କନକ ବ୍ୟୁରୋ: ଇସ୍ରାଏଲ୍ ଏବଂ ହମାସ୍ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଇସ୍ରାଏଲ୍ ସେନା ଏକ ବିରାଟ ଟନେଲ୍ ଖୋଜି ବାହାର କରିଛି । ଆଇଡିଏଫ୍ ଦାବି କରିଛି ଯେ ଏହା ହମାସର ସବୁଠାରୁ ବଡ ଟନେଲକୁ ଖୋଜି ବାହାର କରାଯାଇଛି । ରବିବାର ଟ୍ୱିଟରରେ ଏକ ପୋଷ୍ଟରେ ଆଇଡିଏଫ୍ କହିଛି ଯେ ବାହାର କରାଯାଇଥିବା ଟନେସ ହମାସର ସବୁଠାରୁ ବଡ ଟନେଲ୍ । ଏହାର ଲମ୍ବା ୪ କିଲୋମିଟର । ଆଇଡିଏଫ୍ ଦାବି କରିଛି ଯେ ଗାଜାରେ ରହିଥିବା ହମାସର ଡାକ୍ତରଖାନାର କର୍ମଚାରୀ ଏହି ସୁଡଙ୍ଗରେ ଯିବା ଆସିବା କରନ୍ତି ।
ଯୁଦ୍ଧ ଭିତରେ ଇସ୍ରାଏଲ ସେନାର ନୂଆ ଦାବି । ହମାସର ବିଶାଳ ସୁଡଙ୍ଗରେ ଯିବା ଆସିବା କରୁଛନ୍ତି ଗାଜା ହସ୍ପିଟାଲ କର୍ମଚାରୀ ।
/kanak/media/post_attachments/wp-content/uploads/2023/12/6-27.jpg)