ଇସ୍ରାଏଲ ନିଜର ଅଭିନବ ଅସ୍ତ୍ର ପାଇଁ ବେଶ ଜଣାଶୁଣା । ସେମାନେ ଯେ କୌଣସି ସାଧାରଣ ମେସିନକୁ ଅତ୍ୟାଧୁନିକ  ଅସ୍ତ୍ରରେ ପରିଣତ କରିଦେଇପାରନ୍ତି ।  ଏବେ ସେମାନେ ଏକ ବୁଲଡୋଜରକୁ ମଧ୍ୟ ଏପରି ଏକ  ଭୟଙ୍କର ଅସ୍ତ୍ରରେ ପରିଣତ କରିଛନ୍ତି । ଏହି ବୁଲଡୋଜର କେବଳ ଆତଙ୍କବାଦୀଙ୍କ ଲୁଚିବା ସ୍ଥାନକୁ  ନଷ୍ଟ କରୁନାହିଁ ବରଂ ସେମାନକୁ ମାରିବାରେ ସକ୍ଷମ ହେଉଛି ।

Advertisment

publive-image

ଏହି ବୁଲଡୋଜରର ନାମ ହେଉଛି - IDF caterpillar D9 ।  ଇସ୍ରାଏଲରେ ଏହାକୁ ଶ୍ରଦ୍ଧାରେ ‘ଡୋବି’ କୁହାଯାଏ | ଯାହାର ଅର୍ଥ ହିବ୍ରୁ ଭାଷାରେ ଟେଡି ବିଅର।  ଏହା ଏକ ସଶସ୍ତ୍ର ଯୁଦ୍ଧ ଯାନ ତଥା  ସଶସ୍ତ୍ର ବୁଲଡୋଜର ।  ଯାହା ଇସ୍ରାଏଲ୍ ସୈନ୍ୟବାହିନୀ ଦ୍ୱାରା ବ୍ୟବହୃତ ହୁଏ ।  ଇସ୍ରାଏଲ୍ ପ୍ରତିରକ୍ଷା ବାହିନୀ ଏହାକୁ ଅନେକ ଥର ମୋଡିଫାଏଡ କରିଛନ୍ତି । ତେଣୁ ଏହା ଏକ ମାରାତ୍ମକ ଅସ୍ତ୍ରରେ ପରିଣତ ହୋଇ ପାରିଛି ।

publive-image IDF caterpillar D9 ବୁଲଡୋଜର ଯୁଦ୍ଧ ଇଞ୍ଜିନିୟରିଂର ଏକ ଉତ୍କୃଷ୍ଟ ଉଦାହରଣ । ଆହୁରି ମଧ୍ୟ ଆତଙ୍କବାଦ ବିରୋଧୀ କାର୍ଯ୍ୟରେ ଏହା ବହୁତ ସଫଳ ବୋଲି ବିବେଚନା କରାଯାଏ । ଏହା 405-410 ହର୍ଷ ପାୱାର ଯୁକ୍ତ ଅଟେ ।  ଏହାକୁ ଚଳାଇବା ପାଇଁ ଦୁଇ ଜଣ ଆବଶ୍ୟକ । ଏହାର  କ୍ରୁ କ୍ୟାବିନ ବୁଲେଟପ୍ରୁଫ ଅଟେ ।  ଯାହା ଇସ୍ରାଏଲ୍ ସୈନିକମାନଙ୍କୁ ବମ, ମେସିନ୍ ଗନ ଏବଂ ଗୁଳିରୁ ରକ୍ଷା କରିଥାଏ ।  

publive-image

କେବଳ ଏତିକି ନୁହେଁ ଏହି ବୁଲଡୋଜର ଚାରିପଟେ ଏପରି କବଚ ସ୍ଥାପନ କରାଯାଇଛି ଯାହା ରକେଟ୍ ପ୍ରପେଲଡ୍ ଗ୍ରେନେଡ୍ (RPG) ଦ୍ୱାରା ମଧ୍ୟ ପ୍ରଭାବିତ ହୁଏ ନାହିଁ ।  ତଳ ଭାଗରେ ଥିବା ଧାତୁ ଆବରଣ ଏତେ ମୋଟା ଯେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ ହେଲେ ମଧ୍ୟ ଏହା ଉପରେ କୌଣସି ପ୍ରଭାବ ପଡେ ନାହିଁ । ଏହାର ଅର୍ଥ ହେଉଛି ଏହା ହେଉଛି ଇସ୍ରାଏଲର ସର୍ବୋତ୍ତମ ଅସ୍ତ୍ର ।

publive-image

ଗାତ ଖୋଳିବା, ବାଲି ବନ୍ଧ ନିର୍ମାଣ, ଉଦ୍ଧାର କାର୍ଯ୍ୟ ପରିଚାଳନା, ଓଲଟି ପଡିଥିବା ଯାନ ଉଠାଇବା, ବିସ୍ଫୋରକ ସାମଗ୍ରୀକୁ ନିଷ୍କ୍ରିୟ କରିବା କିମ୍ବା ବାଟରେ ଥିବା କୌଣସି ବାଧା ଦୂର କରିବା ପାଇଁ କ୍ୟାଟରପିଲର୍ D9 ବୁଲଡୋଜର ବ୍ୟବହାର କରାଯାଏ । ଏହା ଯୁଦ୍ଧକ୍ଷେତ୍ରରେ ଥିବା ସୈନିକମାନଙ୍କ ପାଇଁ ରାସ୍ତା ମଧ୍ୟ ସଫା କରିଥାଏ ।

publive-image

ଏହି ବୁଲଡୋଜରକୁ ୧୯୫୪ ରେ ଇସ୍ରାଏଲ୍ ସେନା ଦ୍ଵାରା ଅଧିଗ୍ରହଣ କରାଯାଇଥିଲା ।  ସେବେଠାରୁ ଏହାକୁ ଇସ୍ରାଏଲ ବ୍ୟବହାର କରିଆସୁଛି । ଏହା ପରେ ସାଇନା ଯୁଦ୍ଧ, ଛଅ ଦିନିଆ ଯୁଦ୍ଧ, ୟୋମ କିପୁର ଯୁଦ୍ଧ ଏବଂ ଅପରେସନ୍ ପିସ ଫର ଗାଲିଲୀ ପାଇଁ ଏହା ବହୁଳ ଭାବରେ ବ୍ୟବହୃତ ହୋଇଥିଲା । ଏଥର ପୁନର୍ବାର ଗାଜା ଷ୍ଟ୍ରିପରେ ହାମାସ ଆତଙ୍କବାଦୀଙ୍କ ବିରୋଧରେ ଇସ୍ରାଏଲ୍ ସେନା ଏହି ବୁଲଡୋଜର ବ୍ୟବହାର କରୁଛି ।

publive-image ଏହି ବୁଲଡୋଜରରେ FN ମ୍ୟାଗ୍ ବେଲଜିୟମ୍ ମେସିନ୍ ଗନ ଲଗାଯାଇଛି ।  ଏହା ଏକ 7.62 ମିଲିମିଟର ଜେନେରାଲ ମେସିନ୍ ବନ୍ଧୁକ । ଏହା ଏବେ  ଭାରତରେ ମଧ୍ୟ ତିଆରି ହେଉଛି । ଏହାର ଓଜନ 11.8 କିଲୋଗ୍ରାମର  । ଏହି ମେସିନ ଗନର ରେଞ୍ଜ ୩୫୦୦  ମିଟର ଅଟେ ।  ଏହାର ଅର୍ଥ ସାଢେ ତିନି କିଲୋମିଟର । ଏଥିରୁ ଏକ ମିନିଟରେ ୬୫୦ ରୁ ୧୦୦୦ ଗୁଳି ବାହାରିପାରେ । 

publive-image

୨୦୧୪ ରେ ଏହି ବୁଲଡୋଜରକୁ ଅପରେସନ୍ ପ୍ରୋଟେକ୍ଟିଭ୍ ଏଜରେ ବହୁଳ ଭାବରେ ବ୍ୟବହାର କରାଯାଇଥିଲା । ଏହା ଅନେକ ଲ୍ୟାଣ୍ଡମାଇନ୍ ନଷ୍ଟ କରିଦେଇଥିଲା । ୩୦ ରୁ ଅଧିକ ଟନେଲ ନଷ୍ଟ କରିବାରେ ସାହାଯ୍ୟ କରିଥିଲା । ଏହା ବ୍ୟତୀତ ଏହା ଟ୍ୟାଙ୍କ ଏବଂ ପଦାତିକ ବାହିନୀ ପାଇଁ ରାସ୍ତା ତିଆରି କରିବାରେ ସାହାଯ୍ୟ କରିଥିଲା । ଏହା ସାହାଯ୍ୟରେ ଅପରେସନର ପ୍ରଥମ ଦିନରେ ହିଁ  ଆତଙ୍କବାଦୀ ଆକ୍ରମଣ ବନ୍ଦ ହୋଇଯାଇଥିଲା ଏବଂ ଦୁଇ ଜଣ  ଆତଙ୍କବାଦୀ ନିହତ ହୋଇଥିଲେ।

publive-image

ପାଲେଷ୍ଟାଇନ ଆତଙ୍କବାଦୀମାନେ ଏକ ଆଣ୍ଟି ଟ୍ୟାଙ୍କ କ୍ଷେପଣାସ୍ତ୍ର ସହିତ ବୁଲଡୋଜର ଉପରେ ଆକ୍ରମଣ କରିଥିଲେ। ଯେଉଁଥିରେ ଜଣେ ଇସ୍ରାଏଲ୍ ସୈନିକଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ସଦସ୍ୟ ଆହତ ହୋଇଥିଲେ । କିନ୍ତୁ ଏହା ପରେ ଅନ୍ୟ ବୁଲଡୋଜରଗୁଡିକ ହମାସ ଆତଙ୍କବାଦୀଙ୍କ ଲୁଚି ରହିଥିବା ସ୍ଥାନକୁ ନଷ୍ଟ କରିଦେଇଥିଲେ । ଏହି ଗାଡି  ୮  ରୁ ଅଧିକ ଆତଙ୍କବାଦୀଙ୍କୁ ହତ୍ୟା କରିବାରେ ସହାୟକ ହେଇଥିଲା ।