ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ଏକ ବିବୃତ୍ତି ସୂଚାଇ ଦେଇଛି ଯେ ୨୦୦ ରୁ ଅଧିକ ବନ୍ଧକଙ୍କୁ ମୁକ୍ତ କରିବା ପାଇଁ ସେ ହମାସ ସହ ଏକ ଡିଲ କରିପାରନ୍ତି । ନେତାନ୍ୟାହୁ କିନ୍ତୁ ପ୍ରତିଥର ଯୁଦ୍ଧବିରତି ସମ୍ଭାବନାକୁ ସମ୍ପୂର୍ଣ୍ଣ ଭାବେ ମନା କରି ଦେଇଛନ୍ତି । ନେତାନ୍ୟାହୁଙ୍କ କହିବା ଅନୁଯାୟୀ ସବୁକିଛି ହମାସ ଉପରେ ନିର୍ଭର କରେ ।

Advertisment

ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଏକ ବଡ଼ ବିବୃତ୍ତି ଦେଇଛନ୍ତି ।

ଏହା ସୂଚିତ କରୁଛି ଯେ ଆଗାମୀ ଦିନରେ ସେ ହମାସ ଦ୍ୱାରା ବନ୍ଧକ ଥିବା ୨୦୦ ରୁ ଅଧିକ ନିରୀହ ଲୋକଙ୍କୁ ମୁକ୍ତ କରିବା ଉପରେ ଏକ ପ୍ରମୁଖ ନିଷ୍ପତ୍ତି ନେଇପାରନ୍ତି । ଗାଜାରେ ହାମାସ୍ ଆତଙ୍କବାଦୀମାନଙ୍କ ଦ୍ୱାରା ବନ୍ଧକମାନଙ୍କୁ ମୁକ୍ତ କରିବା ଉପରେ ରବିବାର ଦିନ ନେତାନ୍ୟାହୁ ଆମେରିକାର ଗଣମାଧ୍ୟମ ସହିତ କଥା ହୋଇଥିଲେ । ସେ କହିଛନ୍ତି ଯେ ବର୍ତ୍ତମାନ ସେ ଏ ବିଷୟରେ ଅଧିକ କିଛି କହିପରିବେ ନାହିଁ ।  ତେବେ ସେ ଏହି ବିଷୟରେ ଅଧିକ ସୂଚନା ଦେଇ ନାହାଁନ୍ତି କାରଣ ସେ ଭୟ କରୁଛନ୍ତି ଯେ ତାଙ୍କ ଯୋଜନା ବିଫଳ ହୋଇପାରେ। ଏଥି ସହିତ, ସେ ପୁଣି ଥରେ ଯୁଦ୍ଧବିରତି ସମ୍ଭାବନାକୁ ମନା କରିଦେଇଥିଲେ।

ଇସ୍ରାଏଲ ପ୍ରଧାନମନ୍ତ୍ରୀ କ’ଣ କହିଥିଲେ ?

ଆମେରିକୀୟ ଚ୍ୟାନେଲ ଏନବିସି ସହିତ କଥାବାର୍ତ୍ତା କରି ସେ କହିଛନ୍ତି, “ମୁଁ ଭାବୁଛି ଯେ ଏହା ବିଷୟରେ ବେଶି କିଛି କହିବା ଠିକ ହେବ ନାହିଁ । ସେ କହିଛନ୍ତି ଯେ ବର୍ତ୍ତମାନ ହମାସ୍  ଉପରେ ସବୁକିଛି ନିର୍ଭର କରେ । ଗ୍ରାଉଣ୍ଡ ଅପରେସନ୍ ଆରମ୍ଭ ହେବା ମାତ୍ରେ ସବୁକିଛି ବଦଳିବାକୁ ଲାଗିଲା ।  ଗତ କିଛି ସପ୍ତାହ ମଧ୍ୟରେ ଇସ୍ରାଏଲ ଏବଂ ହାମାସ ମଧ୍ୟରେ ଯୁଦ୍ଧ ତୀବ୍ର ହୋଇଛି। ଅକ୍ଟୋବର ୭ ରେ ହାମାସ ଆତଙ୍କବାଦୀଙ୍କ ଆକ୍ରମଣ ପରଠାରୁ ଇସ୍ରାଏଲ ଗାଜାରେ ହମାସ ବିରୋଧରେ ବ୍ୟାପକ ପ୍ରତିଶୋଧ ପରାୟଣ ହୋଇଆସୁଛି । ଆତଙ୍କବାଦୀ ଆକ୍ରମଣରେ ୧୪୦୦  ଜଣ ଇସ୍ରାଏଲ ନାଗରିକଙ୍କର ମୃତ୍ୟୁ ଘଟିଛି।

