ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ୍ ରବିବାର ଏକ ଅଘୋଷିତ ଭାବେ ଇରାକ ଗସ୍ତରେ ଯାଇଥିଲେ। ସେ ବାଗଦାଦରେ ଏକ ଘଣ୍ଟାରୁ ଅଧିକ ସମୟ ପାଇଁ ଇରାକ ପ୍ରଧାନମନ୍ତ୍ରୀ ମହମ୍ମଦ ଶିଆ ଅଲ-ସୁଦାନୀଙ୍କ ସହ ସାକ୍ଷାତ କରି ଆଲୋଚନା କରିଥିଲେ । ଏହାପରେ ଇସ୍ରାଏଲ୍-ହାମାସ୍ ଯୁଦ୍ଧ ମଧ୍ୟରେ ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ୍ ରବିବାର (ନଭେମ୍ବର ୫)ଦିନ ଇସ୍ରାଏଲ୍ ଅଧିକୃତ ୱେଷ୍ଟବ୍ଯାଙ୍କକୁ ଏକ ଆଶ୍ଚର୍ଯ୍ୟଜନକ ଗସ୍ତରେ ଯାଇ ପରିଦର୍ଶନ କରିଛନ୍ତି। ସେ ପାଲେଷ୍ଟାଇନର ରାଷ୍ଟ୍ରପତି ମହମୁଦ ଅବ୍ବାସଙ୍କୁ ଭେଟିଥିଲେ। ଯୁଦ୍ଧ ଆରମ୍ଭ ହେବା ପରଠାରୁ ପାଲେଷ୍ଟାଇନ ଅଞ୍ଚଳକୁ ଏହା ତାଙ୍କର ପ୍ରଥମ ଗସ୍ତ । ଏହି ଗସ୍ତ ସମୟରେ ବ୍ଲିଙ୍କେନ୍ କହିଛନ୍ତି ଯେ ଗାଜାବାସୀଙ୍କୁ ଜବରଦଖଲ ସ୍ଥାନାନ୍ତର କରାଯିବା ଉଚିତ ନୁହେଁ । ମିଳିତ ଜାତିସଂଘ କହିଛି ଯେ ଗାଜାରେ ଏହାର ଅନେକ ସାଇଟ ନଷ୍ଟ ହୋଇଯାଇଛି ଏବଂ ଯୁଦ୍ଧରେ ଏହାର ମୋଟ ୭୯ କର୍ମଚାରୀ ନିହତ ହୋଇଛନ୍ତି ।
ଆମେରିକାର ବୈଦେଶିକ ସଚିବଙ୍କ ଅଚାନକ ୱେଷ୍ଟବ୍ଯାଙ୍କ ଗସ୍ତ । ପାଲେଷ୍ଟାଇନ ରାଷ୍ଟ୍ରପତିଙ୍କୁ ଭେଟିଲେ
Advertisment
Follow Us