ଚାମଚରେ ସୁଡଙ୍ଗ ଖୋଳି, ଜେଲରୁ ଫେରାର ହୋଇଗଲେ କଏଦୀ 

546

କନକ ବ୍ୟୁରୋ: ଜେଲରୁ ବିଭିନ୍ନ ଉପାୟରେ କଏଦୀ ଫେରାର ହେବା ଆପଣ ହୁଏତ ଫିଲ୍ମରେ ଦେଖିଥିବେ । ହେଲେ କେବେ ଏହି ଘଟଣା ଆପଣ ସତରେ ଦେଖନଥିବେ । ଆମେ ଆଜି ଆପଣଙ୍କୁ ସେମିତି ଏକ ଘଟଣା କହିବୁ ଯାହା କୌଣସି ଫିଲ୍ମ ଷ୍ଟାଇଲରୁ କମ ନୁହେଁ । ଏଠାରେ ଦେଖିବାକୁ ମିଳିଛି ୬ ଜଣ କଏଦୀ ଏକ ଚାମଚ ସାହାଯ୍ୟରେ ସୁଡଙ୍ଗ କରି ଜେଲରୁ ଫେରାର ହୋଇଯାଇଛନ୍ତି ।

ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଇସ୍ରାଏଲର ସବୁଠାରୁ ସୁରକ୍ଷିତ ଜେଲରେ । ଏଠାରେ ଥିବା ୬ ଜଣ କଏଦୀ ଏକ ଜଙ୍ଗ ଲଗା ଚାମଚରେ ସୁଡଙ୍ଗ ଖୋଳିଥିଲେ । ଆଉ ଏହି ସୁଡଙ୍ଗ ଦ୍ୱାରା ଫେରାର ହୋଇଯାଇଥିଲେ । ଆଉ ଏହି ଫେରାର କଏଦୀଙ୍କ ମଧ୍ୟରେ ଜଣେ ଦୁର୍ଦ୍ଦାନ୍ତ ଆତଙ୍କବାଦୀ ମଧ୍ୟ ସାମିଲ ଅଛି ।

ଇସ୍ରାଏଲରେ ଥିବା ଏହି ଜେଲରେ ନାଁ ହେଉଛି ଗିଲବୋଆ ଜେଲ । ଏହା ଇସ୍ରାଏଲର ସବୁଠାରୁ ସୁରକ୍ଷିତ ଜେଲ । କଏଦୀମାନେ ବାଥରୁମରୁ ଜେଲର ବାହାର ଯାଏଁ ସୁଡଙ୍ଗ ଖୋଳିଥିଲେ । ବର୍ତ୍ତମାନ ଏହି ସୁଡଙ୍ଗର ଯାଞ୍ଚ ଚାଲିଥିଲା ବେଳେ ୪୦୦ କଏଦୀଙ୍କୁ ସ୍ଥାନାନ୍ତର କରାଯାଇଛି ।