ଗାଜାରେ ଲଢେଇ ଜାରି ରହିଛି

ଗାଜା ଷ୍ଟ୍ରିପ୍‌ର ବୃହତ୍ତମ ଶିଫା ହସ୍ପିଟାଲ ନିକଟରେ ଇସ୍ରାଏଲ ସୈନ୍ୟବାହିନୀ ଏବଂ ହମାସ ଉଗ୍ରବାଦୀଙ୍କ ମଧ୍ୟରେ ପ୍ରବଳ ସଂଘର୍ଷ ଚାଲିଛି । ଏହି ଲଢେଇ ମଧ୍ୟରେ ଇସ୍ରାଏଲ ଶନିବାର ରାତିରେ ଏବଂ ରବିବାର ସକାଳେ ବାୟୁସେନା ଦ୍ଵାରା ବ୍ୟାପକ ଆକ୍ରମଣ ଆରମ୍ଭ କରିଥିଲା।  ସ୍ୱାସ୍ଥ୍ୟ ଅଧିକାରୀ କହିଛନ୍ତି ଯେ ଡାକ୍ତରଖାନାରେ ବିଦ୍ୟୁତ ସରବରାହ ବନ୍ଦ ହେବା ସହ ଅତ୍ୟାବଶ୍ୟକ ସାମଗ୍ରୀର ଉପଲବ୍ଧତା ହ୍ରାସ ହେତୁ ହଜାର ହଜାର ମେଡିକାଲ କର୍ମଚାରୀ, ରୋଗୀ ଏବଂ ବିସ୍ଥାପିତ ଲୋକ ଫସି ରହିଛନ୍ତି । ଏହାପୂର୍ବରୁ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଯୁଦ୍ଧ ବନ୍ଦ ଡାକରାକୁ ପ୍ରତ୍ୟାଖ୍ୟାନ କରିଥିଲେ। ସେ କହିଛନ୍ତି ଯେ ଗାଜା ଅଞ୍ଚଳରେ ହମାସ ଉଗ୍ରବାଦୀଙ୍କୁ ସମ୍ପୂର୍ଣ୍ଣ ଦମନ କରିବା ପାଇଁ ଇସ୍ରାଏଲ ଏହି ଲଢେଇ ଜାରି ରଖିବ । ଯୁଦ୍ଧବିରତି ପ୍ରତ୍ୟାଖ୍ୟାନ ଏକ ଟେଲିଭିଜନ ସାକ୍ଷାତକାରରେ ନେତାନ୍ୟାହୁ ସ୍ପଷ୍ଟ କରିଛନ୍ତି ଯେ ଅସ୍ତ୍ରବିରତି ସେତେବେଳେ ସମ୍ଭବ ଯେତେବେଳେ ଗାଜାରେ ଉଗ୍ରବାଦୀଙ୍କ ଦ୍ଵାରା ୨୩୯ ଜଣ ବନ୍ଧକ ମୁକ୍ତ ହେବେ ।  ଯୁଦ୍ଧ ପରେ ଗାଜାକୁ ସମ୍ପୂର୍ଣରୂପେ ଅସ୍ତ୍ର ମୁକ୍ତ କରାଜୈବ ଏବଂ ଇସ୍ରାଏଲ ଏହି ଅଞ୍ଚଳର ସୁରକ୍ଷା ଭାର ବହନ କରିବ ବୋଲି ସେ କହିଛନ୍ତି । ଯୁଦ୍ଧ ପରବର୍ତ୍ତୀ ପରିସ୍ଥିତିକୁ ନେଇ ଇସ୍ରାଏଲର ନିକଟତମ ସହଯୋଗୀ ଆମେରିକା ଦେଇଥିବା ମତଠାରୁ ଏହି ଆଭିମୁଖ୍ୟ ଭିନ୍ନ ଅଟେ । ଆମେରିକା କହିଛି ଯେ ଇସ୍ରାଏଲ୍ ଏହି ଅଞ୍ଚଳର ପୁନଃ ଦଖଲକୁ ସେ ବିରୋଧ କରୁଛି । ନେତାନ୍ୟାହୁ କହିଛନ୍ତି ଯେ ଆତଙ୍କବାଦୀଙ୍କୁ ଧରିବା  ପାଇଁ ଇସ୍ରାଏଲ୍ ସୈନ୍ୟବାହିନୀ ଗାଜାରେ ପ୍ରବେଶ କରିବା ଛଡା ଆଉ କୌଣସି ବାଟ ନାହିଁ ।