ଇସ୍ରାଏଲ ଏବଂ ହାମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ଆଜି ଷଷ୍ଠ ଦିନରେ ପହଞ୍ଚିଛି । ଅଗଷ୍ଟ ୭ ରେ ଆରମ୍ଭ ହେଇଥିବା ଯୁଦ୍ଧ ଦିନକୁ ଦିନ ଘମାଘୋଟ ହେବାରେ ଲାଗିଛି । ପ୍ରଥମେ ଯେତେବେଳେ ହମାସ୍ ଆତଙ୍କବାଦୀମାନେ ହଠାତ୍ ଇସ୍ରାଏଲ ଉପରେ ଆକ୍ରମଣ କରିଥିଲେ ସେହି ସମୟରେ ଜଣେ ପୋଲିସବାଲା ଉପସ୍ଥିତ ବୁଦ୍ଧି ଖଟାଇ ୫୦୦ ଇସ୍ରାଏଲି ନାଗରକିଙ୍କ ଜୀବନ ରକ୍ଷା କରିବାରେ ସମର୍ଥ ହେଇଥିଲେ ।

Advertisment

୭ ଅକ୍ଟୋବର ୨୦୨୩ କୁ  ଇସ୍ରାଏଲର ଲୋକମାନେ କେବେବି ଭୁଲି ପାରିବେ ନାହିଁ । ଯେଉଁଦିନ ପାଲେଷ୍ଟାଇନର  ଆତଙ୍କବାଦୀ ସଂଗଠନ ହମାସର ଆତଙ୍କବାଦୀମାନେ ଇସ୍ରାଏଲରେ ପ୍ରବେଶ କରି ରକ୍ତର ହୋଲି ଖେଳିଥିଲେ । ଆତଙ୍କବାଦୀମାନେ ମହିଳା, ବୃଦ୍ଧ, ଯୁବକ ଏବଂ ଏପରିକି ଛୋଟଛୋଟ ପିଲାମାନଙ୍କୁ ମଧ୍ୟ ଛାଡି ନଥିଲେ । ଯାହାକୁ ଦେଖିଲେ ଗୁଳି କରି ହତ୍ୟା କରିଥିଲେ । ବହୁ ସଂଖ୍ୟାରେ ଲୋକମାନଙ୍କୁ ଅପହରଣ କରିନେଇଥିଲେ ଏବଂ ମହିଳା ମାନଙ୍କ ସହ ଦୁଷ୍କର୍ମ କରିଥିଲେ । ଆତଙ୍କବାଦୀମାନେ ପ୍ରଥମେ ଦକ୍ଷିଣ ଇସ୍ରାଏଲରେ ଚାଲିଥିବା  ଏକ ସଂଗୀତ ମହୋତ୍ସବକୁ ଟାର୍ଗେଟ କରି ଆକ୍ରମଣ ଆରମ୍ଭ କରିଥିଲେ ।

ଏହି ସଙ୍ଗୀତ ମହୋତ୍ସବରେ ଜଣେ ଏମିତି ପୋଲିସ ବାଲା ଉପସ୍ଥିତ ଥିଲେ ଯିଏ ନିଜର ବୁଦ୍ଧି ଖଟାଇ ୫୦୦ ରୁ ଅଧିକ ଲୋକଙ୍କ ଜୀବନ ରକ୍ଷା କରିବାରେ ସକ୍ଷମ ହେଇଥିଲେ । ଏହି ପୋଲିସଙ୍କ ନାମ ୟିଗଲ ସିଙ୍ଗର ।

