ଆସିନି ମହାନିର୍ଣ୍ଣୟ, ଛୁଟୁଛି ଅଭିନନ୍ଦନର ସୁଅ ! ଟ୍ରେଣ୍ଡିଂ ରିପୋର୍ଟରେ ବିଜେପିର ସଫଳତା ପରେ ମୋଦିଙ୍କୁ ଅଭିନନ୍ଦନ ଜଣାଇଲେ ଇସ୍ରାଇଲ୍ ପ୍ରଧାନମନ୍ତ୍ରୀ ।

132

କନକ ବ୍ୟୁରୋ : ଆସିନି ଫଳାଫଳ, କିନ୍ତୁ ଛୁଟିଲାଣି ଅଭିନନ୍ଦନର ସୁଅ । ଟ୍ରେଣ୍ଡିଂ ରିପୋର୍ଟରେ ବିଜେପିର ସଫଳତା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟକୁ ଆସିଲାଣି ସଫଳତାର ବାର୍ତ୍ତା । ଇସ୍ରାଇଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଟ୍ୱିଟ୍ କରି ମୋଦିଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଟ୍ୱିଟରେ ସେ ଲେଖିଛନ୍ତି, ‘ଗଣତନ୍ତ୍ରର ମହାପର୍ବରେ ସଫଳତା ପାଇଁ ମୋ ବନ୍ଧୁ ନରେନ୍ଦ୍ର ମୋଦିଙ୍କୁ ଅଭିନନ୍ଦନ ।’ ସେ ଆହୁରି ମଧ୍ୟ କହିଛନ୍ତି, ଆଗକୁ ଭାରତ ସହ ଇସ୍ରାଇଲର ସମ୍ପର୍କ ଆହୁରି ମଜଭୁତ୍ ହେବ ।

ଅନ୍ୟପଟେ ଟ୍ରେଣ୍ଡିଂ ରିପୋର୍ଟ ଅନୁଯାୟୀ, ଚଳିତ ନିର୍ବାଚନରେ ବିଜେପିକୁ ବହୁମତ ମିଳୁଛି । ଆଉ ଟ୍ରେଣ୍ଡିଂ ରିପୋର୍ଟରେ ସଫଳତା ପରେ ବିଜେପି ରାଷ୍ଟ୍ରୀୟ ପାର୍ଟି ଅଫିସରେ ମଧ୍ୟ ଉତ୍ସାହ ଦେଖିବାକୁ ମିଳିଛି । ଦଳୀୟ କର୍ମୀମାନେ ଉତ୍ସାହିତ ଥିବା ବେଳେ ପାର୍ଟି ଅଫିସରେ ଏବେ ଠାରୁ ବିଜୟ ପରର ମାହୋଲ ଦେଖିବାକୁ ମିଳିଲାଣି ।