ବର୍ତ୍ତମାନ ଭାରତ ମଧ୍ୟ ଇସ୍ରାଏଲର ଶକ୍ତିଶାଳୀ ଏବଂ ଗୁପ୍ତଚର ଡ୍ରୋନ୍ ବ୍ୟବହାର କରିବାକୁ ଯାଉଛି ।  ଭାରତରେ ତିଆରି ହେବ ଇସ୍ରାଏଲଏ ପ୍ରସିଦ୍ଧ ହର୍ମେସ୍ 900 MALE UAV ଡ୍ରୋନ୍ । ଆଦାନୀ ପ୍ରତିରକ୍ଷା କମ୍ପାନୀ ଏହାକୁ ଭାରତରେ ତିଆରି କରିବ । ଆସନ୍ତା ୪-୫ ବର୍ଷ ମଧ୍ୟରେ ଭାରତରେ ଏହି ଡ୍ରୋନ୍ ବ୍ୟବହାରଯୋଗ୍ୟ ପରି ପ୍ରସ୍ତୁତ ହେଇଯିବ ବୋଲି ଆଶା କରାଯାଉଛି ।

Advertisment

publive-image

ଦେଶରେ ଏଭଳି ଅତ୍ୟାଧୁନିକ ଶକ୍ତିଶାଳୀ ଡ୍ରୋନର ନିର୍ମାଣ ସହିତ ରୋଜଗାର ନିଶ୍ଚିତ ଭାବେ ବୃଦ୍ଧି ପାଇବ । ଭାରତୀୟ ସୈନ୍ୟବାହିନୀ ପ୍ରଥମଥର ପାଇଁ ଏପରି  ଅସ୍ତ୍ର ବ୍ୟବହାର କରିବାକୁ ସୁଯୋଗ ପାଇବେ । ବର୍ତ୍ତମାନ ପର୍ଯ୍ୟନ୍ତ କେବଳ ଇସ୍ରାଏଲର ଏଲବିଟ୍ କମ୍ପାନୀ ଦ୍ୱାରା ହିଁ ହର୍ମେସ୍ 900 ଡ୍ରୋନ୍ ପ୍ରସ୍ତୁତ କରାଯାଉଥିଲା । ଏହି ଡ୍ରୋନଗୁଡ଼ିକ ବିଶେଷକରି ଗୁପ୍ତଚର କାର୍ଯ୍ୟ କରିଥାଏ କିନ୍ତୁ ଆବଶ୍ୟକ ପଡ଼ିଲେ ଏହାଦ୍ବାରା ଆକ୍ରମଣ ମଧ୍ୟ କରାଯାଇପାରେ ।

publive-image

ଏହି ଡ୍ରୋନ୍ ୩୦ ରୁ ୩୬ ଘଣ୍ଟା ପାଇଁ ନିରନ୍ତର ଉଡିପାରେ । ଏହା ଏକ ମିଡିଅମ ଅଲ୍ଟିଚୂଡ ଲଙ୍ଗ ଆଡୁରାନ୍ସ ମାନବ ବିହୀନ ଯାନ (MALE UAV) ଅଟେ । ଏହା ସର୍ବାଧିକ ୩୦ ହଜାର ଫୁଟର ଉଚ୍ଚତାରେ ପହଞ୍ଚିପାରେ ।  ଏହାର ଡେଣା ୪୯ ଫୁଟ ଅଟେ ।  ଓଜନ ପ୍ରାୟ ୯୭୦  କିଲୋଗ୍ରାମ ।  ଏହା ୪୫୦ କିଲୋଗ୍ରାମ ଓଜନ ବିଶିଷ୍ଟ ଏକ ପେଲୋଡ୍ ସହିତ ଉଡିପାରେ ।

publive-image

ଏହାକୁ ଚଲାଇବା ପାଇଁ କେବଳ ଦୁଇ ଜଣ ଆବଶ୍ୟକ । ସେମାନେ ଏହାକୁ କମ୍ପ୍ୟୁଟର ମାଧ୍ୟମରେ ନିୟନ୍ତ୍ରଣ କରିଥାନ୍ତି । ଏହାର ଲମ୍ବ ପ୍ରାୟ ୨୭.୩ ଫୁଟ ଅଟେ । ଏହା ଘଣ୍ଟା ପ୍ରତି ସର୍ବାଧିକ ୨୨୦ କିଲୋମିଟର ବେଗରେ ଉଡିପାରେ । ଯଦିଓ ଏହା ସାଧାରଣତ ଘଣ୍ଟା ପ୍ରତି ୧୧୨ କିଲୋମିଟର ବେଗରେ ଉଡିଥାଏ । ଏହାର ଅର୍ଥ ଅଧିକ ବେଗରେ ଗତି ଉଡ଼ାଣ ସମୟକୁ ହ୍ରାସ କରିଥାଏ ।