ହମାସ ଆତଙ୍କବାଦୀ ମାନେ ହ୍ୟାଙ୍ଗ ଗ୍ଲାଇଡ଼ର ସାହାଯ୍ୟରେ ଉଡି ଉଡି ଆସି ଚାଲିଥିବା ସଙ୍ଗୀତ ମହୋତ୍ସବରେ ପଶି ଆଖିବୁଜା ଗୁଳି ଚଳାଇଥିଲେ । ନାଚଗୀତରେ ମସ୍ତି ଥିବା ଯୁବକ/ଯୁବତୀ ମାନେ କିଛି ବୁଝିବା ଆଗରୁ ତାଙ୍କ ସାମନାରେ ମୃତ୍ଯୁର ଦୁତ ରୂପେ ଆତଙ୍କବାଦୀ ମାନେ ଠିଆ ହେଇସାରିଥିଲେ । ସେମାନଙ୍କ ଗୁଳିରେ ଶତାଧିକ ଲୋକ ଟଳି ପଡ଼ିଲେ । ସେହି ଉତ୍ସବରେ ଇସ୍ରାଏଲର ୟିଗଲ ସିଙ୍ଗର ନାମକ ଜଣେ ପୋଲିସବାଲା ଉପସ୍ଥିତ ଥିଲେ । ଯେତେବେଳେ ସେ ଆତଙ୍କବାଦୀ ମାନଙ୍କୁ ଅସ୍ତ୍ରଶସ୍ତ୍ର ସହ ଦେଖିଲେ ସେ ଘଟଣାକୁ ବୁଝି ସାରିଥିଲେ ଏବଂ ନିଜର କର୍ମପନ୍ଥା ସ୍ଥିର କରିନେଇଥିଲେ । ୟିଗଲ ସିଙ୍ଗର ପ୍ରଥମେ ଏକ ସୁରକ୍ଷିତ ରାସ୍ତା ଖୋଜିବାରେ ଲାଗିଲେ । ରାସ୍ତା ପାଇଗଲା ପରେ ସେ କିଛି ଲୋକମାନଙ୍କର ଛୋଟ ଛୋଟ ଦଳ ଗଠନ କରି ପାର୍କିଂ ସ୍ଥାନ ଆଡକୁ ଅଗ୍ରସର ହେଲେ । ସମସ୍ତେ ଚୁପଚାପ ପାର୍କିଂରେ ଥିବା ଗାଡିରେ ବସି ସାରିଲା ପରେ ହଠାତ ଏକସାଙ୍ଗେ ସମସ୍ତ ଗାଡି ଷ୍ଟାର୍ଟ କରି ସୁରକ୍ଷିତ ସ୍ଥାନ ଆଡ଼କୁ ଛୁଟି ଚାଲିଲେ । ଯେହେତୁ ସେ ଜଣେ ପୋଲିସ ବାଲା ତେଣୁ ସେ ଜାଣିଥିଲେ ଏମିତି ପରିସ୍ଥିତିକୁ କେମିତି ସାମନା କରାଯାଏ । ପ୍ରାୟ ଶହେ ସରିକି ଗାଡିର ଏକ ଦଳର ନେତୃତ୍ବ ସେ ନିଜେ ନେଉଥିଲେ । ୧୦୦ ଗାଡିରେ ପ୍ରାୟ ୫୦୦ ଇସ୍ରାଏଲି ନାଗରିକଙ୍କୁ ନେଇ ସୁରକ୍ଷିତ ସ୍ଥାନରେ ପହଞ୍ଚେଇ ଥିଲେ । ସେମାନଙ୍କୁ ସୁରକ୍ଷିତ ସ୍ଥାନରେ ପହଞ୍ଚେଇବା ପରେ ମଧ୍ୟ ସେ ଅଟକି ନଥିଲେ । ଘଟଣାସ୍ଥଳରେ ଫସି ରହିଥିବା ଅନ୍ୟ ଲୋକମାନଙ୍କୁ ଉଦ୍ଧାର କରିବାକୁ ପୁନର୍ବାର ବାହାରି ଆସିଥିଲେ । ଏଥର କିନ୍ତୁ ଭାଗ୍ୟ  ତାଙ୍କର ସାଥ ଦେଲାନି । ଅନ୍ୟମାନଙ୍କୁ ଉଦ୍ଧାର କରିବା ସମୟରେ ସେ ଆତଙ୍କବାଦୀଙ୍କ ଗୁଳିରେ ସେ ଗୁରୁତର ହେଇ ଯାଇଥିଲେ । ବର୍ତ୍ତମାନ ସେ ଆହତ ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି ।

ଘଟଣା ସମ୍ପର୍କରେ ୟିଗଲ ସିଙ୍ଗର କୁହନ୍ତି ‘ମୋତେ ସାରା ଜୀବନ ଏହି ଦୁଃଖ ରହିବ ଯେ ମୁଁ ଅନ୍ୟମାନଙ୍କୁ ବଞ୍ଚେଇ ପାରିଲିନି । ମୋତେ ଆହୁରି ଲୋକଙ୍କ ଜୀବନରକ୍ଷା କରିବାର ଥିଲା , ଯାହା ମୁଁ ପାରିଲିନି ।