କନକ ବ୍ୟୁରୋ : ଇସ୍ରାଏଲ- ପାଲେଷ୍ଟାଇନ ଘମାଘୋଟ ଲଢେଇ । ଯୁଦ୍ଧରେ ୧୫୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି । ଇସ୍ରାଏଲରେ ୯୦୦ ମୃତ, ୨,୬୦୦ରୁ ଅଧିକ ଆହତ ହୋଇଛନ୍ତି । ୧୫୦ ଇସ୍ରାଏଲ ନାଗରିକଙ୍କୁ ଅପହରଣ କରିଛି ହମାସ । ଇସ୍ରାଏଲର ଏୟାରଷ୍ଟ୍ରାଇକ, ପାଲେଷ୍ଟାଇନରେ ବ୍ୟାପକ କ୍ଷତି ହୋଇଛି । ପାଲେଷ୍ଟାଇନରେ ୬୮୭ ମୃତ, ୩, ୭୦୦ରୁ ଅଧିକ ଆହତ ହୋଇଛନ୍ତି । ଇସ୍ରାଏଲର ଏୟାରଷ୍ଟ୍ରାଇକ ଜାରି ଥିବାରୁ ମୃତ୍ୟୁ ସଂଖ୍ୟା ବଢିବା ଆଶଙ୍କା । ଗାଜାଷ୍ଟ୍ରିପର ମାର୍କେଟ, ମସଜିଦ ଉପରେ ରକେଟ ମାଡ ହୋଇଛି ।

Advertisment

ଗାଜାସ୍ଥିତ ଜବାଲିୟା ରିଲିଫ କ୍ୟାମ୍ପ ଉପରେ ରକେଟ ମାଡ କରିଛି । ପ୍ରାଣ ଭୟରେ ଗାଜା ଛାଡିଲେ ୧ ଲକ୍ଷ ୮୭ ହଜାର ୫୦୦ ନାଗରିକ । ଗାଜାଷ୍ଟ୍ରିପକୁ ସଂପୂର୍ଣ୍ଣ କବଜା କରିବାକୁ ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶ । ଗାଜାଷ୍ଟ୍ରିପ ସୀମାରେ ୩ ଲକ୍ଷ ଇସ୍ରାଏଲ ସେନା ମୁତୟନ । ଆଇଏସଆଇଏସ ଭଳି ହମାସକୁ ମାଟିରେ ମିଶାଇବାକୁ ନେତାନ୍ୟାହୁଙ୍କ ଧମକ । ସେପଟେ ଇସ୍ରାଏଲକୁ ପାଲଟା ଧମକ ଦେଲା ପାଲେଷ୍ଟାଇନ । ଇସ୍ରାଏଲ ଅଧିକ ଆକ୍ରମଣ କଲେ ପଣବନ୍ଦୀଙ୍କୁ ହତ୍ୟା ଧମକ । ଇସ୍ରାଏଲ ସହ ଆଲୋଚନା ପାଇଁ ପ୍ରସ୍ତୁତ ଥିବା କହିଲା ହମାସ ।

ହମାସର ଆକ୍ରମଣରେ ଇସ୍ରାଏଲେ ରହୁଥିବା ବିଦେଶୀ ନାଗରିକଙ୍କର ମଧ୍ୟ ମୃତ୍ୟୁ ହୋଇଛି । ଏପରିକି ବିଦେଶୀ ନାଗରିକଙ୍କୁ ହମାସ ଆତଙ୍କବାଦୀ ଅପହରଣ କରିନେଇଥିବା ସୂଚନା ମିଳିଛି ।

କେଉଁ ଦେଶର କେତେ ନାଗରିକ ମୃତ ?

