ଅଶାନ୍ତ ମଧ୍ୟପ୍ରାଚ୍ୟ, ଉଗ୍ର ହେଉଛି ଯୁଦ୍ଧ : ହମାସ ସହ ଲଢେଇ ଭିତରେ ପଡୋଶୀ ଲେବାନନ୍ ଉପରେ ଜୋରଦାର ଆକ୍ରମଣ କଲା ଇସ୍ରାଏଲ

ଅଶାନ୍ତ ମଧ୍ୟପ୍ରାଚ୍ୟ, ଉଗ୍ର ହେଉଛି ଯୁଦ୍ଧ : ହମାସ ସହ ଲଢେଇ ଭିତରେ ପଡୋଶୀ ଲେବାନନ୍ ଉପରେ ଜୋରଦାର ଆକ୍ରମଣ କଲା ଇସ୍ରାଏଲ

କନକ ବ୍ୟୁରୋ : ହମାସ ଉପରେ ଆକ୍ରମଣ ଭିତରେ ପଡୋଶୀ ଦେଶ ଲେବାନନ୍ ଉପରେ ଜୋରଦାର ଆକ୍ରମଣ କଲା ଇସ୍ରାଏଲ ଡିଫେନ୍ସ ଫୋର୍ସ । ଲେବାନନ୍ର ଆତଙ୍କୀ ସଙ୍ଗଠନ ହିଜବୁଲ୍ଲାହର ବିଭିନ୍ନ ଠିକଣା ଉପରେ ରାତି ସାରା ମିଜାଇଲ ବର୍ଷା କରିଛି ଇସ୍ରାଏଲ । ହିଜବୁଲ୍ଲାହ, ହମାସ ସମର୍ଥନରେ ଇସ୍ରାଏଲର ସୀମାବର୍ତ୍ତୀ ଅଞ୍ଚଳରେ ପ୍ରଥମେ ଆକ୍ରମଣ କରିବାରୁ ଏହାର ଜୋରଦାର ଜବାବ ଦେଇଛି ଇସ୍ରାଏଲ ସେନା । କେବଳ ସେତିକି ନୁହେଁ ଏଭଳି ଭୂଲ ନକରିବାକୁ ହିଜବୁଲ୍ଲାହଙ୍କୁ ଚେତାବନୀ ବି ଦେଇଛନ୍ତି ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ । ଇସ୍ରାଏଲ ସହ ସମସ୍ୟା ନ ବଢାଇବାକୁ ଚେତାବନୀ ଦେଇଛନ୍ତି ନେତାନ୍ୟାହୁ । ଇସ୍ରାଏଲର ପୂବପଟେ ରହିଛି ଲେବାନନ୍ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe