ଏବେ ଇସ୍ରାଏଲ ଏବଂ ହାମାସ ମଧ୍ୟରେ ଭୟଙ୍କର ଯୁଦ୍ଧ ଜାରିରହିଛି । ଗାଜା ଷ୍ଟ୍ରିପରୁ ଆତଙ୍କବାଦୀ ସଂଗଠନ ହାମାସ ଦ୍ୱାରା ଇସ୍ରାଏଲ ଉପରେ ହୋଇଥିବା ଆକ୍ରମଣରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

Advertisment

ବର୍ତ୍ତମାନ ଇସ୍ରାଏଲ୍ ସୈନ୍ୟବାହିନୀ ମଧ୍ୟ କ୍ରମାଗତ ଭାବରେ ହାମାସର ଆଡ୍ଡା  ଉପରେ ଆକ୍ରମଣ କରୁଛି ଏବଂ ଗାଜା ଷ୍ଟ୍ରିପରେ ହାମାସର ଅନେକ ଠିକଣାକୁ ରକେଟ୍ ସାହାଯ୍ୟରେ ଧ୍ୱଂସ କରିଛି ।

ଗାଜା ଷ୍ଟ୍ରିପ୍ କ’ଣ: ପାଲେଷ୍ଟାଇନ ଆତଙ୍କବାଦୀ ସଂଗଠନ ହାମାସ ଦ୍ୱାରା ଇସ୍ରାଏଲ ଉପରେ ଆକ୍ରମଣ ପରେ ଉଭୟ ଉଭୟ ପଟୁ ଶହ ଶହ ଲୋକ ପ୍ରାଣ ହରାଇଛନ୍ତି । ଇସ୍ରାଏଲର ପ୍ରଧାନମନ୍ତ୍ରୀ ନେତାନ୍ୟାହୁଙ୍କ ଯୁଦ୍ଧ ଘୋଷଣା ପରେ ଇସ୍ରାଏଲର ସେନା ଏବଂ ବାୟୁସେନା ହାମାସ ଆତଙ୍କବାଦୀଙ୍କୁ କଡ଼ା ଜବାବ ଦେବାରେ ଲାଗିଛି । ଗାଜା ଷ୍ଟ୍ରିପ୍ ଉପରେ କ୍ରମାଗତ ରକେଟ୍ ଆକ୍ରମଣ ହେଉଛି, ଯାହା ବିଷୟରେ ଇସ୍ରାଏଲ୍ ସର୍ବଦା ଆକ୍ରମଣାତ୍ମକ ଥିଲା ।

 ତେବେ ଆସନ୍ତୁ ଜାଣିବା ଗାଜା ଷ୍ଟ୍ରିପ୍ କ’ଣ ? ଦଶନ୍ଧି ଦଶନ୍ଧି ଧରି ଇସ୍ରାଏଲ୍ ଏବଂ ପାଲେଷ୍ଟାଇନ କାହିଁକି ମୁହାଁମୁହିଁ ହେଉଛନ୍ତି  ?

ଗାଜା ଷ୍ଟ୍ରିପ୍ ହେଉଛି ଇସ୍ରାଏଲ୍, ଇଜିପ୍ଟ ଏବଂ ଭୂମଧ୍ୟସାଗର ମଧ୍ୟରେ ଅବସ୍ଥିତ ଏକ ଛୋଟ ଅଞ୍ଚଳ, ଯାହାକି ପୃଥିବୀର ସବୁଠାରୁ ଘଞ୍ଚ ଜନବହୁଳ ଅଞ୍ଚଳ ଭାବରେ ମଧ୍ୟ ଜଣାଶୁଣା ।  ଗାଜା ଷ୍ଟ୍ରିପ୍ ହେଉଛି ପ୍ରାୟ ଦଶ କିଲୋମିଟର ଚଉଡା ଏବଂ ୪୧  କିଲୋମିଟର ଲମ୍ବ ଏବଂ ଏଠାରେ ୨୦ ଲକ୍ଷରୁ ଅଧିକ ଲୋକ ବାସ କରନ୍ତି ।  ଏହାର ଅର୍ଥ ହେଉଛି ବର୍ଗ କିଲୋମିଟର ପ୍ରତି ହାରାହାରି ପ୍ରାୟ ୫୫୦୦ ଲୋକ ବାସ କରନ୍ତି । ଗାଜା ତୁଳନାରେ ଇସ୍ରାଏଲରେ ହାରାହାରି ଜନସଂଖ୍ୟା ସାନ୍ଧ୍ରତା ହେଉଛି ପ୍ରତି ବର୍ଗ କିଲୋମିଟର ୪୦୦ ଲୋକ ବାସ କରନ୍ତି । ସେହି ଅନୁସାରେ ଅନୁମାନ କରନ୍ତୁ ଗାଜା କେତେ ଜନବହୁଳ ହେଇଥିବ ।

publive-image

ଜନସଂଖ୍ୟାର ୪୦ ପ୍ରତିଶତ ୧୫ ବର୍ଷ ବୟସରୁ କମ୍

ଗାଜା ଷ୍ଟ୍ରିପରେ ରହୁଥିବା ଲୋକମାନେ ମୁଖ୍ୟତଃ ପାଲେଷ୍ଟାଇନୀୟ ଅଟନ୍ତି । ଏଠାରେ ରହୁଥିବା ଲୋକମାନଙ୍କ ମଧ୍ୟରେ ଉଭୟ ଦେଶବାସୀ ଏବଂ ଶରଣାର୍ଥୀ ଅନ୍ତର୍ଭୁକ୍ତ । ୧୯୪୮ ଇସ୍ରାଏଲ୍ ପ୍ରତିଷ୍ଠା ହେବା ପରେ ଏବଂ ଇସ୍ରାଏଲ୍ ଏବଂ ପାଲେଷ୍ଟାଇନୀୟମାନଙ୍କ ମଧ୍ୟରେ ପରବର୍ତ୍ତୀ ସାମରିକ ବିବାଦ ପରେ ଶରଣାର୍ଥୀମାନେ ଏଠାରୁ ପଳାୟନ କରିଥିଲେ। ଏଠାରେ ରହୁଥିବା ଅଧିକାଂଶ ଲୋକ ଉତ୍ତରରେ ବିଶେଷ କରି ଗାଜା ସହରରେ ବାସ କରନ୍ତି । ଏଠାରେ ଜନସଂଖ୍ୟା ବହୁତ କମ । ଜନସଂଖ୍ୟାର ପ୍ରାୟ ୪୦% ଙ୍କ ଆୟୁ ୧୫ ବର୍ଷରୁ କମ୍ ।  ପାଲେଷ୍ଟାଇନ ଅଞ୍ଚଳରେ ଗାଜା ଷ୍ଟ୍ରିପ୍ ଏବଂ ଇସ୍ରାଏଲ୍ ଅଧିକୃତ ଅଞ୍ଚଳରେ ୱେଷ୍ଟ ବ୍ୟାଙ୍କ ଅନ୍ତର୍ଭୁକ୍ତ । ପୂର୍ବ ଜେରୁଜେଲମ ସହ ୱେଷ୍ଟ ବ୍ୟାଙ୍କର ସୀମା  ଇସ୍ରାଏଲ, ଡେଡ଼ ସି (ମୃତ ସାଗର) ଏବଂ ଜୋର୍ଡାନ ସହିତ ଲାଗିଛି ।  ଗାଜା ଷ୍ଟ୍ରିପ୍ ଏହାଠାରୁ ବହୁତ ବଡ କିନ୍ତୁ କମ୍ ଜନବହୁଳ ଅଞ୍ଚଳ । ଏହା ଫତହ ଦ୍ଵାରା ଶାସନାଧୀନ ଅଟେ । ଯାହା ପାଲେଷ୍ଟାଇନ ଲିବରେସନ୍ ଅର୍ଗାନାଇଜେସନ୍ (ପିଏଲଏ)ର ସମର୍ତିଥ ରାଜନୈତିକ ଦଳ ଅଟେ । ଫତହ ଦଳ  ଇସ୍ରାଏଲର ଅସ୍ତିତ୍ଵକୁ ସ୍ୱୀକୃତି ଦେଇଥାଏ ଏବଂ ଅଧିକାଂଶ ପାଶ୍ଚାତ୍ୟ ଦେଶ ଏହି ଫତହ ଦଳକୁ  ପାଲେଷ୍ଟାଇନର ପ୍ରତିନିଧି  ଭାବେ ସ୍ୱୀକୃତି ଦେଇଥାନ୍ତି ।

ଗାଜା ଇତିହାସ 

ପାଲେଷ୍ଟାଇନ ଏବଂ ଅନ୍ୟାନ୍ୟ ମୁସଲମାନ ଦେଶ ଇସ୍ରାଏଲକୁ ଏକ ୟୀହୂଦୀ ରାଷ୍ଟ୍ର ଭାବରେ ସ୍ୱୀକୃତି ଦିଅନ୍ତି ନାହିଁ । ୧୯୪୭ ପରେ ଯେତେବେଳେ ଜାତିସଂଘ ପାଲେଷ୍ଟାଇନକୁ ୟୀହୁଦୀ ଏବଂ ଆରବ ରାଷ୍ଟ୍ରରେ ବିଭକ୍ତ କଲା, ସେବେଠୁ ପାଲେଷ୍ଟାଇନ ଏବଂ ଇସ୍ରାଏଲ ମଧ୍ୟରେ ବିବାଦ ଲାଗିରହିଛି । ଏହାର ଦୁଇଟି ଗୁରୁତ୍ୱପୂର୍ଣ୍ଣ କାରଣ ହେଲା ‘ଏହାକୁ ଏକ ଦେଶ ଭାବେ ମାନ୍ୟତା ଦେବା’  ଏବଂ ଅନ୍ୟଟି ହେଉଛି ‘ଗାଜା ଷ୍ଟ୍ରିପ୍’, ଯାହା ଇସ୍ରାଏଲ ପ୍ରତିଷ୍ଠା ହେବା ପରଠାରୁ ଇସ୍ରାଏଲ ଏବଂ ଅନ୍ୟ ଆରବ ଦେଶ ମଧ୍ୟରେ ବିବାଦର କାରଣ ବୋଲି ପ୍ରମାଣିତ ହୋଇଛି ।

ଜୁନ୍ ୧୯୬୭ ଯୁଦ୍ଧ ପରେ ଇସ୍ରାଏଲ୍ ପୁନର୍ବାର ଗାଜା ଷ୍ଟ୍ରିପ୍ ଦଖଲ କରିଥିଲା  ଏହା ପରେ ଇସ୍ରାଏଲ୍ ୨୫ ବର୍ଷ ଧରି ସେହି ଅଞ୍ଚଳକୁ ନିଜ କବଜାରେ ରଖିଥିଲା । ଡିସେମ୍ବର ୧୯୮୭ ରେ ଗାଜାର ପାଲେଷ୍ଟାଇନୀୟମାନଙ୍କ ମଧ୍ୟରେ ଦଙ୍ଗା ଏବଂ ହିଂସାତ୍ମକ ସଂଘର୍ଷ ଏକ ବିଦ୍ରୋହର ରୂପ ନେଇଥିଲା । ସେପ୍ଟେମ୍ବର ୨୦୦୫ ରେ ଇସ୍ରାଏଲ୍ ଏହି ଅଞ୍ଚଳରୁ ନିଜର ସୈନ୍ୟ ଅପସାରଣ କରି  ଗାଜା ଷ୍ଟ୍ରିପକୁ ଖାଲି କରି ଏହାର  ନିୟନ୍ତ୍ରଣ ପାଲେଷ୍ଟାଇନ କର୍ତ୍ତୃପକ୍ଷ (PA) କୁ ହସ୍ତାନ୍ତର କରିଥିଲା ।  ତେବେ ଇସ୍ରାଏଲ୍ ଏହାର ପ୍ରତିରକ୍ଷା ଏବଂ ଏହି ଅଞ୍ଚଳରେ ଆକାଶ ମାର୍ଗରୁ ପାଟ୍ରୋଲିଂ ଜାରି ରଖିଛି ।

ଗାଜା ଏବେ କାହା କବଜାରେ ?  

୨୦୦୭ ମସିହାରୁ ଗାଜା ଷ୍ଟ୍ରିପ୍ ଇସଲାମିକ୍ ସନ୍ତ୍ରାସବାଦୀ ଗୋଷ୍ଠୀ ହାମାସ୍ ନିୟନ୍ତ୍ରଣରେ ଅଛି । ମୂଳରୁ ହାମାସ ଇସ୍ରାଏଲ ସହ ଶାନ୍ତି ପ୍ରକ୍ରିୟାକୁ ପ୍ରତ୍ୟାଖ୍ୟାନ କରିଆସିଛି । ଏବଂ ସବୁବେଳେ ଇସ୍ରାଏଲକୁ ଧ୍ୱଂସ କରିବାକୁ ଆହ୍ବାନ ଦେଇ ଆସିଛି । ଗତ କିଛି ବର୍ଷ ହେଲା ହାମାସ ଆତଙ୍କବାଦୀମାନେ ଗାଜାରୁ ଇସ୍ରାଏଲ୍ ଅଞ୍ଚଳ ଉପରେ ରକେଟ୍ ଆକ୍ରମଣ କରିଆସୁଥିଲେ ମଧ୍ୟ ଅକ୍ଟୋବର ୭ ରେ ହୋଇଥିବା ଏହି ଆକ୍ରମଣ ସବୁଠାରୁ ଭୟଙ୍କର ବୋଲି କୁହାଯାଉଛି ।

୨୦୦୭ ରୁ ହାମାସ୍ ଗାଜା ଅଞ୍ଚଳକୁ ନିଜ ନିୟନ୍ତ୍ରଣରେ ରଖିଥିବାରୁ ଇସ୍ରାଏଲ୍ ଏହାକୁ ଏକ "ଶତ୍ରୁ ଅଞ୍ଚଳ" ଭାବରେ ଗଣନା କରେ ଏବଂ ଏହାର ସୀମାକୁ ସିଲ କରିଦେଇଛି । ଏହି ଅଞ୍ଚଳର ଜଳ, ସ୍ଥଳ ଏବଂ ବାୟୁ ସୀମା ଉପରେ ଇସ୍ରାଏଲ କଡ଼ା ନଜର ରଖିଥାଏ । କାରଣ ଏହିବାଟେ ଆତଙ୍କବାଦୀ ମାନେ ପ୍ରବେଶ କରି ଇସ୍ରାଏଲ ଉପରେ ଆକ୍ରମଣ କରିଥାନ୍ତି ।  ସେବେଠାରୁ ହାମାସ ଇସ୍ରାଏଲ ଉପରେ ଆକ୍ରମଣ କରିଆସୁଛି । ଅତୀତରେ ୨୦୦୮-୦୯, ୨୦୧୨, ୨୦୧୪  ଏବଂ ୨୦୨୧  ରେ ଇସ୍ରାଏଲ୍ ସହ ହମାସ ଆକ୍ରମଣ କରିଥିଲା ।

publive-image

ଗାଜା ଜନସଂଖ୍ୟାର ଅଧିକାଂଶ ଗରିବ ସୀମାରେଖା ତଳେ  

ଇସ୍ରାଏଲ ଦ୍ଵାରା ଗାଜା ଅବରୋଧକୁ ଏକମାତ୍ର ପଡୋଶୀ ଦେଶ ଇଜିପ୍ଟ  ସମର୍ଥନ କରିଆସିଛି । ଫଳସ୍ୱରୂପ ଆର୍ଥିକ ବିଚ୍ଛିନ୍ନତା କାରଣରୁ ଗାଜାର ସ୍ଥିତି ଅତ୍ୟନ୍ତ ଖରାପ । ଜନସଂଖ୍ୟାର ଏକ ବଡ଼ ଅଂଶ ଦାରିଦ୍ରରେ ଜୀବନ ବିତାଉଛନ୍ତି । ସେଠାକାର ୧୫ ରୁ ୨୪ ବର୍ଷ ବୟସର ପ୍ରାୟ ୪୦% ବାସିନ୍ଦା ବେକାର । ହାମାସ ପ୍ରତି ସମର୍ଥନର ମୂଳ କାରଣ ହେଉଛି ଦାରିଦ୍ରତା । ଆମର କାଶ୍ମୀର ପରି ସେଠାର ଯୁବକ ମାନଙ୍କୁ ହାମାସ ପଥଭ୍ରଷ୍ଟ କରାଉଛି ଏବଂ ଇସ୍ରାଏଲ ବିରୁଦ୍ଧରେ ଯୁଦ୍ଧ କରିବାକୁ ଉସୁକାଉଛି ।