ଆଧୁନିକ ଯୁଦ୍ଧ କ୍ଷେତ୍ରରେ ଇସ୍ରାଏଲର ଲଢୁଆ ରୋବୋଟ , ସୀମାରେ ସେନାକୁ ଦେବ ସୁରକ୍ଷା ଶତ୍ରୁୁକୁ କରିବ ନିହତ

113

କନକ ବ୍ୟୁରୋ: ସୀମାରୁ ସୈନ୍ୟଙ୍କୁ ହଟାଇ ଲଢୁଆ ରୋବୋର୍ଟ ଓ ଡ୍ରୋନ୍ ମୁତୟନ କରିଛି ଇସ୍ରାଏଲ ଯାହା ଅନୁପ୍ରବେଶକାରୀଙ୍କୁ ନିହତ କରିବ । ଇସ୍ରାଏଲର ପ୍ରତିରକ୍ଷା ବିଭାଗ ଓ ଏରୋସ୍ପେସ୍ ଇଣ୍ଡଷ୍ଟିଜର ମିଳିତ ସହଯୋଗରେ ପ୍ରସ୍ତୁତ ହୋଇଥିବା ରିମୋଟ ଚାଳିତ ତଥା ହତିୟାରରେ ସଜ୍ଜିତ ଡ୍ରୋନ୍ ଓ କମ୍ବାଟ୍ ରୋବୋଟ ଗୁଡିକୁ ଲଂଚ କରାଯାଇଛି ।ସୀମାର ସୁରକ୍ଷା ସହ ଅନୁପ୍ରବେଶକାରୀଙ୍କୁ ଆଖିବୁଜା ଗୁଳି ଚଳାଇପାରବେ ଏହି ଡ୍ରୋନ୍ ଓ ରୋବୋଟ୍ ଟ୍ୟାଙ୍କର । ଚାଳିକ ବିହିନ ରିମୋର୍ଟ ରୋବୋଟ୍ ଟ୍ୟାଙ୍କର ଯୁଦ୍ଧ କ୍ଷେତ୍ରରେ ଏବଂ ସୀମାରେ ଦେଶକୁ ସୁରକ୍ଷା ଦେବା ସହ ସୈନିକଙ୍କ ଜୀବନକୁ ମଧ୍ୟ ସୁରକ୍ଷିତ ରଖିପାରିବ ବୋଲି ଇସ୍ରାଏଲ ପ୍ରତିରକ୍ଷା ବିଭାଗ କହିଛି । ଇସ୍ରାଏଲ ଏରୋସ୍ପେସ୍ ଇଣ୍ଡଷ୍ଟ୍ରିଜ୍ ଦ୍ୱାରା ନିର୍ମିତ ଏହି ରୋବୋଟର ନାଁ ହେଉଛି ରେକ୍ସ-ଏମକେ-୨ ।ଏହାକୁ ଇଲେକ୍ଟୋନିକ୍ ଟ୍ୟାବଲେଟ୍ ଦ୍ୱାରା ସଞ୍ଚଳିତ କରାଯିବ । ଏଥିରେ ରହିଛି ଦୁଇଟି ମେସିନ୍ ଗନ୍, କ୍ୟାମେରା ଓ ସେନସର୍ ।ଏହା ଆହତ ସୈନିକଙ୍କୁ ସୁରକ୍ଷିତ ସ୍ଥାନକୁ ନେଇଯିବା ସହ ଶତ୍ରୁ ଉପରେ ଆକ୍ରମଣ ବି କରିପାରିବ । ଏହାକୁ ଜାଗୁଆର ନାଁ ଦିଆଯାଇଛି । ଏହା ଗାଜା ପଟ୍ଟିଠାରୁ ଓ ଏହାର ସଂଲଗ୍ନ ସୀମାରେ ମୁତୟନ ରହିବ ।


୨୦୦୭ରେ ଇସ୍ରାଏଲ ହମାସ୍ ଉପରେ ପ୍ରତିବନ୍ଧକ ଲଗାଇବା ପରେ ପରେ ହିଁ ଏହିପରି ରୋବେର୍ଟ ଟ୍ୟାଙ୍କରକୁ ଗାଜି ପଟ୍ଟିି ସୀମାରେ ମୁତୟନ କରାଯାଇଥିଲା । ହେଲେ ତାହା ବର୍ତ୍ତମାନର ରୋବୋର୍ଟ ଟ୍ୟାଙ୍କର ଠାରୁ ଛୋଟଥିଲା । ବାରମ୍ବାର ପାଲେଷ୍ଟାଇନ୍ ମାନେ ଅନୁପ୍ରବେଶ ପାଇଁ ଚେଷ୍ଟା କରୁଥିଲେ ବି ଏହି ରୋବୋର୍ଟ ଯୋଗୁଁ ପ୍ରତିହତ ହେଉଥିଲେ । ଏହପରି ରୋବୋର୍ଟ ଟ୍ୟାଙ୍କର ଆମେରିକା , ଋଷ ଓ ଇଂଲଣ୍ଡ ମଧ୍ୟ ବ୍ୟବହାର କରୁଛନ୍ତି ।

ଅନ୍ୟପଟେ ଏପରି ରୋବୋର୍ଟ ଟ୍ୟାଙ୍କର ବ୍ୟବହାରକୁ ଗ୍ରହଣଯୋଗ୍ୟ ନୁହେଁ ବୋଲି କହିଛନ୍ତି ଅନ୍ତର୍ଜାତୀୟ ହ୍ୟୁମାନ୍ ରାଇଟ୍ସ ୱାଚର ଆର୍ମସ୍ ଡିଭିଜନ ବରିଷ୍ଠ ଅନୁସନ୍ଧାନକାରୀ । ଏହା ଶତ୍ରୁ ଓ ଦେଶର ସାଧାରଣ ନାଗରିକଙ୍କ ମଧ୍ୟରେ ଫରକ୍ ଜାଣିପାରିବ ନାହିଁ । ଭୁଲ ବଶତଃ ଏହା ସାଧାରଣ ଲୋକଙ୍କୁ ଆକ୍ରମଣ କରିପାରେ ବୋଲି ସେ କହିଛନ୍ତି ।
ସୂଚନା ମୁତାବକ, ହାୱାର୍ଡ ସ୍କୁଲ ଅଫ୍ ରିସର୍ଚ୍ଚର ଏକ ଦଳ ଏପରି ରୋବୋଟ ବିରୋଧରେ ଏକ ଅନ୍ତର୍ଜାତୀୟ ନୟମ କରି ପ୍ରତିବନ୍ଧକ ଲଗାଇବାକୁ ବିଶ୍ୱ ସମୁଦାୟକୁ ଅପିଲ କରିଥିଲେ । ହେଲେ ଏହାକୁ ରିମୋଟ ଦ୍ୱାରା କେହି ମଣିଷ ପରିଚାଳନା କରୁଛି କହି ଏଡାଇ ଦିଆଯାଇଥିଲା ।