ଲୋହିତ ସାଗର ଉତ୍ତେଜନା ଚରମ ଶିଖରରେ । ହୁତି ବିଦ୍ରୋହୀମାନଙ୍କ ଇସ୍ରାଏଲ୍ ଜାହାଜ ଉପରେ ଆକ୍ରମଣ

ଲୋହିତ ସାଗର  ଉତ୍ତେଜନା ଚରମ ଶିଖରରେ । ହୁତି ବିଦ୍ରୋହୀମାନଙ୍କ ଇସ୍ରାଏଲ୍ ଜାହାଜ ଉପରେ ଆକ୍ରମଣ

ରିପୋର୍ଟରେ କୁହାଯାଇଛି ଯେ ଜାହାଜରେ ନିଆଁ ଲାଗିଯାଇଥିଲା । ଯଦିଓ ସମସ୍ତେ ସୁରକ୍ଷିତ ଅଛନ୍ତି । କୁହାଯାଉଛି ଯେ ଏହି ଜାହାଜର  ଇସ୍ରାଏଲ ସହିତ ସିଧାସଳଖ ସମ୍ବନ୍ଧ ଅଛି ।  ଆମେରିକାର ପ୍ରତିରକ୍ଷା ଅଧିକାରୀମାନେ ଦାବି କରିଛନ୍ତି ଯେ ୟେମେନରେ ହୁତି ବିଦ୍ରୋହୀମାନେ ଏହାକୁ ଲକ୍ଷ୍ୟକରି  କ୍ଷେପଣାସ୍ତ୍ର ନିକ୍ଷେପ କରିଛନ୍ତି ।

ୟେମେନ ଉପକୂଳ ନିକଟ ଲୋହିତ ସାଗରରେ ଏକ ଜାହାଜ ଉପରେ ଆକ୍ରମଣ କରାଯାଇଛି । କୁହାଯାଉଛି ଯେ ଇସ୍ରାଏଲର ଜାହାଜକୁ ଟାର୍ଗେଟ କରି ଏହି ଆକ୍ରମଣ ଘଟିଛି । ଘରୋଇ ଗୁପ୍ତଚର କମ୍ପାନୀଗୁଡିକ ମଙ୍ଗଳବାର ଏହି ସୂଚନା ଦେଇଛନ୍ତି ।

ଜାହାଜ ଉପରେ ହୋଇଥିବା ଆକ୍ରମଣ ଏପରି ଏକ ସମୟରେ ହୋଇଛି ​​ଯେତେବେଳେ ଗାଜା ଷ୍ଟ୍ରିପରେ ଇସ୍ରାଏଲ-ହମାସ ମଧ୍ୟରେ ଘମାଘୋଟ ଯୁଦ୍ଧ ଚାଲିଛି ।  ୟେମେନର ହୁତି ବିଦ୍ରୋହୀମାନେ ହମାସକୁ ସମର୍ଥନ କରି ଇସ୍ରାଏଲର ବାଣିଜ୍ୟିକ ଜାହାଜକୁ ଆକ୍ରମଣ କରିବାକୁ ଧମକ ଦେଇଛନ୍ତି । ବ୍ରିଟେନର ନୌସେନା ଏହି ଆକ୍ରମଣକୁ ନିଶ୍ଚିତ କରିଛି । ବ୍ରିଟେନର ନୌସେନା ଓ ଆମେରିକାର ନୌସେନା ବର୍ତ୍ତମାନ ଲୋହିତ ସାଗରରେ ନିୟୋଜିତ ଅଛନ୍ତି ।

ହୁତି ବିଦ୍ରୋହୀମାନେ ଏହି ଆକ୍ରମଣ ପାଇଁ ଏପର୍ଯ୍ୟନ୍ତ ନିଜକୁ ଦାୟୀ କରିନାହାଁନ୍ତି, କିନ୍ତୁ ବିଦ୍ରୋହୀ ସାମରିକ ମୁଖପାତ୍ର ବ୍ରିଗେଡିୟର୍ ଜେନେରାଲ୍ ୟାହି ସାରୀ କହିଛନ୍ତି ଯେ ଆସନ୍ତା କିଛି ଘଣ୍ଟା ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରାଯିବ। ଅକ୍ଟୋବର ୭ ପରଠାରୁ ଇରାନ ସମର୍ଥିତ ହୁତି ବିଦ୍ରୋହୀମାନେ ଲୋହିତ ସାଗରରେ ଜାହାଜ ଉପରେ ବାରମ୍ବାର ଆକ୍ରମଣ କରିଛନ୍ତି । ଇସ୍ରାଏଲ ଏବଂ ହମାସ ମଧ୍ୟରେ ଆରମ୍ଭ ହୋଇଥିବା ଯୁଦ୍ଧ ପରେ ଲୋହିତ ସାଗରରେ ଟେନସନ ଚରମ ସୀମାରେ ପହଞ୍ଚିଛି ।

ଅକ୍ଟୋବର ୭ ରେ, ହମାସ ଆତଙ୍କବାଦୀମାନେ ଇସ୍ରାଏଲ ଉପରେ ଆକ୍ରମଣ କରିଥିଲେ, ଯେଉଁଥିରେ ପ୍ରାୟ ୧୪୦୦ ଲୋକ ପ୍ରାଣ ହରାଇଥିଲେ। ଏହି ଆକ୍ରମଣ ପରେ ଇସ୍ରାଏଲ୍ ହମାସକୁ ସମ୍ପୂର୍ଣରୂପେ ଧ୍ୱଂସ କରିବାକୁ ଶପଥ ନେଇଛି ଏବଂ ତିନି ମାସ ଧରି ଆତଙ୍କବାଦୀ ସଂଗଠନ ସହ ଯୁଦ୍ଧ କରିଆସୁଛି । ହୁତି ବିଦ୍ରୋହୀମାନେ ସେହି ସବୁ ଜାହାଜ ଉପରେ ଆକ୍ରମଣ କରୁଛନ୍ତି ଯାହାର ଇସ୍ରାଏଲ ସହିତ ସିଧାସଳଖ ସମ୍ବନ୍ଧ ଅଛି । ୱାଶିଂଟନ୍‌ ଅନୁଯାୟୀ, ଚଳିତ ମାସ ଆରମ୍ଭରେ ଲୋହିତ ସାଗରରେ ବାଣିଜ୍ୟିକ ଜାହାଜକୁ ସହାୟତା ଯୋଗାଉଥିବା ଆମେରିକା ଯୁଦ୍ଧପୋତ ତିନୋଟି ଡ୍ରୋନ୍‌ କୁ ଗୁଳି କରି ଖସାଇଥିଲା । ଏହିପରି ଆକ୍ରମଣକୁ  ସାମୁଦ୍ରିକ ସୁରକ୍ଷା ପାଇଁ ସିଧାସଳଖ ବିପଦ ବୋଲି ଜାତିସଂଘ କହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe