ବିପଦ ସାଜିଛି
ସାହେବ ୩ ମିସାଇଲ
- ଇରାନର ମିଡିୟମ ରେଂଜ ବାଲାଷ୍ଟିକ ମିସାଇଲ
- ରେଜଂ ୧ ହଜାରରୁ ୨ ହଜାର କିଲୋମିଟର
- ଗୋଟିଏ ଥରରେ ୫ଟି ସ୍ଥାନରେ ଆକ୍ରମଣ କ୍ଷମତା
- ସର୍ବାଧିକ ୪୦୦ କିଲୋମିଟର ଉଚ୍ଚକୁ ଯାଇପାରିବ
- ପ୍ରତି ସେକେଣ୍ଡରେ ଗତି ହେଉଛି ୨.୪ କିଲୋମିଟର

ଘର୍ଦ୍ଦ ମିସାଇଲ
- ମିଡିୟମ ରେଂଜର ବାଲାଷ୍ଟିକ ମିସାଇଲ
- ରେଂଜ ୧୮୦୦ରୁ ୨୦୦୦ କିଲୋମିଟର
- ଘଂଟାପ୍ରତି ୧୧୦୦୦ କିମି ବେଗରେ ଟାର୍ଗେଟ ଆଡ଼କୁ ଗତିକରେ
- ଆଂଟି ସ୍ୟାଟେଲାଇଟ ମିସାଇଲ ବର୍ଗରେ ରହିଛି ଏହି ମିସାଇଲ
- ଟାର୍ଗେଟର ୧୧୦ମିଟର ପରିଧି ଭିତରେ ଧ୍ୱସଂ କରିବାର କ୍ଷମତା

ଏମାଦ ମିସାଇଲ
- ମିଡିୟମ ରେଂଜର ବାଲାଷ୍ଟିକ ମିସାଇଲ
- ଏହାର ଓଜନ ୭୫୦ କିଲୋଗ୍ରାମ
- ରେଂଜ ୧୭୦୦ କିଲୋମିଟର
- ଟାର୍ଗେଟର ୫-୧୦ ମିଟର ପରିଧିରେ ବି ଧ୍ୱସଂ କରିବାର କ୍ଷମତା
- ଆବଶ୍ୟକ ପଡ଼ିଲେ ଦିଗ ବଦଳାଇପାରେ
- ୨୦୧୬ରୁ ଇରାନୀ ସେନା ଏହାକୁ ବ୍ୟବହାର କରୁଛି

ଫତହ ମିସାଇଲ
- ହାଇପରସୋନିକ ମିଡିୟମ ରେଂଜ ମିସାଇଲ
- ୪୫୦ କିଲୋଗ୍ରାମ ପର୍ଯ୍ୟନ୍ତ ଯୁଦ୍ଧାସ୍ତ୍ର ଲଗାଯାଇପାରିବ
- ଏହାର ରେଂଜ ୧୪୦୦ କିମି, ଗତି ୧୮୫୨୨ କିମି ପ୍ରତିଘଂଟା
- ଯେକୌଣସି ସମୟରେ ଏହାର ଗତିପଥ ବଦଳାଯାଇ ପାରିବ
- ମିସାଇଲ ରାଡାରରେ ଧରାପଡ଼େନାହିଁ ଫତହ ମିସାଇଲ

ହଜ୍ କାସେମ ମିସାଇଲ
- ହଜ୍ କାସେମ ଇରାନର ବାଲାଷ୍ଟିକ ମିସାଇଲ
- ୨୦୨୦ରୁ ଇରାନ ସେନାରେ ସାମିଲ ହୋଇଛି
- ଏହାର ରେଂଜ ୧୪୦୦କିମି
- ୧୪୮୧୭ କିମି ପ୍ରତି ଘଂଟା ବେଗରେ ଗତି କରିପାରେ

ଖୈବର ଶେକନ ମିସାଇଲ
- ଇରାନର ମିଡିୟମ ରେଂଜର ବାଲାଷ୍ଟିକ ମିସାଇଲ
- ଏହାର ରେଂଜ ୧୪୬୦ କିମି
- ୫୦୦କିଲୋଗ୍ରାମ ପର୍ଯ୍ୟନ୍ତ ଯୁଦ୍ଧାସ୍ତ୍ର ବହନ କରିବାରେ ସକ୍ଷମ
- ଏହାର ଗତି ୪୯୩୨ କିମିରୁ ୬୧୭୪ କିମି ପ୍ରତିଘଂଟା

ପାଭେ ମିସାଇଲ
- ପାଭେ ଇରାନର କ୍ରୁଜ ମିସାଇଲ
- ଏହାର ରେଂଜ ୧୬୫୦ କିମି
- ଟାର୍ଗେଟ ନିକଟରେ ପହଂଚିବା ପାଇଁ ବିକଳ୍ପ ରାସ୍ତା ଚୟନ କରିଥାଏ
- ଯେକୌଣସି ସମୟରେ ଗତି ବଦଳାଇବାରେ ସକ୍ଷମ

ସେଜିଲ ମିସାଇଲ
- ଇରାନର ମିଡିୟମ ରେଂଜର ବାଲାଷ୍ଟିକ ମିସାଇଲ
- ୫୦୦ରୁ ୧୫୦୦ କିଗ୍ରା ଓଜନର ଯୁଦ୍ଧାସ୍ତ୍ର ବହନ କ୍ଷମତା
- ୧୭୪୮୭ କିମି ପ୍ରତି ଘଂଟାରେ ଗତି କରିପାରେ
- ଏହାର ରେଂଜ ୨୦୦୦ରୁ ୨୫୦୦ କିଲୋମିଟର
- ୨୦ମିଟର ଦୂରରେ ପଡ଼ିଲେ ବି ଟାର୍ଗେଟକୁ ଧ୍ୱସଂ କରିବାରେ ସକ୍ଷମ