ହମାସ ଉପରେ ଇସ୍ରାଏଲର ଘନ ଘନ ରକେଟ୍ ମାଡ଼ : ଗୋଟିଏ ରାତିରେ ୨୦୦ଟି ସ୍ଥାନରେ ମିସାଇଲ ମାଡ଼

ହମାସ ଉପରେ ଇସ୍ରାଏଲର ଘନ ଘନ ରକେଟ୍ ମାଡ଼ : ଗୋଟିଏ ରାତିରେ ୨୦୦ଟି ସ୍ଥାନରେ ମିସାଇଲ ମାଡ଼

କନକ ବ୍ୟୁରୋ : ୫ ଦିନରେ ପହଞ୍ଚିଲାଣି ପାଲେଷ୍ଟାଇନ-ଇସ୍ରାଏଲ ମଧ୍ୟରେ ଯୁଦ୍ଧ । ୩ ହଜାରରୁ ଅଧିକ ଲୋକଙ୍କ ଜୀବନ ଗଲାଣି । ଉଭୟ ପକ୍ଷ ମଧ୍ୟରେ ଘମାଘୋଟ ଲଢେଇ ଜାରି ରହିଛି । ଛାରଖାର ହୋଇଗଲାଣି ଗାଜା । ଗତକାଲି ଗୋଟିଏ ରାତିରେ ହମାସର ୨୦୦ଟି ସ୍ଥାନରେ ଆକ୍ରମଣ କରିଛି ଇସ୍ରାଏଲ । ବର୍ତ୍ତମାନ ସୁଦ୍ଧା ୨୨୦୦ରୁ ଅଧିକ ସ୍ଥାନକୁ ଟାର୍ଗେଟ୍ କରି ଧ୍ୱଂଶ କରିଛି ଇସ୍ରାଏଲ । ହମାସର ମିଲିଟାରୀ ମୁଖ୍ୟଙ୍କ ଘରକୁ ମଧ୍ୟ ଧ୍ୱଂଶ କରିଛି ଇସ୍ରାଏଲ ବାୟୁସେନା ।

ଇସ୍ରାଏଲର ପ୍ରବଳ ପ୍ରତିରୋଧ ଭିତରେ ବି ହମାସ୍ ଯୁଦ୍ଧକୁ ଅଧିକ ଭୟଙ୍କର କରିବାରେ ସମର୍ଥ ହୋଇଛି । ପ୍ରତିଟି ବିସ୍ଫୋରଣର ପାଲଟା ଜବାବରେ ପଣବନ୍ଦୀ ରଖାଯାଇଥିବା ଇସ୍ରାଏଲ ନାଗରିକଙ୍କୁ ହତ୍ୟା କରାଯିବ ବୋଲି ଧମକ ଦେଇଛି ହମାସ । ଗାଜାରେ ହମାସ ଏବଂ ଅନ୍ୟ ଆତଙ୍କବାଦୀ ଗୋଷ୍ଠୀ ୧୫୦ରୁ ଅଧିକ ଇସ୍ରାଏଲ ନାଗରିକ ଏବଂ ସୈନିକଙ୍କୁ ପଣବନ୍ଦୀ କରି ନେଇଛି ବୋଲି ଇସ୍ରାଏଲ କହିଛି । ଗାଜା ନିକଟ ୧୨ରୁ ଅଧିକ ସହରରୁ ଯୁଦ୍ଧକାଳୀନ ଭିତିରେ ହଜାର ହଜାର ଏସ୍ରାଏଲୀଙ୍କୁ ଖାଲି କରାଯାଉଛି । ଗାଜା ସୀମାରେ ଡ୍ରୋନ୍ ଓ ଟ୍ୟାଙ୍କ ମୁତୟନ କରାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe