ଯୁଦ୍ଧ ବିରତି ପରେ ପୁଣି ରକ୍ତମୁଖା ଇସ୍ରାଏଲ । ଗାଜା ଆକାଶରେ ଗର୍ଜିଲା ଇସ୍ରାଏଲ ରକେଟ, ମିସାଇଲ

107

କନକ ବ୍ୟୁରୋ : ଯୁଦ୍ଧବିରତି ଶେଷ ହେବା ପରେ ପୁଣି ଗାଜା ଉପରେ ଆକ୍ରମଣ ଆରମ୍ଭ କରିଛି ଇସ୍ରାଏଲ । ଗାଜା ପଟି ସହ ଉତର ଗାଜାର ଆକାଶରେ ଗର୍ଜୁଛି ଇସ୍ରାଏଲର ରକେଟ ଓ ମିସାଇଲ । ହମାସର ବିଭିନ୍ନ ଠିକଣା ଉପରେ ଆଇଡିଏଫ କରିଛି ଏୟାରଷ୍ଟ୍ରାଇକ । ନିକଟରେ ଚୁକ୍ତିଭିତିରେ ହମାସ ଓ ଇସ୍ରାଏଲ ମଧ୍ୟରେ ପ୍ରଥମେ ୪ଦିନର ଯୁଦ୍ଧ ବିରତି ଓ ପରେ ଏହାକୁ ୨ଦିନ ବୃଦ୍ଧି କରାଯାଇଥିଲା । ତେବେ ଯୁଦ୍ଧ ବିରତି ସରିବା ପରେ ପୁଣି ଘନ ଘନ ଆକ୍ରମଣ କରୁଛି ଇସ୍ରାଏଲ । ଆମେରିକା ଓ ପାଶ୍ଚାତ୍ୟ ଦେଶ ପୁର୍ନବାର ଯୁଦ୍ଧ ବିରତି ପାଇଁ ଅପିଲ କରିଥିଲେ ବି ଏହାକୁ ମାନିବାକୁ ନାରାଜ ଇସ୍ରାଏଲ । ପ୍ରଧାନମନ୍ତ୍ରୀ ବେଂଜାମିନ ନେତାନ୍ୟାହୁ କହିଛନ୍ତି ଆତଙ୍କୀଙ୍କ ମୂଳପୋଛ କରିବା ପର୍ଯ୍ୟନ୍ତ ଚାଲିବ ଆକ୍ରମଣ । ଯୁଦ୍ଧବିରତିର ଆଉ ପ୍ରଶ୍ନ ଉଠୁନି । ଅକ୍ଟୋବର ୭ରୁ ଇସ୍ରାଏଲ ଉପରେ ହମାସ ଆକ୍ରମଣ କରିବା ପରେ ଏହାର ପାଲଟା ଜବାବ ଦେଉଛି ଇସ୍ରାଏଲ । ଉଭୟ ପଟୁ ଏବେ ସୁଦ୍ଧା ୧୫ହଜାର ମୃତ୍ୟୁ ହୋଇସାରିଲାଣି ।