ଇସ୍ରାଏଲ ହମାସ୍ ଯୁଦ୍ଧ ମଧ୍ୟରେ ବଡ଼ ଖବର । ୪ ଦିନ ପାଇଁ ଯୁଦ୍ଧବିରତି ଘୋଷଣା କଲା ଇସ୍ରାଏଲ

107

କନକ ବ୍ୟୁରୋ : ଇସ୍ରାଏଲ-ହମାସ ମଧ୍ୟରେ ଚାଲିଥିବା ଘମାଘୋଟ ଲଢେଇ ଭିତରେ ଆସିଲା ଶାନ୍ତିର ବାର୍ତା । ଅସ୍ତ୍ରବିରତି ପାଇଁ ରାଜି ହେଲେ ଉଭୟ ହମାସ ଓ ଇସ୍ରାଏଲ । । ଦୀର୍ଘ ଦେଢମାସରୁ ଉର୍ଦ୍ଧ ସମୟ ଧରି ଯୁଦ୍ଧ ହେବା ପରେ ଉଭୟ ପକ୍ଷ ରାଜି ହୋଇଥିବା ଜଣାପଡିଛି । ୪ଦିନ ପାଇଁ ଯୁଦ୍ଧ ବନ୍ଦ ରଖିବାକୁ ଇସ୍ରାଏଲ-ହମାସ ମଧ୍ୟରେ ଚୁକ୍ତି ହୋଇଛି । ଏହି ସମୟରେ ବନ୍ଧକ ରଖିଥିବା ୫୦ରୁ ଅଧିକ ପଣବନ୍ଦୀଙ୍କୁ ମୁକ୍ତ କରିବ ହମାସ । ଇସ୍ରାଏଲ ନେଇ ପୂର୍ବରୁ ସର୍ତ ରଖିଥିଲା । ତେବେ ବେଂଜାମିନ ନେତନ୍ୟାହୁଙ୍କ କ୍ୟାବିନେଟ ବୈଠକ ପରେ ଏହି ଚୁକ୍ତିରେ ମୋହର ବାଜିଛି । ଏହା ପରେ ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ବୟାନ ସାମ୍ନାକୁ ଆସିଛି । ବେଂଜାମିନ ନେତନ୍ୟାହୁ କହିଛନ୍ତି । ଏହା ଏକ କଷ୍ଟସାଧ୍ୟ ନିଷ୍ପତି କିନ୍ତୁ ସଠିକ ନିଷ୍ପତି । ଚୁକ୍ତି ଅନୁଯାୟୀ ୫୦ଜଣ ପଣବନ୍ଦୀଙ୍କୁ ମୁକ୍ତ କରିବ ହମାସ । ୪ଦିନ ଧରି ବନ୍ଦ ରହିବ ଯୁଦ୍ଧ । ସେପଟେ ହମାସ ମାନବିକ ଚୁକ୍ତିକୁ ସ୍ୱାଗତ କରିଛି । ହମାସ ଏକ ବିବୃତି ଜାରି କରିଛି ।ହମାସ କହିଛି ଇସ୍ରାଏଲରେ ବନ୍ଧକ ଥିବା ପାଲେଷ୍ଟାଇନୀୟ ମୁକୁଳିବେ । ୧୫୦ଜଣ ପାଲେଷ୍ଟାଇନ ନାଗରିକ ମୁକ୍ତ କରିବ ଇସ୍ରାଏଲ । କତାର ମଧ୍ୟସ୍ଥତା କରିଛି

ତେବେ ଯୁଦ୍ଧ ବିରାମ ରାଜିନାମାକୁ ୩୮ଜଣ ଇସ୍ରାଏଲ ମନ୍ତ୍ରୀ ସମର୍ଥନ କରିଛନ୍ତି । ଅନ୍ୟପଟେ ଅଜମା ୟହଟିଡ ଓ ରିଲିଜିୟସ ଜିଓନିଜିମ ଦଳମାନେ ବିରୋଧ କରିଛନ୍ତି । ବନ୍ଧକ ରହିଥିବା ମହିଳା ଓ ଶିଶୁଙ୍କ ମୁକୁଳାଇବା ପାଇଁ ଚୁକ୍ତି କରିଛି ଇସ୍ରାଏଲ । ତେବେ ବିଦେଶ ବନ୍ଧକ ମୁକ୍ତ ହେବେ କି ନାହିଁ ସେନେଇ କୌଣସି ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିନି

ଯୁଦ୍ଧରେ ବଡ ଧରଣର କ୍ଷୟକ୍ଷତି ସହୁଛନ୍ତି ଉଭୟ ପକ୍ଷ । ନିରୀହ ନାଗରିକଙ୍କ ମୃତ୍ୟୁକୁ ନେଇ ସାରା ବିଶ୍ୱ ନିନ୍ଦା କରିବାସହ ଇସ୍ରାଏଲକୁ ନିବୃତ ରହିବାକୁ ଅପିଲ କରିଛନ୍ତି ।