କନକ ବ୍ୟୁରୋ: ଇସ୍ରାଏଲ ଓ ପାଲେଷ୍ଟାଇନ୍ ମଧ୍ୟରେ ସଂଘର୍ଷ ଜାରି ରହିଛି । ଯୁଦ୍ଧର ଦ୍ୱିତୀୟ ଦିନରେ ଇସ୍ରାଏଲି ସେନା ଓ ହମାସ୍ ଆତଙ୍କବାଦୀ ସଙ୍ଗଠନ ମଧ୍ୟରେ ଭୀଷଣ ସଂଘର୍ଷ ଯୋଗୁଁ ଇସ୍ରାଏଲର ଅନେକ ଅଞ୍ଚଳ ଭାରୀ ମାତ୍ରାରେ କ୍ଷତିଗ୍ରସ୍ତ ହୋଇଛି । ଇସ୍ରାଏଲ ଉପରେ ଅଧିକ ଆକ୍ରମଣ ହୋଇଥିବାରୁ ଏହାର ସୈନିକଙ୍କ ସମେତ ପାଖାପଖେି ୭୦୦ ଇସ୍ରାଏଲି ନାଗରିକଙ୍କ ମୃତ୍ୟୁ ହୋଇଛି । ଏହାସହ ୨୦୦୦ରୁ ଅଧିକ ଲୋକ ଆହତ ହୋଇଥିବା ଜଣାପଡିଛି ।

Advertisment

ଶନିବାର ହମାସ ପକ୍ଷରୁ ଲଗାତାର ରକେଟ୍ ମାଡ ପରେ ଇସ୍ରାଏଲ ଓ ଗାଜାରେ ପାଖାପାଖି ୧୦୦୦ ଲୋକଙ୍କ ମୃତ୍ୟୁ ହୋସାରିଲାଣି । ପାଲଟା ଆକ୍ରମଣରେ ଇସ୍ରାଏଲି ସେନା ଗାଜା ଉପରେ ଆକ୍ରମଣ କରିଥିଲେ ବି ହମାସ୍ ଆତଙ୍କବାଦୀ ଅନେକ ଇହୁଦୀଙ୍କୁ ଅପହରଣ କରିନେବା ସହ ଶହଶହ ଲୋକଙ୍କୁ ହତ୍ୟା କରିଥିବା ଜଣାପଡିଛି । ଏହି ନର ସଂହାର ପରେ ଇସ୍ରାଏଲ ମଧ୍ୟ କଥିତ ଆଧାରରେ ଯୁଦ୍ଧ ଭୂମିକୁ ଆସିଛି । କେତେ ଲୋକଙ୍କୁ ଅପହରଣ କରାଯାଇଛି ତାହାର ସଠିକ୍ ତଥ୍ୟ ମିଳିନଥିଲ ବି ନିଜ ଲୋକଙ୍କୁ ଖୋଜି ଆଣିବାକୁ ଇସ୍ରାଏଲ ନାଗରିକ ପୁଲିସର ଦ୍ୱାରସ୍ଥ ହୋଇଛନ୍ତି । କେବଳ ଇସ୍ରାଏଲି ନାଗରିକ ନୁହଁନ୍ତି ବରଂ ଅନେକ ବିଦେଶୀ ନାଗରିକ ମଧ୍ୟ ହମାସର କବଜାରେ ଥିବା ଜଣାପଡିଛି ।