ହମାସର ପ୍ରତିଷ୍ଠାତାଙ୍କ ସ୍ତ୍ରୀ ଜାମିଲା ଅଲ ଶାନ୍ତିଙ୍କୁ ହତ୍ୟା ।

137

ହାମାସ କହିଛି ଯେ ଦଳର ରାଜନୈତିକ ବ୍ୟୁରୋର ଏକମାତ୍ର ମହିଳା ସଦସ୍ୟ ଜାମିଲା ଶାନ୍ତିଙ୍କୁ ହତ୍ୟା କରାଯାଇଛି ।

ସେ ହାମାସ ସହ-ପ୍ରତିଷ୍ଠାତା ଅବଦେଲ ଅଜିଜ ଅଲ-ରାଣ୍ଟିସିଙ୍କ ପତ୍ନୀ ଥିଲେ ।

ଖବର ଅନୁଯାୟୀ ସେ ହମାସର ସଦସ୍ୟ ତଥା ଦଳର ମହିଳା ସଂଗଠନର ପ୍ରତିଷ୍ଠାତା ଥିଲେ।

ଇସ୍ରାଏଲ-ହମାସ୍ ଯୁଦ୍ଧ: ଇସ୍ରାଏଲ ଏବଂ ହମାସ୍ ମଧ୍ୟରେ ଭୟଙ୍କର ଯୁଦ୍ଧ ଜାରି ରହିଛି । ଉଭୟ ପକ୍ଷରୁ  ଅଗଣିତ ଲୋକଙ୍କର ମୃତ୍ୟୁର ଖେଳ ଚାଲିଛି । ବର୍ତ୍ତମାନ ଇସ୍ରାଏଲ ଗାଜାରେ ଗ୍ରାଉଣ୍ଡ ଆଟାକ ଗ୍ରହଣ କରିବା ମନୋବୃତ୍ତିରେ ଅଛି । ଏହି ସମୟରେ ପାଲେଷ୍ଟାଇନ ସୁରକ୍ଷା ସୂତ୍ରରୁ ପ୍ରକାଶ ଯେ ଗାଜାରେ ଇସ୍ରାଏଲର ଏୟାର ଷ୍ଟ୍ରାଇକରେ ହମାସ ଆତଙ୍କବାଦୀ ଗୋଷ୍ଠୀର ଜଣେ ବରିଷ୍ଠ ମହିଳା ସଦସ୍ୟଙ୍କ ମୃତ୍ୟୁ ଘଟିଛି । ଇସ୍ରାଏଲ ଦ୍ୱାରା ହତ୍ୟା କରାଯାଇଥିବା ଏହି ହମାସର ସର୍ବୋଚ୍ଚ ମହିଳା କମାଣ୍ଡରଙ୍କ ନାମ  ଜାମିଲା ଅଲ ଶାନ୍ତି ଅଟେ ।

କିଏ ଏହି ଜାମିଲା ଅଲ ଶାନ୍ତି ?

ଗୁରୁବାର ବିଳମ୍ବିତ ରାତିରେ ଏକ ବିବୃତ୍ତିରେ ହମାସ କହିଛନ୍ତି ଯେ ଦଳର ରାଜନୈତିକ ବ୍ୟୁରୋର ଏକମାତ୍ର ମହିଳା ସଦସ୍ୟ ଜାମିଲା ଶାନ୍ତିଙ୍କୁ ହତ୍ୟା କରାଯାଇଛି । ଖବର ଅନୁଯାୟୀ ସେ ହମାସର ସଦସ୍ୟ ତଥା ଦଳର ମହିଳା ସଂଗଠନର ପ୍ରତିଷ୍ଠାତା ଥିଲେ । ୨୦୦୬ ରେ ନିର୍ବାଚିତ ହୋଇଥିବା ହମାସ ପ୍ରତିନିଧୀ ମାନଙ୍କ ମଧ୍ୟରେ ସବୁଠାରୁ ବରିଷ୍ଠ ମହିଳା ଥିଲେ । ସେ ହାମାସ ସହ-ପ୍ରତିଷ୍ଠାତା ଅବଦେଲ ଅଜିଜ ଅଲ-ରାଣ୍ଟିସିଙ୍କ ପତ୍ନୀ ଥିଲେ ।  ଯାହାଙ୍କୁ ଏପ୍ରିଲ ୨୦୦୪ ରେ ଇସ୍ରାଏଲ ଦ୍ୱାରା ହତ୍ୟା କରାଯାଇଥିଲା ।

ସେ ବିଶ୍ୱବିଦ୍ୟାଳୟରେ ମଧ୍ୟ କାର୍ଯ୍ୟ କରିଥିଲେ ।

ଜମିଲା ଗାଜାର ଇସଲାମ ବିଶ୍ୱବିଦ୍ୟାଳୟରେ ଅଧ୍ୟାପିକା ଭାବରେ କାର୍ଯ୍ୟ କରିଥିଲେ । ସୂଚନାନୁସାରେ, ଗୁରୁବାର ଦିନ ରାଫା, ଖାନ ୟୁନିସ ଏବଂ ଗାଜାର କେନ୍ଦ୍ରୀୟ ଅଞ୍ଚଳରେ ଇସ୍ରାଏଲର ଏୟାର ଷ୍ଟ୍ରାଇକରେ ୪୧ ଜଣ ପାଲେଷ୍ଟାଇନୀୟଙ୍କ ମୃତ୍ୟୁ ଘଟିଛି । ଅକ୍ଟୋବର ୭ ରେ ହାମାସ ଇସ୍ରାଏଲ ଉପରେ ଆକ୍ରମଣ ଆରମ୍ଭ କରିଥିଲା । ଏହାର ପ୍ରତିଶୋଧ ନେବାକୁ ଇସ୍ରାଏଲ ମଧ୍ୟ ଆକ୍ରମଣ ଜାରି ରଖିଛି । ଶୁକ୍ରବାର ସକାଳ ସୁଦ୍ଧା ଗାଜାରେ ମୋଟ ୩୭୮୫  ଜଣଙ୍କର ମୃତ୍ୟୁ ଘଟିଛି । ଏହି ସୂଚନା ହାମାସ ନିୟନ୍ତ୍ରିତ ଅଞ୍ଚଳରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଛି ।

ଯୁଦ୍ଧ ଆହୁରି ବିପଜ୍ଜନକ ରୂପ ନେବ

ଏହି ସମୟରେ ଇସ୍ରାଏଲର ପ୍ରତିରକ୍ଷା ମନ୍ତ୍ରୀ ୟୋଭ ଗାଲାଣ୍ଟ ଗାଜା ଷ୍ଟ୍ରିପ ସୀମାରେ ଥିବା ପଦାତିକ ସୈନିକମାନଙ୍କୁ ପାଲେଷ୍ଟାଇନ ଅଞ୍ଚଳରେ ପ୍ରବେଶ କରିବାକୁ ପ୍ରସ୍ତୁତ ହେବାକୁ କହିଛନ୍ତି । ଗାଲାଣ୍ଟ ଗୁରୁବାର ଦିନ ଗାଜା ନିକଟରେ ଇସ୍ରାଏଲର ସାଉଥ୍ କମାଣ୍ଡ ପରିଦର୍ଶନ କରିଛନ୍ତି ।  ଯେଉଁଠାରେ ଅକ୍ଟୋବର ୭ ରେ ହାମାସ ଆତଙ୍କବାଦୀଙ୍କ ଆକ୍ରମଣ ପରେ ଇସ୍ରାଏଲ୍ ସୈନ୍ୟମାନେ ଏକତ୍ର ହେଉଛନ୍ତି । ଏହି ଯାତ୍ରା ସମୟରେ ଗାଲାଣ୍ଟ ନିଜର ସୈନ୍ୟମାନଙ୍କୁ କହିଥିଲେ ଯେ ଗ୍ରାଉଣ୍ଡ ଅପରେସନ୍ ଆରମ୍ଭ କରିବାକୁ ପ୍ରସ୍ତୁତ ରୁହନ୍ତୁ । ଯଦି ଏହା ଘଟେ ତେବେ ଏହି ଯୁଦ୍ଧ ଆହୁରି ବିପଜ୍ଜନକ ରୂପ ନେବ ।