୩୫ ଏକର ଭୂମି, ୭୫ ବର୍ଷ ପୁରୁଣା ଇତିହାସ, ୩ ଧର୍ମର ଦାବି …

 ଇସ୍ରାଏଲ୍-ପାଲେଷ୍ଟାଇନ ଯୁଦ୍ଧର ମୂଳ ବିବାଦ

190

ସମଗ୍ର ବିଶ୍ୱର ସେହି ୩୫ ଏକର ଜମି  ଯେଉଁଥିପାଇଁ ବର୍ଷ ବର୍ଷ ଧରି ଯୁଦ୍ଧ ଚାଲିଛି ।  

ଯେଉଁ ଯୁଦ୍ଧରେ ହଜାର ହଜାର ଲୋକ ପ୍ରାଣ ହରାଇଛନ୍ତି । ଅକ୍ଟୋବର ୭ ର ସେହି ରାତି ।  ଯେତେବେଳେ ସମଗ୍ର ବିଶ୍ୱ ନିଦ୍ରାରେ ଥିଲା ହଠାତ୍ ଇସ୍ରାଏଲ ଉପରେ ହଜାର ହଜାର ରକେଟ୍ ମାଡ଼ ହେଇଥିଲା । କେହି କିଛି ବୁଝିବା ଆଗରୁ ଶହ ଶହ ଇସ୍ରାଏଲି ନାଗରିକ ମୃତ୍ଯୁ ମୁଖରେ ପଡ଼ିଥିଲେ । ଏହି ଆକ୍ରମଣ ଆତଙ୍କବାଦୀ ସଂଗଠନ ହମାସ ଦ୍ଵାରା ବିବାଦିତ ଗାଜା ପଟି ଅଞ୍ଚଳରୁ କରାଯାଇଥିଲା । ସୂତ୍ର ଅନୁଯାୟୀ ଏହି ଆକ୍ରମଣରେ ହମାସ ପାଞ୍ଚ ହଜାରରୁ ସାତ ହଜାର ରକେଟ୍ ମାଡ଼ କରିଥିଲା ।

କଣ ପାଇଁ ଏ ଆକ୍ରମଣ ?

ସେହି ୩୫ ଏକର ଭୂମିରେ ଏମିତି କଣ ଅଛି ଯେଉଁଥିପାଇଁ ଇସ୍ରାଏଲ ଓ ପଲେଷ୍ଟାଇନ ମଧ୍ୟରେ ବର୍ଷ ବର୍ଷ ଧରି ରକ୍ତାକ୍ତ ସଂଘର୍ଷ ଚାଲିଛି  ? ଯେଉଁ ଯୁଦ୍ଧରେ ହଜାର ହଜାର ଲୋକ ପ୍ରାଣ ହରାଇଲେଣି ।

