ଗାଜା ଏବଂ ଇଜିପ୍ଟ ମଧ୍ୟରେ ଥିବା ରାଫା କ୍ରସିଂ ହେଉଛି ଯୋଗାଣ ପାଇଁ କେବଳ ଶେଷ ଆଉଟଲେଟ୍, କିନ୍ତୁ ଗତ ସପ୍ତାହରୁ ଏହା ବନ୍ଦ ହୋଇଯାଇଛି । ଯାହା ଦ୍ଵାରା ଗାଜାବାସୀ କିମ୍ବା କୌଣସି ବିଦେଶୀ ନାଗରିକ ପ୍ରବେଶ କରିପାରୁନାହାନ୍ତି । ଜାତିସଂଘ ମାନବ ଅଧିକାର କାର୍ଯ୍ୟାଳୟ ଅନୁଯାୟୀ ଗାଜାରେ ମାନବିକ ସହାୟତାକୁ ଅନୁମତି ଦେବା ପାଇଁ ଶତ୍ରୁତାକୁ ତତ୍କାଳ ବନ୍ଦ କରିବା ନିତ୍ୟାନ୍ତ ଜରୁରୀ । UNHRO ମୁଖପାତ୍ର ରେଭେନା ଶାମଦାସାନି ସୋମବାର CNN କୁ କହିଛନ୍ତି, 'ଏଥିପାଇଁ କୂଟନୈତିକ ପ୍ରୟାସ କରାଯାଇଛି ।

Advertisment

ଜାତିସଂଘ ମହାସଚୀବ କ୍ରମାଗତ ଭାବରେ ଏଥିରେ ଜଡିତ ସମସ୍ତ ପକ୍ଷମାନଙ୍କ ସହ ଯୋଗାଯୋଗ କରୁଛନ୍ତି ଏବଂ ଅନ୍ୟାନ୍ୟ ସଦସ୍ୟ ରାଷ୍ଟ୍ରମାନେ ମଧ୍ୟ ଯଥା ସମ୍ଭବ ପ୍ରୟାସ କରୁଛନ୍ତି । ଆମକୁ ସୁରକ୍ଷା ଦରକାର ଯାହା ଦ୍ଵାରା ସାହାଯ୍ୟ ପହଞ୍ଚିପାରିବ । ଜଳ, ବିଦ୍ୟୁତ୍, ଖାଦ୍ୟ, ଇନ୍ଧନ ଏବଂ ଔଷଧ ଅଭାବ ସହିତ ଗାଜା ଏକ ମାନବିକ ସଙ୍କଟର ସମ୍ମୁଖୀନ ହେଉଛି ।

ଶାମଦାସାନି କହିଛନ୍ତି, 'ଆମେ ଏପରି ଡାକ୍ତରଖାନା ଦେଖିଛୁ ଯାହା ସୁରକ୍ଷା ଦୃଷ୍ଟିରୁ ଖାଲି କରିବାକୁ ବାଧ୍ୟ ହୋଇଛି । ଏଥି ସହିତ, ଆଇସିୟୁ ୱାର୍ଡ ଏବଂ ନବଜାତକ ୟୁନିଟରେ ଥିବା ରୋଗୀଙ୍କ ସହ ଡାକ୍ତରମାନେ ରହିବେ ବୋଲି ଡାକ୍ତରମାନେ ଜିଦ୍ ଧରିଛନ୍ତି ।ସହାୟତା ସାମଗ୍ରୀ ସୀମାରେ ଅଟକି ରହିଛି । UNHRO ମୁଖପାତ୍ର କହିଛନ୍ତି, 'ଦକ୍ଷିଣ ଗାଜାରେ ହଜାର ହଜାର ଲୋକଙ୍କୁ ବାଧ୍ୟତାମୂଳକ ସ୍ଥାନାନ୍ତର କରିବା ଅତ୍ୟନ୍ତ କଷ୍ଟସାଧ୍ୟ ମାନବିକ ପରିସ୍ଥିତି ସୃଷ୍ଟି କରିଛି । ସେ କହିଛନ୍ତି ଯେ ସୀମାରେ ବହୁ ପରିମାଣର ସହାୟତା ଏବଂ ରିଲିଫ୍ ସାମଗ୍ରୀ ଅଟକି ରହିଛି। ହଜାର ହଜାର ଲୋକଙ୍କ ମୃତ୍ୟୁ ଆଶଙ୍କା ପ୍ରକାଶ ପାଇଛି ।

ଗାଜା ଏବଂ ଇଜିପ୍ଟ ମଧ୍ୟରେ ଥିବା ରାଫା କ୍ରସିଂ ହେଉଛି ଯୋଗାଣ ପାଇଁ ଶେଷ ଆଉଟଲେଟ୍, କିନ୍ତୁ ଗତ ସପ୍ତାହରୁ ଏହା ବନ୍ଦ ହୋଇଯାଇଛି । ଯାହା ଦ୍ଵାରା ଗାଜାବାସୀ କିମ୍ବା ବିଦେଶୀ ନାଗରିକ ଗାଜାରେ ପ୍ରବେଶ କରିପାରୁନାହାନ୍ତି ।ଅକ୍ଟୋବର ୭ ରେ ଘଟିଥିବା ଆତଙ୍କବାଦୀ ଆକ୍ରମଣର ଜବାବରେ ଗାଜାକୁ ନିୟନ୍ତ୍ରଣ କରୁଥିବା ଇସଲାମବାଦୀ ଗୋଷ୍ଠୀ ହମାସକୁ ହଟାଇବାକୁ ଇସ୍ରାଏଲ ଶପଥ ନେଇଛି । ହମାସ ଆକ୍ରମଣରେ ୧୪୦୦ ଜଣଙ୍କର ମୃତ୍ୟୁ ଘଟିଛି । ଇସ୍ରାଏଲ ଅନୁଯାୟୀ, ଅଢେଇ ଲକ୍ଷ ବାସିନ୍ଦା ଉତ୍ତର ଗାଜା ଛାଡି ଦକ୍ଷିଣ ଦିଗକୁ ଯାଇଛନ୍ତି । ପାଲେଷ୍ଟାଇନ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ଇସ୍ରାଏଲର ଏୟାର ଷ୍ଟ୍ରାଇକରେ ୨୬୦୦ ଅଧିକ ଲୋକ ପ୍ରାଣ ହରାଇଛନ୍ତି ।