ଭାରତ ଉପରେ ପଡ଼ିପାରେ ଯୁଦ୍ଧର ବଡ଼ ପ୍ରଭାବ । ଅଶୋଧିତ ତୈଳ, ସୁନା ଓ ଆମଦାନୀ, ରପ୍ତାନୀକୁ ପ୍ରଭାବିତ କରିବ ଯୁଦ୍ଧ

296

କନକ ବ୍ୟୁରୋ: ଇସ୍ରାଏଲ ଓ ହମାସ ମଧ୍ୟରେ ଚାଲିଥିବା ରକ୍ତାକ୍ତ ସଂଘର୍ଷର ପରିଣାମ ବିଶ୍ୱର ଅର୍ଥନୀତିକୁ ପ୍ରଭାବିତ କରିବାକୁ ଯାଉଛି । ବିଶେଷକରି ଭାରତ ଉପରେ ଏହାର ପ୍ରଭାବ ଅଧିକ ପଡ଼ିବା ନେଇ ଆଶଙ୍କା ସୃଷ୍ଟି ହୋଇଛି । ଭାରତ ଓ ଇସ୍ରାଏଲ ମଧ୍ୟରେ ଭଲ ସମ୍ପର୍କ ଥିବା ବେଳେ ଦୁଇଦେଶ ମଧ୍ୟରେ ବ୍ୟବସାୟିକ ସମ୍ପର୍କ ମଧ୍ୟ ମଜଭୁତ ରହିଛି । ଭାରତ ହେଉଛି ଏସିଆରେ ଇସ୍ରାଏଲର ତୃତୀୟ ବଡ଼ ଟ୍ରେଡ୍ ପାର୍ଟନର ବା ବ୍ୟବସାୟିକ ସହଯୋଗୀ । ଇସ୍ରାଏଲର ଅନେକ କମ୍ପାନୀ ଭାରତରେ ନିବେଶ କରିଥିବା ବେଳେ ଭାରତର ଅନେକ କମ୍ପାନୀ ମଧ୍ୟ ଇସ୍ରାଏଲ ଉପରେ ନିବେଶ କରୁଛନ୍ତି । ଏସବୁ ଭିତରେ ସୁନା ଦର ଓ ତେଲ ଦର ଉପରେ ବଡ଼ ପ୍ରଭାବ ପଡ଼ିବାକୁ ଯାଉଛି । ଯୁଦ୍ଧର ମାତ୍ର ଦୁଇ ଦିନ ପରେ ଅଶୋଧିତ ତୈଳ ଦର ବଢ଼ିଛି । ସୂଚନା ଅନୁସାରେ, ୪ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ହୋଇଥିବା ସୂଚନା ମିଳିଛି । ସେହିପରି ସୁନା ଦର ଉପରେ ମଧ୍ୟ ଯୁଦ୍ଧର ପ୍ରଭାବ ପଡ଼ିବାକୁ ଯାଉଛି । ବଡ଼ କଥା ହେଉଛି ଯୁଦ୍ଧର ପ୍ରଭାବ ସେୟାର ବଜାର ଉପରେ ପଡ଼ିବ ।

ଭାରତ ଉପରେ ଯୁଦ୍ଧର ପ୍ରଭାବ

  • ଭାରତ ଉପରେ ପଡ଼ିବାକୁ ଯାଉଛି ଯୁଦ୍ଧର ପ୍ରଭାବ
  • ଭାରତରେ ସୁନାର ଦର, ଅଶୋଧିତ ତୈଳ ଦର ବୃଦ୍ଧି ପାଇବା ସମ୍ଭାବନା
  • ଏହା ଭାରତୀୟ ତୈଳ ବଜାରକୁ ପ୍ରଭାବିତ କରିପାରେ
  • ସେୟାର ବଜାରକୁ ପ୍ରଭାବିତ କରିଥିବାରୁ ଅର୍ଥନୀତିକୁ ପ୍ରଭାବିତ ସମ୍ଭାବନା
  • ବିଶ୍ୱ ଅର୍ଥନୀତିକୁ ପ୍ରଭାବିତ କରିବ ଇସ୍ରାଏଲ-ହମାସ ଲଢ଼େଇ