ସେହି ସ୍ଥାନ ଏବେ ମିଳିତ ଜାତିସଂଘର ଅଧୀନରେ ଅଛି

ଏହି ଯୁଦ୍ଧକୁ ବୁଝିବା ପାଇଁ ପ୍ରଥମେ ଏହି ୩୫ ଏକର ଜମି ବିଷୟରେ ସମ୍ପୂର୍ଣ୍ଣ ତଥ୍ୟ ଜାଣିବା ଜରୁରୀ ଅଟେ । ଜେରୁଜେଲମର ୩୫ ଏକର ଜମିରେ ଏପରି ଏକ ସ୍ଥାନ ଅଛି, ଯାହା ଉପରେ ତିନୋଟି ଧର୍ମ ଦାବିଦାର ଅଟନ୍ତି । ୟିହୁଦୀମାନେ ଏହି ସ୍ଥାନକୁ ହର-ହାୱାୟତ କିମ୍ବା ଟେମ୍ପୁଲ ମାଉଣ୍ଟ ବୋଲି କହନ୍ତି । ମୁସଲମାନମାନେ ଏହାକୁ ହରାମ-ଅଲ-ସରିଫ ବୋଲି କୁହନ୍ତି । ଏହି ସ୍ଥାନ ଏକଦା ପାଲେଷ୍ଟାଇନ ଦ୍ୱାରା ଦଖଲ କରାଯାଇଥିଲା । ପରେ ଏହାକୁ ଇସ୍ରାଏଲ ଦ୍ଵାରା ଦଖଲକୁ ନିଆଯାଇଥିଲା ।  କିନ୍ତୁ ଏହା ସତ୍ତ୍ୱେ ଆଜିର ସତ୍ୟ ହେଉଛି ଯେ ସେହି ୩୫ ଏକର ଜମିରେ ଅବସ୍ଥିତ ଟେମ୍ପୁଲ ମାଉଣ୍ଟ କିମ୍ବା ହରାମ ଅଲ ସରିଫ ଆଜି ନା ଇସ୍ରାଏଲ ନା ପାଲେଷ୍ଟାଇନ କାହା ଅଧୀନରେ ନାହିଁ । ଏହି ସମଗ୍ର ସ୍ଥାନ ଏବେ ମିଳିତ ଜାତିସଂଘର ଅଧୀନରେ ଅଛି ।

୭୬୧ ବର୍ଷ ଧରି ମୁସଲିମ ଅଧୀନରେ ଥିଲା

ଏହି ୩୫ ଏକର ଜମି ଯାହାକି ଶହ ଶହ ବର୍ଷ ପୂର୍ବେ ଖ୍ରୀଷ୍ଟିଆନମାନଙ୍କ ଦଖଳରେ ଥିଲା । ୧୧୮୭ ରେ ଏହା ମୁସଲମାନମାନଙ୍କ ଦଖଳକୁ ଚାଲି ଯାଇଥିଲା ଏବଂ ସେହି ଦିନଠାରୁ ୧୯୪୮ ପର୍ଯ୍ୟନ୍ତ ଏହାକୁ  ମୁସଲମାନମାନେ ଦଖଲ କରିରଖିଥିଲେ । ୧୯୪୮ ରେ ଇସ୍ରାଏଲ ନୂତନ ଦେଶ ଭାବେ  ସ୍ଥାପନ  ହେବ ପରେ ବିବାଦ ଆରମ୍ଭ ହେଲା ।

ଏହି ୩୫ ଏକର ଜମିରେ ଏମିତି କ’ଣ ଅଛି ଯେଉଁଥି ପାଇଁ ୟିହୁଦୀ, ଖ୍ରୀଷ୍ଟିଆନ ଏବଂ ମୁସଲମାନମାନେ ଶତାବ୍ଦୀ ଧରି ସଂଗ୍ରାମ କରିଆସୁଛନ୍ତି ।

