ବୈଜ୍ଞାନିକମାନେ ଶୁକ୍ରାଣୁ କିମ୍ବା ଅଣ୍ଡା ବିନା ମାନବ ଭ୍ରୁଣର ଏକ ମଡେଲ ସୃଷ୍ଟି କରିଛନ୍ତି। ଯଦି ଏହି ପରୀକ୍ଷଣ ସଫଳ ହୁଏ ତେବେ ଭବିଷ୍ୟତରେ ଶିଶୁ ଜନ୍ମ କରିବାପାଇଁ ଆଉ ମଣିଷମାନକଙ୍କର ଆବଶ୍ୟକତା ପଡ଼ିବ ନାହିଁ ।

Advertisment

ଇସ୍ରାଏଲ୍ ବୈଜ୍ଞାନିକକମାନେ ଶୁକ୍ରାଣୁ, ଅଣ୍ଡା କିମ୍ବା ଗର୍ଭାଶୟ ବ୍ୟବହାର ନକରି ଲାବୋରେଟୋରୀରେ ଥିବା ଷ୍ଟେମ୍ ସେଲରୁ ମାନବ ଭ୍ରୁଣର ଏକ ମଡେଲ୍ ସୃଷ୍ଟି କରିଛନ୍ତି। ଏହା ଭ୍ରୁଣ ବିକାଶର ପ୍ରାରମ୍ଭିକ ପର୍ଯ୍ୟାୟରେ ଅଛି । ଇସ୍ରାଏଲର ୱାଇଜମ୍ୟାନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ ରିପୋର୍ଟ ଅନୁଯାୟୀ ଏହି ମଡେଲ୍ ଭ୍ରୁଣ ସୃଷ୍ଟିର ୧୪ ଦିନ ପରର ଅବସ୍ଥା ପରି ଦେଖାଯାଉଛି। ସେତେବେଳକୁ ଏହି ଭ୍ରୁଣରେ ଆଭ୍ୟନ୍ତରୀଣ ଗଠନଗୁଡ଼ିକ ବିକଶିତ ହୁଏ ଏବଂ ଶରୀରର ଅଂଶ ଗଠନ ଆରମ୍ଭ ହୁଏ ।

ମାନବ ବିଜ୍ଞାନ କ୍ଷେତ୍ରରେ ଏହା ଏକ ବଡ ଅନୁଭବ ଭାବରେ ବିବେଚନା କରାଯାଉଛି ।

ଯଦି ଏହି ପରୀକ୍ଷଣ ସଫଳ ହୁଏ ତେବେ ପିଲାମାନଙ୍କୁ ଜନ୍ମ ଦେବା ପାଇଁ ଆଉ ମଣିଷର ଆବଶ୍ୟକତା ପଡିବ ନାହିଁ । ଏହି ପରୀକ୍ଷଣ ଏବେ ପ୍ରାଥମିକ ପର୍ଯ୍ୟାୟରେ ଅଛି ଯଦିଓ ଏହା  ସଫଳ ହେବାପାଇଁ ବହୁତ ସମୟ ଲାଗିପାରେ ।

ପ୍ରକୃତ ଭ୍ରୁଣର ବିକାଶ ବିଷୟରେ  ଜୁନ୍ ମାସରେ ବୋଷ୍ଟନରେ ଆନ୍ତର୍ଜାତୀୟ ସୋସାଇଟି ଫର୍ ଷ୍ଟେମ୍ ସେଲ୍ ରିସର୍ଚ୍ଚ (ISSCR) ର ବାର୍ଷିକ ବୈଠକରେ ଏକ ପ୍ରି-ପ୍ରିଣ୍ଟ୍ ପ୍ରକାଶ ପାଇବା ପରେ ବୁଧବାର ‘ନେଚର ଜର୍ନାଲ’ରେ ବୈଜ୍ଞାନିକମାନଙ୍କ ଏହି କାର୍ଯ୍ୟ ପ୍ରକାଶିତ ହୋଇଥିଲା । ଇସ୍ରାଏଲ୍ ଦଳ ଜୋର ଦେଇଛନ୍ତି ଯେ ଏହା ଏବେ ପ୍ରାରମ୍ଭିକ ପର୍ଯ୍ୟାୟରେ ଅଛି ପ୍ରକୃତ ଭ୍ରୁଣ ସୃଷ୍ଟି କରିବାଠାରୁ ସେମାନେ ବହୁ ଦୂରରେ ଅଛନ୍ତି ।

ଇସ୍ରାଏଲ୍ ବୈଜ୍ଞାନିକ ଦଳର ନେତା ଜେକବ ହାନ୍ନା କହିଛନ୍ତି ଯେ ପ୍ରଶ୍ନ ହେଉଛି ଆମେ ଏକ ଭ୍ରୁଣକୁ ଆମେ କେତେବେଳେ ଭ୍ରୁଣ ଭାବରେ ବିବେଚନା କରୁ ? ଏହାର ଏକ ନିୟମ ଅଛି, ଆମେ ନିୟମ ଜାଣୁ । ପ୍ରକୃତରେ ବର୍ତ୍ତମାନ ଆମେ ସେହି ସ୍ଥାନଠାରୁ ବହୁତ ଦୂରରେ ଅଛୁ ।

ମଣିଷ ପାଇଁ କ’ଣ ଲାଭ ହେବ ?

ଗର୍ଭଧାରଣ ସମୟରେ ଔଷଧର ପ୍ରଭାବ ପରୀକ୍ଷା କରିବା, ଗର୍ଭପାତ ଏବଂ ଜେନେଟିକ ରୋଗକୁ ଭଲଭାବେ ବୁଝିବା ଏବଂ ଅଙ୍ଗ ପ୍ରତ୍ୟାରୋପଣ ଇତ୍ୟାଦି ବିଷୟରେ ଏହା ବହୁତ ସହାୟକ ହେବ ବୋଲି ଆଶା କରାଯାଉଛି । ଏହା ସମାନ ନୁହେଁ ବୋଲି ହାନ୍ନା କହିଛନ୍ତି। ମାନବ ଭ୍ରୁଣଠାରୁ ବହୁତ ପାର୍ଥକ୍ୟ ଅଛି ତଥାପି ଏହା ପ୍ରଥମ ଥର ପାଇଁ ସଫଳ ହେଇଛି ।  ସେ କହିଛନ୍ତି ଯେ ତାଙ୍କ ଟିମ୍ ବୟସ୍କ ମାନବ ଚର୍ମ କୋଷରୁ ଉତ୍ପନ୍ନ ଷ୍ଟେମ୍ ସେଲ୍ ଏବଂ ଲ୍ୟାବରେ ତିଆରି ଅନ୍ୟ କୋଷଗୁଡିକ ନେଇଥିଲେ। ବିଭିନ୍ନ ପ୍ରକାରର କୋଷରେ ବିକାଶ କରିବାର ପ୍ରାରମ୍ଭିକ କ୍ଷମତା ସହିତ ସେ  କୋଷଗୁଡ଼ିକ ସେମାନଙ୍କର ପ୍ରାରମ୍ଭିକ ଅବସ୍ଥାକୁ ଫେରେଇ ଆଣିପାରିଥିଲେ ।