ଥାଇଲାଣ୍ଡ : ୧୨ ମୃତ, ୧୧ ପଣବନ୍ଦୀ
୧୧ ଆମେରିକୀୟ ନାଗିରକ ମୃତ, ଜଣେ ନିଖୋଜ
ନେପାଳର ୧୦ ନାଗରିକ ମୃତ
ଆର୍ଜେଣ୍ଟିନାର ୭ ମୃତ, ୧୫ ଜଣ ନିଖୋଜ
୨ ୟୁକ୍ରେନ ନାଗରିକଙ୍କ ମୃତ୍ୟୁ ସୂଚନା
ଫ୍ରାନ୍ସର ୨ ନାଗରିକ ମୃତ, ୧୪ ନିଖୋଜ
ଋଷିଆର ୧ ନାଗରିକ ମୃତ, ୪ ନିଖୋଜ
ଲଣ୍ଡନର ୧ ନାଗରିକ ମୃତ, ୧ ନିଖୋଜ
କାନାଡାର ଜଣେ ମୃତ, ୩ ନିଖୋଜ
ବ୍ରାଜିଲର ୩ ନାଗରିକ ନିଖୋଜ ସୂଚନା
ଚିଲି, ଇଟାଲ. ପର୍ତ୍ତୁଗାଲର ୨ ଜଣ ଲେଖାଏଁ ନିଖୋଜ
ଜର୍ମାନୀର ଏକାଧିକ ନାଗରିକ ପଣବନ୍ଦୀ ସୂଚନା

ହମାସ ଆତଙ୍କବାଦୀ ଓ ଇସ୍ରାଏଲ ମଧ୍ୟରେ ଭୟଙ୍କର ଯୁଦ୍ଧ ଚାଲିଛି । ଆକାଶରେ ରକେଟ ଗର୍ଜୁଛି, ବୋମା ବିସ୍ଫୋରଣରେ ଥରୁଛି ସୀମାନ୍ତ ଅଂଚଳ । ଆଉ ଯୁଦ୍ଧ ସ୍ଥିତିକୁ ଦେଖି ନିଜ ନାଗରିକଙ୍କ ପାଇଁ ନିର୍ଦ୍ଦେଶନାମା ଜାରି କରିଛନ୍ତି ଇସ୍ରାଏଲ ସରକାର ।

ଇସ୍ରାଏଲର ନିର୍ଦ୍ଦେଶନାମା

ନାଗରିକଙ୍କ ପାଇଁ ଇସ୍ରାଏଲର ନିର୍ଦ୍ଦେଶନାମା
ତିନି ଦିନ ପାଇଁ ସମସ୍ତେ ପାଣି ମହଜୁଦ ରଖ
ଶୁଖିଲା ଖାଦ୍ୟ ସାଙ୍ଗରେ ରଖିବାକୁ ନିର୍ଦ୍ଦେଶ
ଯୁଦ୍ଧ ଯୋଗୁଁ ବିଜୁଳି ବିଭ୍ରାଟ ସୃଷ୍ଟି ସମ୍ଭାବନା
ପ୍ରତି ଘରେ ବ୍ୟାଟେରୀ ଟର୍ଚ୍ଚ ପ୍ରସ୍ତୁତ ରଖ
ବ୍ୟାଟେରୀ ଚାଳିତ ରେଡିଓ ରଖିବାକୁ ପରାମର୍ଶ
ରେଡିଓରୁ ଯୁଦ୍ଧର ତାଜା ସୂଚନା ପାଇପାରିବେ
ମୋବାଇଲ ଚାର୍ଜ ପାଇଁ ପାୱାରବ୍ୟାଙ୍କ ପ୍ରସ୍ତୁତ ରଖ
ସାଙ୍ଗରେ ଫାଷ୍ଟ ଏଡ କିଟ୍ ରଖିବାକୁ ନିର୍ଦ୍ଦେଶ
ଅତିଆବଶ୍ୟକ ଔଷଧ ନିଜ ପାଖେ ରଖ
ନିଜର ଅତ୍ୟାବଶ୍ୟକ କାଗଜପତ୍ର ସାଙ୍ଗରେ ରଖ
ଇଂଟରନେଟ ଓ ଅନଲାଇନ ପ୍ରଭାବିତ ହେବା ଆଶଙ୍କା
ସେଇଥିପାଇଁ ନଗଦ ଟଙ୍କା ରଖିବାକୁ ପରାମର୍ଶ