ଗାଜାର ଏକ ହସ୍ପିଟାଲରେ ରକେଟ ମାଡ, ଗଲା ୫୦୦ରୁ ଅଧିକ ଜୀବନ : ଇସ୍ରାଏଲ କହିଲା ହମାସର ରକେଟ୍ ହୋଇଛି ମିସ୍ ଫାୟାର

363

କନକ ବ୍ୟୁରୋ : ୧୧ ଦିନ ଧରି ଇସ୍ରାଏଲ୍ ଏବଂ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ଏବେ ଆହୁରି ଆକ୍ରମଣାତ୍ମକ ହୋଇପଡିଛି । ଏହି ସମୟରେ, ଇସ୍ରାଏଲ୍ ସେନା ଗାଜାର ଏକ ଡାକ୍ତରଖାନା ଉପରେ ଏୟାର ଷ୍ଟ୍ରାଇକ୍ କରିଛି ଯେଉଁଥିରେ ୫୦୦ ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳୁଛି । ହମାସ ଏହି ଆକ୍ରମଣକୁ ଇସ୍ରାଏଲ୍ ଦ୍ୱାରା କରାଯାଇଥିବା ଦାବି କରୁଛି । ତେବେ ଇସ୍ରାଏଲ କିନ୍ତୁ ଏହି ଆକ୍ରମଣରେ କୌଣସି ସମ୍ପୃକ୍ତିକୁ ଅସ୍ୱୀକାର କରିଛି ।

ଇସ୍ରାଏଲ ଦାବି କରିଛି ଯେ ହସ୍ପିଟାଲ ଉପରେ ଯେଉଁ ରକେଟ୍ ମାଡ ହୋଇଛି ତାହା ପାଲେଷ୍ଟାଇନ ଦ୍ୱାରା ହୋଇଛି । କିନ୍ତୁ ଇସ୍ରାଏଲ ସେନା ଦ୍ୱାରା କେନ୍ଦ୍ରୀୟ ଗାଜାର ଅଲ ଅହଲି ହସ୍ପିଟାଲରେ ଏହି ଆକ୍ରମଣ ହୋଇଛି ବୋଲି ହମାସ ଦାବି କରିଛି । ଏହି ହସ୍ପିଟାଲକୁ ଗାଜା ଷ୍ଟ୍ରିପର ଶେଷ ଖ୍ରୀଷ୍ଟିଆନ ହସ୍ପିଟାଲ ବୋଲି କୁହାଯାଏ । ଗାଜା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦାବି କରିଛି ଯେ ଇସ୍ରାଏଲ ସେନା ସନ୍ଧ୍ୟାରେ ଅଲ ଅହଲି ଆବ୍ରି ବାପ୍ଟିଷ୍ଟ ହସ୍ପିଟାଲରେ ଏୟାର ଷ୍ଟ୍ରାଇକ୍ କରିଥିଲା, ଯେଉଁଥିରେ ୫୦୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି । ସୂଚନା ମିଳିଛି ଯେ ଜୋର୍ଡାନରେ ଥିବା ଇସ୍ରାଏଲ୍ ଦୂତାବାସ ଉପରେ ଆକ୍ରମଣ କରାଯାଇଛି ।

ତେବେ ପାଲେଷ୍ଟାଇନ ମଧ୍ୟ ଏହି ଆକ୍ରମଣକୁ ନିଶ୍ଚିତ କରି କହିଛି ଯେ ଇସ୍ରାଏଲର ଏୟାର ଷ୍ଟ୍ରାଇକ ଯୋଗୁଁ ଗାଜାର ଅଲ ଅହଲି ଆରବ ହସ୍ପିଟାଲରେ ବୋମା ମାଡ଼ ହୋଇଛି । ୫୦୦ରୁ ଅଧିକ ପ୍ରାଣ ହରାଇଛନ୍ତି । ଏଥିରେ ବହୁ ସଂଖ୍ୟକ ମହିଳା ଏବଂ ଶିଶୁ ମଧ୍ୟ ରହିଛନ୍ତି । ଯଦି ଏହି ଆକ୍ରମଣ ଇସ୍ରାଏଲ ଦ୍ୱାରା ସୁନିଶ୍ଚିତ ହୁଏ, ତେବେ ଏହା ୨୦୦୮ ପରଠାରୁ ଇସ୍ରାଏଲର ଘାତକ ଆକ୍ରମଣ ହେବ । ହସ୍ପିଟାଲ ଉପରେ ଆକ୍ରମଣକୁ ନିନ୍ଦା କରିଛି ବିଶ୍ୱସ୍ୱାସ୍ଥ୍ୟ ସଙ୍ଗଠନ ।