ହମାସକୁ ମୂଳପୋଛ କରିବାକୁ ଇସ୍ରାଏଲର ନୂଆ ରଣନୀତି । ଆତଙ୍କୀ ସଂଗଠନର ଟପକମାଣ୍ଡରଙ୍କୁ ମାରିବା ପାଇଁ ଆଇଡିଏଫର ନୂଆ ଯୋଜନା

111

କନକ ବ୍ୟୁରୋ : ହମାସକୁ ମୂଳପୋଛ କରିବାକୁ ଇସ୍ରାଏଲର ନୂଆ ରଣନୀତି । ହମାସର ଟପକମାଣ୍ଡରଙ୍କୁ ମାରିବା ପାଇଁ ଇସ୍ରାଏର ଆରମ୍ଭ କରିଛି ନୂଆ ଯୋଜନା । ୧୯୭୨ ମସିହାରେ ‘ରାଥ ଅଫ ଗଡ’ ରାସ୍ତାକୁ ପୁଣି ଆପଣାଇବାକୁ ଯାଉଛି ଇସ୍ରାଏଲ । ଗାଜାରେ ଅପରେସନ ଶେଷ କରିବା ପରେ ଇସ୍ରାଏଲ ହମାସ ଟପ କମାଣ୍ଡରଙ୍କ ହତ୍ୟା କରିବା ପାଇଁ ଯୋଜନା କରୁଛି । ୱାଲ ଷ୍ଟ୍ରିଟ ଜର୍ଣ୍ଣାଲର ରିପୋର୍ଟ ଅନୁସାରେ ଇସ୍ରାଏଲର ଗୁଇନ୍ଦା ସଂସ୍ଥା ମୋସାଦ ସହ ବୈଠକ କରିଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଂଜାମିନ ନେତାନ୍ୟାହୁ । ମୁଖ୍ୟତ ତୁର୍କୀ, ଲେବନାନ ଓ କତରରେ ଟାର୍ଗେଟ ଶତ୍ରୁଙ୍କୁ ନିପାତ କରିଛି ମୋସାଦ ଏଂଜେଟ । ଛଦ୍ମବେଶରେ ଏମାନେ ଶତ୍ରୁଙ୍କ ନିକଟରେ ପହଁଚିଥାନ୍ତି ଓ ହତ୍ୟା କରିଥାନ୍ତି ।