ଗାଜାର ଅଲ-ଶିଫା ହସ୍ପିଟାଲରେ ଇସ୍ରାଏଲ୍ ସେନାର ଅପରେସନ୍ ଜାରି : ଡାକ୍ତରଖାନା ପାଖରେ ମିଳିଲା ଜଣେ ମହିଳା ବନ୍ଧକଙ୍କ ମୃତଦେହ
ଇସ୍ରାଏଲ ସେନା ୫୦ ଘଣ୍ଟାରୁ ଅଧିକ ସମୟ ଧରି ଗାଜାର ଅଲ-ଶିଫା ହସ୍ପିଟାଲରେ ସର୍ଚ୍ଚ ଅପରେସନ ଜାରି ରଖିଛି । ସେପଟେ ଅକ୍ଟୋବର ୭ ରେ ବନ୍ଧକ ଥିବା ଜଣେ ମହିଳାଙ୍କ ମୃତଦେହ ଡାକ୍ତରଖାନା ପାଖରେ ଥିବା କୋଠାରୁ ଉଦ୍ଧାର କରାଯାଇଛି ବୋଲି ଆଇଡିଏଫ ଦାବି କରିଛି । ଇସ୍ରାଏଲର ସେନା ଗାଜାର ସବୁଠାରୁ ବଡ ଡାକ୍ତରଖାନା ଅଲ-ଶିଫାରେ ପ୍ରବେଶ କରିବାର ୫୦ ଘଣ୍ଟାରୁ ଅଧିକ ସମୟ ଅତିବାହିତ ହୋଇଛି। ଏହି ଅପରେସନରେ ମଧ୍ୟରେ, ଆଇଡିଏଫ୍ ହମାସ ଦ୍ୱାରା ବ୍ୟବହୃତ ଅସ୍ତ୍ରଶସ୍ତ୍ର ଏବଂ ଅନ୍ୟାନ୍ୟ ସାମରିକ ଉପକରଣ ଜବତ କରିଛି । ବର୍ତ୍ତମାନ ଇସ୍ରାଏଲ୍ ସେନା ଦାବି କରିଛି ଯେ ଅଲ-ଶିଫା ହସ୍ପିଟାଲ ନିକଟରୁ ଅକ୍ଟୋବର ୭ ରୁ ବନ୍ଧକ ରଖାଯାଇଥିବା ଲୋକମାନଙ୍କ ମଧ୍ୟରୁ ଜଣେ ୬୫ ବର୍ଷ ବୟସ୍କା ମହିଳାଙ୍କ ମୃତଦେହ ମିଳିଛି ।

Kanak News is now on WhatsApp
Join and get latest news updates delivered to you via WhatsApp
Yehudit Weiss was a 65-year-old who worked with kindergarten kids.
On October 7, Yehudit was abducted by Hamas from her home in Kibbutz Be’eri. Her husband, Shmulik Weiss, was murdered in their home. Yehudit and Shmulik were parents to 5 children.
IDF soldiers recovered her… pic.twitter.com/Y7tpt8nU3o
— Israel Defense Forces (@IDF) November 16, 2023
ଆଇଡିଏଫ୍ କହିଛି ଯେ ଅଲ-ଶିଫା ହସ୍ପିଟାଲ ନିକଟରେ ୟେହୁଦିତ୍ ୱିସ୍ (୬୫) ନାମକ ଜଣେ ମହିଳାଙ୍କ ମୃତଦେହ ମିଳିଥିଲା । ଯିଏ କିଣ୍ଡରଗାର୍ଟନରେ ପିଲାମାନଙ୍କ ପାଇଁ କାମ କରୁଥିଲେ । ଅକ୍ଟୋବର 7 ରେ, ୟେହୁଦିତଙ୍କୁ କିବୁଜ ବେରୀରେ ଥିବା ତାଙ୍କ ଘରୁ ହମାସ ଆତଙ୍କବାଦୀମାନେ ଅପହରଣ କରି ନେଇଥିଲେ । ତାଙ୍କ ସ୍ୱାମୀ ଶମୁଲିକ୍ ୱିସଙ୍କୁ ତାଙ୍କ ଘରେ ହିଁ ହତ୍ୟା କରାଯାଇଥିଲା । ୟେହୁଦିତ୍ ଏବଂ ଶମୁଲିକଙ୍କର ୫ ଟି ସନ୍ତାନ ଅଛନ୍ତି । ଏହା ବ୍ୟତୀତ ଇସ୍ରାଏଲ୍ ସେନା ଦାବି କରିଛି ଯେ ଯେଉଁଠାରେ ୟେହୁଦିତଙ୍କ ମୃତଦେହ ମିଳିଥିଲା ସେଠାରୁ AK-47, RPG ଏବଂ ଅନ୍ୟାନ୍ୟ ସାମରିକ ଯନ୍ତ୍ରପାତି ମଧ୍ୟ ଉଦ୍ଧାର କରାଯାଇଛି ।