 ମୁସଲମାନ ପକ୍ଷର ଦାବି

ମୁସଲମାନ ବିଶ୍ୱାସ ଅନୁଯାୟୀ ମକ୍କା ଏବଂ ମଦିନା ପରେ ହରମ-ଅଲ-ସରିଫ ସେମାନଙ୍କ ପାଇଁ ତୃତୀୟ ପବିତ୍ରତମ  ସ୍ଥାନ ଅଟେ । କୁରାନ ଅନୁଯାୟୀ ଶେଷ ପୈଗମ୍ବର ମହମ୍ମଦ ଉଡ଼ୁଥିବା ଘୋଡା ଉପରେ ବସି ମକ୍କାରୁ ହରାମ ଅଲ ସରିଫଙ୍କ ନିକଟରେ ପହଞ୍ଚିଥିଲେ । ଏଠାରୁ ସେ ସିଧା ସ୍ୱର୍ଗକୁ ଗଲେ । ସେମାନଙ୍କ ବିଶ୍ୱାସ ଅନୁଯାୟୀ ସେତେବେଳେ ହରାମ ଅଲ ସରିଫରେ ଏକ ମସଜିଦ ଥିଲା ।  ଯାହାର ନାମ ଅଲ ଅକ୍ସା ମସଜିଦ ଥିଲା ।  ମୁସଲମାନ ମାନେ ବିଶ୍ବାସ କରନ୍ତି ଯେ ଅଲ ଅକ୍ସା ମସଜିଦ ଠିକ ସେହି ସ୍ଥାନରେ ଅବସ୍ଥିତ ଯେଉଁ ସ୍ଥାନରେ  ପୈଗମ୍ବର ମହମ୍ମଦ ଘୋଡାରୁ ଅବତରଣ କରିଥିଲେ । ସେହି ସ୍ଥାନରେ ତାଙ୍କର ପାଦ ପଡିଥିଲା । ଅଲ ଅକ୍ସା ମସଜିଦ ନିକଟରେ ଏକ ସୁବର୍ଣ୍ଣ ଗମ୍ବୁଜ ଅଛି ।  ଏହାକୁ ‘ଡୋମ୍ ଅଫ୍ ଦି ରକ୍’ କୁହାଯାଏ । ମୁସଲମାନ ବିଶ୍ୱାସ ଅନୁଯାୟୀ ଏହା ସେହି ସ୍ଥାନ ଯେଉଁଠାରୁ ମହମ୍ମଦ ସ୍ୱର୍ଗକୁ ଯାଇଥିଲେ । ଏହି କାରଣରୁ ଅଲ ଅକ୍ସା ମସଜିଦ ଏବଂ ଡୋମ ଅଫ୍ ଦି ରକ୍ ମୁସଲମାନମାନଙ୍କ ପାଇଁ ଅତ୍ୟନ୍ତ ପବିତ୍ର ସ୍ଥାନ ଅଟେ । ସେଥିପାଇଁ ସେମାନେ ଏହି ଜାଗାକୁ ନିଜର ବୋଲି ଦାବିକରନ୍ତି ।

