କନକ ବ୍ୟୁରୋ: ଇସ୍ରାଏଲ-ପାଲେଷ୍ଟାଇନ ମଧ୍ୟରେ ଚାଲିଛି ଘମାଘୋଟ ଲଢେଇ । ପାଲେଷ୍ଟାଇନ ଭିତରେ ପଶି ପ୍ରତିଶୋଧ ନେଉଛି ଇସ୍ରାଏଲ । ଆଉ ଏହାର ଭୟାନକ ଚିତ୍ର ସବୁ ସାମ୍ନାକୁ ଆସୁଛି । ଗାଜା ଅଂଚଳକୁ ସିଲ କରି ଇସ୍ରାଏଲ ସେନା ତୁହାକୁ ତୁହା ଆକ୍ରମଣ ଜାରି ରଖିଛି । ବିଜୁଳି ଯୋଗାଣକୁ ସଂପୂର୍ଣ୍ଣ ବନ୍ଦ କରିଦିଆଯାଇଛି । କେବଳ ଗାଜା ଷ୍ଟ୍ରିପକୁ ନିଜ କବ୍ଜାକୁ ନେବାକୁ ପ୍ରାୟ ୧ ଲକ୍ଷ ସୈନିକଙ୍କୁ ମୁତୟନ କରିଛି ଇସ୍ରାଏଲ ।

Advertisment

ଇସ୍ରାଏଲର ଜଣେ ସୈନିକ ଏକ ରକେଟ୍ ଲଂଚରକୁ ନିଜ କାନ୍ଧରେ ରଖି, କିଭଳି ହମାସ୍ ବିଦ୍ରୋହୀ ସେନାର ଯୁଦ୍ଧ ବିମାନକୁ ମାରି ଖସାଇ ଦେଉଛନ୍ତି ତାର ଚିତ୍ର ଆପଣଙ୍କ ଟିଭି ସ୍କ୍ରିନରେ ରହିଛି । ଗାଜା ଅଂଚଳକୁ ସଂପୂର୍ଣ୍ଣ ସିଲ କରିଦେଇ ଆକ୍ରମଣକୁ ଜୋରଦାର କରିଛି ଇସ୍ରାଏଲ ସେନା । ପ୍ରଥମେ ବିଜୁଳି ଯୋଗାଣକୁ ସଂପୂର୍ଣ୍ଣ ବନ୍ଦ କରିଦେଇଥିଲା । ଏବେ ଖାଦ୍ୟ ଓ ଇନ୍ଧନ ଯୋଗାଣକୁ ମଧ୍ୟ ବ୍ୟାନ୍ କରିଦିଆଯାଇଛି । ଗାଜା ସୀମାରେ ପ୍ରବେଶକୁ ନିଷିଦ୍ଧ କରିଦେଇଛି ଇସ୍ରାଏଲ ସେନା । ଏଥିସହ ଗାଜା ଷ୍ଟ୍ରିପକୁ ସୂପୂର୍ଣ୍ଣ କବ୍ଜାକୁ ନେବାପାଇଁ ପ୍ରାୟ ୧ ଲକ୍ଷ ସୈନିକଙ୍କୁ ମୁତୟନ କରିଛି । ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି –

ୟୋବ ଗେଲେଂଟ୍, ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀ
‘ଗାଜାଷ୍ଟ୍ରିପର ସଂପୂର୍ଣ୍ଣ ଘେରାବନ୍ଦୀ ପାଇଁ ମୁଁ ନିର୍ଦ୍ଦେଶ ଦେଇଛି । ବିଜୁଳି, ଖାଦ୍ୟ ଓ ଇନ୍ଧନ ଯୋଗାଣକୁ ସଂପୂର୍ଣ୍ଣ ବନ୍ଦ କରିଦିଆଯାଇଛି । ଆମେ ଯେହେତୁ ମଣିଷ ରୂପରେ ପଶୁମାନଙ୍କ ସହ ଲଢ଼େଇ କରୁଛୁ, ତେଣୁ ସେହି ହିସାବରେ ନିଷ୍ପତ୍ତି ନେଇଛୁ ।’

