କନକ ବ୍ୟୁରୋ: ୬ ଦିନ ପୂର୍ବରୁ ଅର୍ଥାତ୍ ଅକ୍ଟୋବର ୭ ତାରିଖରେ ଅତର୍କିତ ଭାବେ ଇସ୍ରାଏଲ ଉପରେ ଆକମ୍ରଣ କଲା ପାଲେଷ୍ଟାଇନ ଆତଙ୍କବାଦୀ ସଙ୍ଗଠନ ହମାସ୍ । ମାତ୍ର ଅଧଘଣ୍ଟାରେ ବର୍ଷାଇଲା ୫ ହଜାର ରକେଟ୍ । ଏହାପରେ ଯୁଦ୍ଧ ଘୋଷଣା କଲା ଇସ୍ରାଏଲ ।ଏହି ଯୁଦ୍ଧରେ ଇସ୍ରାଏଲର ପାଖାପାଖି ୧୨୦୦ ନାଗରିକ ପ୍ରାଣ ହରାଇଥିବାବେଳେ ପାଲେଷ୍ଟାଇନ ଗାଜା ପଟ୍ଟିର ପାଖାପାଖି ୯୦୦ ଲୋକଙ୍କର ମୃତ୍ୟୁ ହୋଇଛି । ଗୋଟେପଟେ ଇସ୍ରାଏଲ ଲଗାତାର ହମାସର ଠିକଣାଗୁଡିକ ଉପରେ ଆକ୍ରମଣ କରୁଥିବାବେଳେ ହମାସ୍ ମଧ୍ୟ ରହି ରହି ଇସ୍ରାଏଲ ଉପରେ ରକେଟ୍ ମାଡ କରୁଛି ।

Advertisment

ଏହା ଭିତରେ ଭୂତ ସହର ପାଲଟିଛି ଇସ୍ରାଏଲର ସବୁଠୁ ସୁନ୍ଦର ଓ ବଡ ସହର ଅସ୍କଲୋନ୍ । ଏ ହେଉଛି ସେହି ସହର ଯେଉଁଠି ପ୍ରଥମେ ନରସଂହାର କରିଥିଲ ହମାସ୍ । ପାଲେଷ୍ଟାଇନର ସୀମାରୁ ମାତ୍ର ୩୦ କିଲୋମିଟର ଦୂରରେ ଏହି ସହର ଅସ୍କଲୋନ୍ । ମୋଟର ପାରାଚୁଟ୍ ମାଧ୍ୟମରେ ଏହି ସହରରେ ଅନୁପ୍ରବେଶ କରିବା ପରେ ଏଠାରେ ଚାଲିଥିବା ପିସ୍ ମ୍ୟୁଜିକ୍ ଫେଷ୍ଟିଭାଲ ଉପରେ ଗୁଳିମାଡ କରିଥିଲେ । ଫଳରେ ପାଖାପାଖି ୨୫୦ ଲୋକଙ୍କର ମୃତ୍ୟୁ ହୋଇଥିଲା । ହମାସର ଏହି ବର୍ବରତାକୁ ୬ ଦିନ ବିତିଲାଣି । କିନ୍ତୁ ଅସ୍କଲୋନ ସହରବାସୀଙ୍କ ମନରେ ଭୟ ଏତେ ମାତ୍ରାରେ ରହିଛି ଯେ, ୯୦ ପ୍ରତିଶତ ଲୋକ ଅନ୍ୟତ୍ର ପଳାୟନ କରିଛନ୍ତି । ପୁରା ସର ଏବେ Ghost town ପରି ଲାଗୁଛି ।

ସହରର କିଛି ମାତ୍ର କଫି କାଫେ କେବଳ ସକାଳ ସମୟରେ ଖୋଲା ରହୁଛି ଯେଉଁଠି ଇସ୍ରାଏଲ ସେନା ଓ ସୁରକ୍ଷାବଳଙ୍କୁ ଦେଖିବାକୁ ମିଳୁଛି । କଫି କାଫେ ଚଲାଉଥିବା ମାଲିକ ନୋଆ କହିଛନ୍ତି ସେ କିନ୍ତୁ କେବେହେଲେ ଏ ସହରକୁ ଛାଡି ଯିବ ନାହିଁ । କାରଣ ସେ ନିଜ ମାଟି ପାଇଁ ଲଢେଇ କରୁଛନ୍ତି ।