publive-image

ଏଥିରେ ସ୍ପାଇକ୍ ମିସାଇଲ ଖଞ୍ଜା ଯାଇପାରିବ ।  ଦୁନିଆରେ ଏହି କ୍ଷେପଣାସ୍ତ୍ରର ୯ ଟି ପ୍ରକାର ଅଛି ।  ଆବଶ୍ୟକତା ଅନୁଯାୟୀ ଏହାକୁ ଡ୍ରୋନରେ ବ୍ୟବହାର କରାଯାଇପାରିବ । ଏହି କ୍ଷେପଣାସ୍ତ୍ର ଶତ୍ରୁର ସଞ୍ଜୁଆ ଯାନ ଏବଂ ଟ୍ୟାଙ୍କଗୁଡ଼ିକୁ ନଷ୍ଟ କରିପାରେ । ଏହି କ୍ଷେପଣାସ୍ତ୍ରର ପ୍ରଯୁକ୍ତିବିଦ୍ୟା ଏତେ ଉନ୍ନତ ଯେ ଥରେ ଟାର୍ଗେଟ ଲକ ହେଇଗଲେ ଆଉ କୌଣସି ପ୍ରକାରେ ଟାର୍ଗେଟ ବଞ୍ଚି ପାରିବ ନାହିଁ । ଏହ ସଠିକ ଲକ୍ଷଭେଦ କରିପାରେ ।

publive-image

ଏହି କ୍ଷେପଣାସ୍ତ୍ରକୁ ବର୍ତ୍ତମାନ ବିଶ୍ଵର ୩୫ ଟି ଦେଶ ବ୍ୟବହାର କରୁଛନ୍ତି । ସ୍ପାଇକ୍ ର ଲମ୍ବ ୩  ଫୁଟ ୧୧ ଇଞ୍ଚ ହୋଇଥାଏ । ସ୍ଥଳ ବିଶେଷରେ ଏଗୁଡିକର ଆକାରରେ ସାମାନ୍ୟ ପରିବର୍ତ୍ତନ ମଧ୍ୟ ହେଇଥାଏ । ଏହାର ରେଞ୍ଜ ମଧ୍ୟ ବିଭିନ୍ନ ପ୍ରକାରର ହୋଇଥାଏ ।  ଏହାର ମାରକ ପରିସର ୫୦ ମିଟରରୁ ୨୦ ହଜାର ମିଟର ହୋଇଥାଏ । ହେଲିକପ୍ଟରରେ ଲାଗୁଥିବା ଏହାର  ଭାରିଏଣ୍ଟ ୬୦୦ ରୁ ୨୫ ହଜାର ମିଟର ଦୂରତା ଯାଏ ଲକ୍ଷ୍ୟଭେଦ କରିପାରେ ।

publive-image

ଇସ୍ରାଏଲ ପ୍ରଥମେ ଜୁଲାଇ ୨୦୧୪ ରେ ଅପରେସନ୍ ପ୍ରୋଟେକ୍ଟିଭ୍ ଏଜରେ ଏହି ଡ୍ରୋନ୍ ବ୍ୟବହାର କରିଥିଲା । ଏବଂ ଏହା ୨୦୧୫ ଶେଷରେ ଏସୈନ୍ୟବାହିନୀରେ ନିୟୋଜିତ ହୋଇଥିଲା । ଏହି ଡ୍ରୋନର ମୁଖ୍ୟ କାର୍ଯ୍ୟ ହେଉଛି ନୀରିକ୍ଷଣ, ଗୁପ୍ତଚର କାର୍ଯ୍ୟ, ପଳାୟନ କରୁଥିବା ଶତୃକୁ ଖୋଜିବା, ଯୋଗାଯୋଗ ଏବଂ ବୈଦ୍ୟୁତିକ ଗୁପ୍ତଚର ଗିରି , ବୈଦ୍ୟୁତିକ ଯୁଦ୍ଧ ଏବଂ ଯେ କୌଣସି ପାଗରେ ଶତ୍ରୁ ଉପରେ ନଜର ରଖିବା ।

publive-image

ଏହି ଡ୍ରୋନ୍ ମଧ୍ୟ ସିଗନାଲକୁ ଖୋଜି ଗୁପ୍ତଚର କାମ  କରିବାରେ ସକ୍ଷମ । ଯୋଗାଯୋଗ ମାଧ୍ୟମ ପାଇଁ ମଧ୍ୟ ଏହା ଉପଯୋଗୀ ହେବ । ଯେପରି ଏହା ଅନୁସନ୍ଧାନ କରି ବିଦେଶୀ ବାର୍ତ୍ତାଗୁଡ଼ିକର ସଙ୍କେତକୁ ଡିକୋଡ କରିବାରେ ସାହାଯ୍ୟ କରିବ । କୁହାଯାଉଛି ଯେ ଭବିଷ୍ୟତରେ ଆଦାନୀ ପ୍ରତିରକ୍ଷା ହର୍ମେସ୍ 900 ଏବଂ ୪୫୦ ମଧ୍ୟ ନିର୍ମାଣ କରିପାରିବ । ଏହା ସହିତ ଭାରତ ଅନ୍ୟଦେଶକୁ ଡ୍ରୋନ୍ ରପ୍ତାନି ମଧ୍ୟ କରିପାରିବ ।