କନକ ବ୍ୟୁରୋ: ଇସ୍ରାଏଲର ପ୍ରଧାନମନ୍ତ୍ରୀ ନପ୍ତାଲି ବେନେଟଙ୍କୁ କରୋନା । ନିକଟରେ ସେ ଆମେରିକା ବିଦେଶ ମନ୍ତ୍ରୀ ଆଣ୍ଟୋନୀ ବ୍ଲିଙ୍କନଙ୍କ ସହ ସାକ୍ଷାତ କରିଥିଲେ । ଏହି ସମୟରେ ସେ କରୋନା ସଂକ୍ରମିତ ହୋଇଥିବା ସୂଚନା ରହିଛି ।
ଆଉ ମାତ୍ର ୫ ଦିନ ପରେ ଭାରତ ଆସିଥାନ୍ତେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ନପ୍ତାଲି ବେନେଟ୍ । ହେଲେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍ ନାହିଁ ଏବଂ ସେ କରୋନା ସଂକ୍ରମିତ । ବର୍ତ୍ତମାନ ବେନେଟ୍ କ୍ୱାରେଣ୍ଟାଇନରେ ଥିବା ତାଙ୍କ କାର୍ଯ୍ୟାଳୟରୁ ଜଣାଯାଇଛି । ହେଲେ ସମସ୍ତ ଗୁରୁତ୍ୱପୂର୍ଣ୍ଣ ପ୍ରଶାସନିକ କାର୍ଯ୍ୟ ବେନେଟ୍ ଘରେ ରହି କରୁଛନ୍ତି ।
ଏପ୍ରିଲ ୩ ତାରିଖରେ ଭାରତ ଆସିଥାନ୍ତେ ବେନେଟେ୍ । ଏଠାରେ ୫ ତାରିଖ ଯାଏଁ ରହି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଆଲୋଚନା କରିବା ସହ ବରିଷ୍ଠ ଅଧିକାରୀଙ୍କ ସହ ଭେଟ କରିଥାନ୍ତେ । ଏହି ଅବସରରେ ଦୁଇ ଦେଶ ମଧ୍ୟରେ ସୂଚନା, ପ୍ରଦ୍ୟୋଗ, ସାଇବର ସୁରକ୍ଷା, କୃଷି ଓ ଜଳବାୟୁ ପରିବର୍ତ୍ତନ ସମ୍ପର୍କିତ ବିଷୟ ଉପରେ ଆଲୋଚନା ହୋଇଥାନ୍ତା । ହେଲେ ବେନେଟଙ୍କୁ କରୋନା ହୋଇଥିବା ଜଣାପଡିବା ପରେ ତାଙ୍କ ଭାରତ ଗସ୍ତକୁ ନେଇ ଆଶଙ୍କା ସୃଷ୍ଟି ହୋଇଛି ।