ୟିହୁଦି ପକ୍ଷର ଦାବି

ୟିହୁଦୀମାନେ ବିଶ୍ଵାସ କରନ୍ତି ଯେ ସେମାନଙ୍କର ମନ୍ଦିର ପର୍ବତ ଜେରୁଜେଲମର ସେହି ୩୫ ଏକର ଜମିରେ ତାଙ୍କର ଟେମ୍ପୁଲ ମାଉଣ୍ଟ ଅବସ୍ଥିତ ।  ଯେଉଁଠାରେ ସେମାନଙ୍କର ଈଶ୍ବର ପ୍ରଥମେ ମାଟି ରଖିଥିଲେ । ଯେଉଁଠି ଆଦମ ଜନ୍ମ ହୋଇଥିଲେ । ୟିହୁଦୀମାନେ ବିଶ୍ଵାସ କରନ୍ତି ଯେ ଏହା ସେହି ସ୍ଥାନ ଯେଉଁଠାରେ ଆବ୍ରାହମଙ୍କୁ ଖୁଦା କୁର୍ବାନି ମାଗିଥିଲେ । ଆବ୍ରହାମଙ୍କର ଦୁଇଟି ପୁତ୍ର ଥିଲେ। ଗୋଟିଏ ଇସମାଇଲ ଏବଂ ଅନ୍ୟଟି ଇସହାକ ।  ଈଶ୍ବରଙ୍କ ଆଦେଶ ଅନୁସାରେ ଆବ୍ରହାମ ଇସହାକଙ୍କୁ ବଳିଦାନ ଦେବକୁ ସ୍ଥିର କଲେ  ।  ୟିହୁଦି ମାନ୍ୟତା ଅନୁସାରେ ଦେବଦୁତ୍ତ ମାନେ ଇସହାକ ସ୍ଥାନରେ ଏକ ମେଣ୍ଢାକୁ ବଳି ସ୍ଥାନରେ ରଖିଦେଇଥିଲେ । ଯେଉଁ ସ୍ଥାନରେ ଏହି ଘଟଣା ଘଟିଥିଲା ସେହି ସ୍ଥାନକୁ ଟେମ୍ପୁଲ ମାଉଣ୍ଟ ବୋଲି ସେମାନେ ବିଶ୍ଵାସ କରନ୍ତି । ୟିହୁଦି ମାନଙ୍କ ଧର୍ମଗ୍ରନ୍ଥ ହିବୃ ବାଇବେଲରେ ଏହା ବର୍ଣନା କରାଯାଇଛି । ପରେ ଇସହାକର ଏକ ପୁତ୍ର ସନ୍ତାନ ଜନ୍ମ ହେଇଥିଲା । ଯାହାର ନାମ ଜ୍ୟାକବ ଥିଲା । ଜ୍ୟାକବର ଅନ୍ୟ ଏକ ନାମ ଇସ୍ରାଏଲ ଅଟେ । ଜ୍ୟାକବର ପରେ ଆହୁରି ୧୨ ଟି ପୁତ୍ର ଜନ୍ମ ହେଇଥିଲେ । ସେମାନଙ୍କୁ ଟ୍ୱଲେଭ ଟ୍ରାଇବ ଅଫ ଇସ୍ରାଏଲ କୁହାଯାଏ । ୟିହୁଦି ମାନଙ୍କ ବିଶ୍ବାସ ଅନୁଯାୟୀ ପରେ ଏହି ଟ୍ୱଲେଭ ଟ୍ରାଇବଙ୍କ ପିଢି ୟିହୁଦି ଦେଶ ସ୍ଥାପନା କରିଥିଲେ । ପ୍ରଥମେ ଏହାର ନାମ ଲ୍ୟାଣ୍ଡ ଅଫ ଇସ୍ରାଏଲ ଥିଲା । ୧୯୪୮  ରେ ଇସ୍ରାଏଲ ଦାବି ଅନୁସାରେ ଏହି ଲ୍ୟାଣ୍ଡ ଅଫ ଇସ୍ରାଏଲ ହିଁ ସେମାନଙ୍କର ଏବେକାର ଇସ୍ରାଏଲ ଅଟେ ।

ଖ୍ରୀଷ୍ଟିୟାନ ମାନଙ୍କ ଦାବି

ଖ୍ରୀଷ୍ଟିୟାନ ମାନଙ୍କ ବିଶ୍ବାସ ଅନୁଯାୟୀ ଏହା ସେହି 35 ଏକର ଭୂଭାଗ ଅଟେ ଯେଉଁ ସ୍ଥାନରୁ ଯୀଶୁ ଉପଦେଶ ଦେଇଥିଲେ । ଏହି ସ୍ଥାନରେ ସେ ଶୁଳୀରେ ଚଢିଥିଲେ ଏବଂ ପୁନର୍ବାର ଜୀବିତ ହେଇଥିଲେ । ଆଉ ଯଦି ପୁନର୍ବାର ଯୀଶୁ ଜନ୍ମଗ୍ରହଣ କରନ୍ତି ତେବେ ଏହି ସ୍ଥାନର ଗୁରୁତ୍ବ ସେମାନଙ୍କ ପାଇଁ ଅହହଉରୀ ବହୁତ ହେବ । ତେଣୁ ସେମାନଙ୍କ ବିଶ୍ବାସ ଅନୁଯାୟୀ ମୁସଲମାନ ଓ ୟିହୁଦି ମାନଙ୍କ ପାଇଁ ଏହି ସ୍ଥାନ ଯେତିକି ପବିତ୍ର ସେମାନଙ୍କ ପାଇଁ ମଧ୍ୟ ସେତିକି ପବିତ୍ର ଅଟେ ।

 ବର୍ତ୍ତମାନ ଏହି ବିବାଦୀୟ ସ୍ଥାନ ମିଳିତ ଜାତିସଂଘ ଅଧୀନରେ ଅଛି ।