ଯୁଦ୍ଧ ବେଳେ ଗାଜାରେ ଇସ୍ରାଏଲର ପ୍ରତିରକ୍ଷା ମନ୍ତ୍ରୀ : ଆତଙ୍କୀ ବିରୋଧରେ ବିନା କୌଣସି ସଙ୍କୋଚରେ ଆକ୍ରମଣ ପାଇଁ ନିର୍ଦ୍ଦେଶ; ସେପଟେ ଯୁଦ୍ଧରେ ୨ଲକ୍ଷ ୬୦ ହଜାର ବିସ୍ଥାପିତ

ଯୁଦ୍ଧ ବେଳେ ଗାଜାରେ ଇସ୍ରାଏଲର ପ୍ରତିରକ୍ଷା ମନ୍ତ୍ରୀ : ଆତଙ୍କୀ ବିରୋଧରେ ବିନା କୌଣସି ସଙ୍କୋଚରେ ଆକ୍ରମଣ ପାଇଁ ନିର୍ଦ୍ଦେଶ; ସେପଟେ ଯୁଦ୍ଧରେ ୨ଲକ୍ଷ ୬୦ ହଜାର ବିସ୍ଥାପିତ

କନକ ବ୍ୟୁରୋ : ଯୁଦ୍ଧର ଘନଘଟା ଭିତରେ ଗାଜାରେ ପହଞ୍ଚିଛନ୍ତି ଇସ୍ରାଏଲର ପ୍ରତିରକ୍ଷା ମନ୍ତ୍ରୀ । ବିନା କୌଣସି ସଙ୍କୋଚରେ ଆତଙ୍କୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସେନାକୁ ଦେଲେ ନିର୍ଦ୍ଦେଶ । ଯୁଦ୍ଧ ବେଳେ ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀଙ୍କ ଏହି ବୟାନ କହୁଛି ଗାଜା ବିରୋଧରେ ଇସ୍ରାଏଲ କିଭଳି ରକ୍ତମୁଖା ହୋଇଛି । ଆଉ ପ୍ରତିଶୋଧ ନେବାକୁ ଜୋରଦାର ପ୍ରୟାସ କରୁଛି ବୋଲି ଜଣାପଡୁଛି । ହମାସ ନିଜ କର୍ମର ପରିଣାମ ଭୋଗିବ ବୋଲି ସେ କହିଛନ୍ତି । ଇତି ମଧ୍ୟରେ ୨ ଲକ୍ଷ ୬୦ ହଜାର ବିସ୍ଥାପିତ ହୋଇଛନ୍ତି ବୋଲି ୟୁଏନ କହିଛି । କିନ୍ତୁ ପ୍ରଶ୍ନ ହେଲା ୟୁଏନ କେବଳ ଏହି ସଂଖ୍ୟା ଗଣିବାରେ ସୀମିତ ରହିବ ନା ଆଉ କିଛି ପଦକ୍ଷେପ ନେବ ।

ସେପଟେ ୨୨ ସଦସ୍ୟ ବିଶିଷ୍ଟ ଆରବ ଲିଗର ଆଜି ଜରୁରୀ ବୈଠକ । ୨୨ ଦେଶର ବୈଦେଶିକ ମନ୍ତ୍ରୀ ଏହି ସମୟରେ ଉପସ୍ଥିତ ରହିବେ । ଫିଲିସ୍ତାନ ଓ ସାଉଦି ଆରବ ବୈଠକ ପାଇଁ ଆହ୍ୱାନ କରିଥିଲେ । ଏହା ପରେ ବୈଠକ ହେବାକୁ ଯାଉଛି । ଆରବ ଲିଗର ଆବାହକ ଅବୁଲ ଘେତ ରୁଷ ଗସ୍ତରେ ଅଛନ୍ତି । ସେ ପୁଟିନ ଓ ରୁଷ ପ୍ରତିରକ୍ଷା ବିଶେଷଜ୍ଞଙ୍କୁ ଭେଟିଥିବା ଜଣାପଡିଛି । ଏହା ପୂର୍ବରୁ ରୁଷ ଗାଜାକୁ ସମର୍ଥନ କରିଛି । ଅନ୍ୟପଟେ ଯୁଦ୍ଧରେ ଇରାନର ସଂପୃକ୍ତି ଅଭିଯୋଗର ଆମେରିକା ତଦନ୍ତ ଆରମ୍ଭ କରିଥିବା ସୂଚନା ରହିଛି । ଡାଟା ସଂଗ୍ରହ କରି ଆମେରିକା ତଦନ୍ତ କରୁଥିବା ଜଣାପଡିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe