ଅକ୍ଟୋବର ୭ ରେ ଯେତେବେଳେ ହମାସର ଆତଙ୍କବାଦୀମାନେ ଇସ୍ରାଏଲରେ ପଶି ରକ୍ତର ହୋଲି ଖେଳୁଥିଲେ ସେହି ସମୟରେ ଏକ ଭିଡିଓ ସୋସିଆଲ ମେଡ଼ିଆରେ ଖୁବ ଭାଇରାଲ ହେଇଥିଲା । ସେ ଭିଡ଼ିଆରେ ଦେଖା ଯାଇଥିଲା  କତାରର ରାଜଧାନୀ ଦୋହାର ଏକ ବିଳାସପୂର୍ଣ ବଙ୍ଗଳାରେ ନିଜର କିଛି ଘନିଷ୍ଠ ସହଯୋଗୀଙ୍କ ସହ ବସି  ଟିଭିରେ ସେସବୁ ଦେଖି ତାଳି ମାରୁଥିଲା ହମାସର ଚିଫ ଇସମାଇଲ ହନିୟେ ।

Advertisment

କିଏ ଏହି ଇସମାଇଲ ହନିୟେ ? ଯିଏ ଏକ ଶରଣାର୍ଥୀ ଶିବିରରେ ଜନ୍ମଗ୍ରହଣ କରି ଗାଜାର ପ୍ରଧାନମନ୍ତ୍ରୀ ହେଇଥିଲା । ଯିଏ ଏବେ ହମାସର ଚିଫ । ଯାହାକଥାରେ ଆତଙ୍କବାଦୀ ମାନେ ସାଧାରଣ ଲୋକଙ୍କ ମୁଣ୍ଡ କାଟି ପଡିଆରେ ଜମା କରନ୍ତି । ଇସ୍ରାଏଲ ଉପରେ ହେଇଥିବା ଏହି ଆକ୍ରମଣରେ ଇସମାଇଲ ହନିୟେ ନିଜ ବୁଦ୍ଧି ଏବଂ ହାମାସ କମାଣ୍ଡରଙ୍କ ସହ ମିଶି ଏହି ଷଡଯନ୍ତ୍ର ରଚିଛି । ଅନ୍ୟ ଦେଶରେ ବସି ଇସ୍ରାଏଲ ବିରୁଦ୍ଧରେ ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଥିବା ଇସମାଇଲର ସମ୍ପତ୍ତି ହଜାର ହଜାର କୋଟି ଟଙ୍କା ବୋଲି କୁହାଯାଉଛି ।

ହାମାସ ମୁଖ୍ୟ ଇସମାଇଲ ହନିୟେ ଜୀବନ କାହାଣୀ: ଇସମାଇଲ ହନିହେ ୧୯୬୨ ମସିହାରେ ଗାଜା ଷ୍ଟ୍ରିପରେ ଥିବା ଅଲ-ଶତି ଶରଣାର୍ଥୀ ଶିବିରରେ ଜନ୍ମଗ୍ରହଣ କରିଥିଲା ।  ସେ ଗାଜା ଇସଲାମିକ ବିଶ୍ୱବିଦ୍ୟାଳୟରେ ଆରବୀ ସାହିତ୍ୟ ଅଧ୍ୟୟନ କରିଥିଲା ଏବଂ ପରେ ହାମାସରେ ଯୋଗ ଦେଇଥିଲା ।  ସେ କିପରି ହଜାରେ କୋଟିର ମାଲିକ ହୋଇଥିଲା ?

ଇସମାଇଲ ହନିହେର ଅତୀତ  ଇସମାଇଲ ହ ହନିହେ ୧୯୬୨  ମସିହାରେ ଗାଜା ଅଞ୍ଚଳର ଏକ ଶରଣାର୍ଥୀ ଶିବିରରେ ଜନ୍ମଗ୍ରହଣ କରିଥିଲା ।ତାଙ୍କର ପ୍ରାରମ୍ଭିକ ଶିକ୍ଷା  ଗାଜାରେ ମିଳିତ ଜାତିସଂଘ ରିଲିଫ୍ ଏବଂ ୱାର୍କ ଏଜେନ୍ସିରେ ହୋଇଥିଲା । ସମ୍ପ୍ରତି ଯୁଦ୍ଧ ସମୟରେ ଗାଜାରେ ଭୂମିହୀନ ଲୋକଙ୍କୁ ସାହାଯ୍ୟ କରିବାରେ ଏହି ଏଜେନ୍ସି ଆଗରେ ରହିଛି ।  ସେ ଗାଜାରେ ଥିବା ଇସାଲାମିକ ବିଶ୍ବବିଦ୍ୟାଳୟରେ ଆରବ ସାହିତ୍ୟ ଅଧ୍ୟୟନ କରିଥିଲା ।   ଏହି ସମୟ ମଧ୍ୟରେ ସେ ହମାସରେ ଯୋଗ ଦେଇଥିଲେ ଏବଂ ୧୯୮୭ ରେ ଆରବ ସାହିତ୍ୟରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ। ୧୯୮୫ ରୁ ୧୯୮୬ ପର୍ଯ୍ୟନ୍ତ ସେ ମୁସଲିମ୍ ବ୍ରଦରହୁଡର ପ୍ରତିନିଧିତ୍ୱ କରୁଥିବା ଛାତ୍ର ପରିଷଦର ମୁଖ୍ୟ ଥିଲେ। ସେ ଇସଲାମିକ୍ ଆସୋସିଏସନ୍ ଫୁଟବଲ୍ ଦଳରେ ମଧ୍ୟ ମିଡଫିଲ୍ଡର ଭାବରେ ଖେଳିଥିଲା ।  ୧୯୮୮ ରେ ଇସ୍ରାଏଲ୍ ନିୟନ୍ତ୍ରଣ ବିରୁଦ୍ଧରେ ପ୍ରଥମ ବିଦ୍ରୋହରେ ଜଡିତ ଥିବାରୁ ଇସମାଇଲ୍ ହନିୟେ ଇସ୍ରାଏଲ୍ କର୍ତ୍ତୃପକ୍ଷଙ୍କ ଦ୍ଵାରା ଗିରଫ ହୋଇଥିଲା । ଇସମାଇଲ ୬ ମାସ ଜେଲରେ ରହି ୧୯୮୯ ରେ ପୁନର୍ବାର ଗିରଫ ହୋଇଥିଲେ । ଏହା ପରେ ତାଙ୍କୁ ୧୯୯୨ ପର୍ଯ୍ୟନ୍ତ ଜେଲ ଦଣ୍ଡ ଭୋଗିବାକୁ ପଡିଥିଲା । ଏହା ପରେ ଇସ୍ରାଏଲ ୪୦୦ ରୁ ଅଧିକ ବିଦ୍ରୋହୀଙ୍କ ସହିତ ଇସମାଇଲକୁ ଦକ୍ଷିଣ ଲେବାନନକୁ ଦେଶାନ୍ତର କରିଦେଇଥିଲେ ।

ସୂଚନାଯୋଗ୍ୟ ଯେ ପ୍ରଥମ ଇନ୍ତିଫଦା ୧୯୮୭ ରେ ଆରମ୍ଭ ହୋଇ ୧୯୯୩  ପର୍ଯ୍ୟନ୍ତ ଜାରି ରହିଥିଲା । ଏହି ସମୟ ମଧ୍ୟରେ ୱେଷ୍ଟବ୍ଯାଙ୍କ, ଗାଜା ଷ୍ଟ୍ରିପ ଏବଂ ପୂର୍ବ ଜେରୁଜେଲମକୁ ଇସ୍ରାଏଲର ଦଖଲ ବିରୁଦ୍ଧରେ ହୋଇଥିବା ବିଦ୍ରୋହରେ ବ୍ୟାପକ ବିରୋଧ ତଥା ଆତ୍ମଘାତୀ ବିସ୍ଫୋରଣ ହୋଇଥିଲା । ଇସମାଇଲ ହନିୟେ  ୨୦୦୬ ରୁ ୨୦୦୭ ପର୍ଯ୍ୟନ୍ତ ପାଲେଷ୍ଟାଇନ କର୍ତ୍ତୃପକ୍ଷ (PA) ର ପ୍ରଧାନମନ୍ତ୍ରୀ ଭାବରେ କାର୍ଯ୍ୟ ମଧ୍ୟ କରିଥିଲେ। ୨୦୦୬ ରେ ହମାସ ପାଲେଷ୍ଟାଇନ ବିଧାନ ପରିଷଦ ନିର୍ବାଚନରେ ​​ବହୁମତ ହାସଲ କରିଥିଲା, ଯାହା ପରେ ହମାସ ସରକାର ଗଠନ ହୋଇଥିଲା ।ୱେଷ୍ଟବ୍ଯାଙ୍କ  ଏବଂ ଗାଜାରେ ପ୍ରତିନିଧିତ୍ୱକୁ ନେଇ ଇସମାଇଲ ହନିୟେ ଫତହ ଦଳ ସହ ବିବାଦ ହୋଇଥିଲା । ଏହା ପରେ, ୨୦୦୭ ରୁ ୨୦୧୪  ପର୍ଯ୍ୟନ୍ତ, ଇସମାଇଲ ଗାଜାରେ ହମାସ ପକ୍ଷରୁ ସରକାରଙ୍କ ନେତୃତ୍ୱ ଭୂମିକା ଗ୍ରହଣ କରିଥିଲେ ।ୱେଷ୍ଟବ୍ୟାଙ୍କ ଅଞ୍ଚଳରେ ଫତହ ପାର୍ଟିର ସରକାର ଥିଲା । କିନ୍ତୁ ଫତହ ଦଳ ସହ ତିକ୍ତତା ହେତୁ ହାମାସ ଗାଜାରେ ଏକ ସ୍ବାଧୀନ ସରକାର ଗଠନ କରିବାକୁ ଘୋଷଣା କରିଥିଲା ।୨୦୦୬ ମସିହାରେ ଫତହ ଦଳ ବିପକ୍ଷରେ ପାଲେଷ୍ଟାଇନ ନିର୍ବାଚନରେ ​​ହମାସର  ବିଜୟ ପୂର୍ବରୁ ଇସମାଇଲ ହନିୟେ ଆତଙ୍କବାଦୀ ଗୋଷ୍ଠୀର ନେତୃତ୍ୱର ଜଣେ ପ୍ରମୁଖ ସଦସ୍ୟ ନଥିଲେ, କିନ୍ତୁ ନିର୍ବାଚନ ବିଜୟ ପରେ ତାଙ୍କର ପ୍ରଭାବ ବୃଦ୍ଧି ପାଇବାକୁ ଲାଗିଲା ।  ତାଙ୍କୁ ଗାଜା ଷ୍ଟ୍ରିପରେ ପାଲେଷ୍ଟାଇନ ପ୍ରାଧିକରଣର ପ୍ରଧାନମନ୍ତ୍ରୀ ଭାବରେ ନିଯୁକ୍ତ କରାଯାଇଥିଲା ଏବଂ ସେହି ସମୟରେ ତାଙ୍କର ସମ୍ପତ୍ତି ଦ୍ରୁତ ଗତିରେ ବୃଦ୍ଧି ପାଇଲା।ଇସମାଇଲ ହନିୟେଙ୍କ ଉପରେ ଛୋଟବେଳୁ ହାମାସ ଆନ୍ଦୋଳନର ପ୍ରତିଷ୍ଠାତା ଶେଖ ଅହମ୍ମଦ ୟାସିନଙ୍କ ଆଶିର୍ବାଦ ଥିଲା । ଶେଖ ଅହମ୍ମଦ ୟାସିନଙ୍କୁ ୨୦୧୪  ରେ ଇସ୍ରାଏଲ ଦ୍ୱାରା ହତ୍ୟା କରାଯାଇଥିଲା । ସେବେଠୁ ହନିୟେ ସୁଟ ବୁଟ ପିନ୍ଧି ନିଜର ଛବିକୁ ଆତଙ୍କବାଦୀ ମାନଂକଠୁ ଭିନ୍ନ ଦେଖେଇବାକୁ ଚେଷ୍ଟା କରିଆସୁଛନ୍ତି । ମୋଟ ସମ୍ପତିର ମୂଲ୍ୟ 16 ହଜାର କୋଟିକୁହାଯାଏ ଯେ ହାମାସ ମୁଖ୍ୟ ଇସମାଇଲ ହନିୟେଙ୍କ ମୋଟ ସମ୍ପତ୍ତି ପ୍ରାୟ ୧୬ ହଜାର କୋଟି ଟଙ୍କା ଏବଂ ସେ ଦୋହାରେ ବିଳାସପୂର୍ଣ୍ଣ ଜୀବନ ବିତାଉଛନ୍ତି । ସେଠାରେ ତାଙ୍କର କୋଟି କୋଟି ଟଙ୍କା ମୂଲ୍ୟର ୨୫ ଟି ବିଳାସପୂର୍ଣ୍ଣ କାର ଅଛି । ତାଙ୍କ ଘର ମଧ୍ୟ କେଉଁ ର ପାଞ୍ଚ ତାରକା ହୋଟେଲରୁ କମ ନୁହେଁ । ଏହା ସହିତ ସେ ଯିବାଆସିବା ପାଇଁ ବ୍ୟକ୍ତିଗତ ଜେଟ୍ ବ୍ୟବହାର କରନ୍ତି ।