ହମାସ ଆତଙ୍କବାଦୀଙ୍କ ଅତର୍କିତ ଆକ୍ରମଣ ପରେ ଯୁଦ୍ଧ ଘୋଷଣା କରିଥିଲେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ । ଯୁଦ୍ଧର ତୃତୀୟ ଦିନରେ ଆକ୍ରମଣକୁ ଆହୁରି ଜୋରଦାର କରିଛି ଇସ୍ରାଏଲ ସେନା । ଗାଜାଷ୍ଟ୍ରିପରେ ହମାସ ବିଦ୍ରୋହୀ ସେନା ଉପରେ ଆକାଶମାର୍ଗରୁ ଜୋରଦାର ମିଶାଇଲ ମାଡ କରୁଛି ଇସ୍ରାଏଲ । ଅନ୍ତର୍ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଗାଜାର ଦକ୍ଷିଣ ପ୍ରାନ୍ତରେ ଅଧିକାଂଶ ଅଂଚଳ ଦଖଲ କରିସାରିଥିବା ଇସ୍ରାଏଲ ସେନା ଦାବି କରିଛି ।

ଇହୁଦି ବହୁଳ ଇସ୍ରାଏଲ ଏବଂ ମୁସଲମାନ ବହୁଳ ପାଲେଷ୍ଟାଇନର ହମାସ ବିଦ୍ରୋହୀ ସେନା ମଧ୍ୟରେ ଯୁଦ୍ଧ ଉପରେ ପୁରା ବିଶ୍ୱର ନଜର ରହିଛି । ହେଲେ ଶନିବାର ହମାସ ଆତଙ୍କବାଦୀ ଗୋଷ୍ଠୀର ଆକ୍ରମଣ ଓ ଏହା ବିରୋଧରେ ଇସ୍ରାଏଲର ଯୁଦ୍ଧ ଘୋଷଣା ପରେ ଦୁଇଭାଗ ହୋଇଯାଇଛନ୍ତି ମୁସଲମାନ ଦେଶ ସମୁହ ।

ଇରାନ୍- ପାଲେଷ୍ଟାଇନ ତାର ଆତ୍ମରକ୍ଷା ପାଇଁ ଏଭଳିି ପଦକ୍ଷେପ ନେଇଛି
ସାଉଦି ଆରବ- ଇସ୍ରାଏଲର ଅତିକ୍ରମଣ ବିରୋଧରେ ଏହା ପାଲେଷ୍ଟାଇନର ପଦକ୍ଷେପ
ୟୁଏଇ- ଇସ୍ରାଏଲ ଓ ପାଲେଷ୍ଟାଇନ ମଧ୍ୟରେ ଯୁଦ୍ଧ ପାଇଁ ହମାସ ବିଦ୍ରୋହୀ ଦାୟୀ
କାତାର- ବର୍ତ୍ତମାନର ଉତ୍ତେଜନା ପାଇଁ କେବଳ ଇସ୍ରାଏଲ ହିଁ ଦାୟୀ
ତୁର୍କୀ- ଦୁଇ ପକ୍ଷ ମଧ୍ୟରେ ଶାନ୍ତି ପାଇଁ ଆମେ ମଧ୍ୟସ୍ଥତା କରିବାକୁ ପ୍ରସ୍ତୁତ
ପାକିସ୍ତାନ- ଦୁଇ ଦେଶ ମଧ୍ୟରେ ଶାନ୍ତି ପାଇଁ ଟୁ-ଷ୍ଟେଟ ରିଜୋଲ୍ୟୁସନ୍ ଜରୁରୀ
ବାଂଲାଦେଶ- ନିରୀହ ଲୋକଙ୍କ ଜୀବନ ରକ୍ଷା ପାଇଁ ତୁରନ୍ତ ଯୁଦ୍ଧ ବନ୍ଦ ହେବା ଉଚିତ୍