ଏହି ସମୟରେ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ସିବିଏସ୍ଇକୁ ଦେଇଥିବା ଏକ ସାକ୍ଷାତକାରରେ କହିଛନ୍ତି ଯେ ଆମ ପାଖରେ ସୂଚନା ରହିଛି ଯେ ହମାସ୍ ଅଲ-ଶିଫା ହସ୍ପିଟାଲରେ ଅନେକ ବନ୍ଧକ ମାନଙ୍କୁ ବନ୍ଦୀ କରି ରଖିଛନ୍ତି । ସେ କହିଛନ୍ତି ଯେ ଏହି କାରଣରୁ ଆମେ ଡାକ୍ତରଖାନାରେ ପ୍ରବେଶ କଲୁ । ସେ ଆହୁରି କହିଛନ୍ତି ଯେ ଯଦି ସେମାନେ ସେଠାରେ ଥିଲେ ସେମାନଙ୍କୁ ଅନ୍ୟ ସ୍ଥାନକୁ ନିଆଯାଇଛି । ନେତାନ୍ୟାହୁ ଆହୁରି କହିଛନ୍ତି, ବନ୍ଧକମାନଙ୍କ ବିଷୟରେ ଆମ ପାଖରେ ଯଥେଷ୍ଟ ସୂଚନା ଅଛି କିନ୍ତୁ ବର୍ତ୍ତମାନ ମୁଁ ଏହା ବିଷୟରେ ଯେତେ କମ୍ କହିବି ସେତେ ଭଲ ।
EXPOSED:
In the Shifa Hospital complex, IDF troops found a hidden booby-trapped vehicle containing a large number of weapons, including:
· AK-47s
· RPGs
· sniper rifles
· grenades
· other explosivesSee for yourself: pic.twitter.com/TApCThR9OM
— Israel Defense Forces (@IDF) November 16, 2023
ଇସ୍ରାଏଲ୍ ସେନା ଦାବି ଜାରି ରଖିଛନ୍ତି ଯେ ଅଲ-ଶିଫା ହସ୍ପିଟାଲ ତଳେ ହମାସର ଏକ ପ୍ରମୁଖ ଅପରେସନ୍ କମାଣ୍ଡ ସେଣ୍ଟର ଅଛି ଏବଂ ହମାସ ଆତଙ୍କିମାନେ ରୋଗୀ, କର୍ମଚାରୀ ଏବଂ ସାଧାରଣ ନାଗରିକଙ୍କୁ ସେମାନଙ୍କ ଢାଲ ଭାବରେ ବ୍ୟବହାର କରୁଛନ୍ତି । ଆମେରିକା ମଧ୍ୟ ମଙ୍ଗଳବାର ଦିନ ନିଶ୍ଚିତ କରିଛି ଯେ ହମାସ ଏବଂ ଇସଲାମିକ୍ ଜିହାଦ୍ ଶିଫା ଏବଂ ଅନ୍ୟ ଗାଜା ଡାକ୍ତରଖାନାତଳେ ଥିବା ଟନେଲଗୁଡିକୁ ନିଜର ସାମରିକ କାର୍ଯ୍ୟକଳାପ ଏବଂ ବନ୍ଧକ ମାନଙ୍କୁ ଲୁଚାଇ ରଖିବାକୁ ବ୍ୟବହାର କରୁଛନ୍ତି ।ଆଇଡିଏଫ୍ ମୁଖପାତ୍ର ହାଗରୀ କହିଛନ୍ତି ଯେ ଆମେ ଗତ ୪୮ ଘଣ୍ଟା ଧରି ଅଲ ଶିଫା ହସ୍ପିଟାଲରେ କାର୍ଯ୍ୟ କରୁଛୁ, ଏହା ଏକ ଜଟିଳ ଅପରେସନ । ଏହା ଏକ ଖୁବ ବଡ କ୍ୟାମ୍ପସ୍ । ସେ କହିଛନ୍ତି ଯେ ଏହି ଅପରେସନରେ ଆମେ ଭୂତଳ ଭିତ୍ତିଭୂମି ଏବଂ ଅସ୍ତ୍ରଶସ୍ତ୍ର ଏବଂ ବନ୍ଧକ ସହ ଜଡିତ ସୂଚନା ପାଇଲୁ । ଏହା ବ୍ୟତୀତ ଡାକ୍ତରଖାନା ପାଖରେ ଜଣେ ମହିଳାଙ୍କ ମୃତଦେହ ମଧ୍ୟ ପାଇଲୁ ।