ହମାସ ପରେ ଏବେ  ହିଜବୁଲ୍ଲା ବିରୋଧରେ ନିଜର କାର୍ଯ୍ୟାନୁଷ୍ଠାନକୁ ଜୋରଦାର କରିଛି ଇସ୍ରାଏଲ ।

Advertisment

ଇସ୍ରାଏଲ-ହମାସ  ଯୁଦ୍ଧ ବିଗତ ୪୦ ଦିନରୁ ଉର୍ଦ୍ଧ ଧରି ଜାରି ରହିଛି । ହମାସ ସହ ଲେବାନନର ଆତଙ୍କବାଦୀ ସଂଗଠନ ହିଜବୁଲ୍ଲା ମଧ୍ୟ ଇସ୍ରାଏଲ ଉପରେ ମଝିରେ ମଝିରେ ରକେଟ ଏବଂ ଡ୍ରୋନ ଦ୍ଵାରା ଆକ୍ରମଣ କରୁଛି । ଏଭଳି ପରିସ୍ଥିତିରେ ଇସ୍ରାଏଲ ଏବେ ଦୁଇ ଆଡୁ ଆକ୍ରମଣର ସମ୍ମୁଖୀନ ହେଉଛି । ଏହି ସମୟରେ ଇସ୍ରାଏଲ୍ ଲେବାନନରେ ହିଜବୁଲ୍ଲାର ସେନା ମୁଖ୍ୟାଳୟକୁ ବିସ୍ଫୋରଣ କରି ଉଡେଇ ଦେଇଥିବାର ଦାବି କରିଛି ।

ଏହି ସମୟରେ ହିଜବୁଲ୍ଲା ମଧ୍ୟ  ଏକ ଭିଡିଓ ମଧ୍ୟ ଜାରି କରିଛି ଯେଉଁଥିରେ ଏହା ଇସ୍ରାଏଲ ଉପରେ ରକେଟ୍ ମାଡ଼ କରୁଥିବାର ଦେଖାଯାଇଛି । ହିଜବୁଲ୍ଲା ଇସ୍ରାଏଲ ଆଡକୁ ୨୫ ଟି ରକେଟ୍ ନିକ୍ଷେପ କରିଥିଲା । ହମାସ ସହିତ ଏକ ଭିଡିଓ ରିଲିଜ୍ କରି ଇସ୍ରାଏଲ୍ ଏହି ସୂଚନା ଦେଇଛି । ଇସ୍ରାଏଲ କହିଛି ଯେ ସେମାନେ ଲେବାନନରେ ଥିବା ହିଜବୁଲ୍ଲାର ଆଡ୍ଡା ଉପରେ  ବୋମାମାଡ଼ କରିଛି । ହିଜବୁଲ୍ଲାର ସେନା ମୁଖ୍ୟାଳୟ ସମେତ ଅନେକ ବେସ ନଷ୍ଟ ହୋଇଯାଇଥିବାର ଜଣାପଡିଛି ।

publive-image ହିଜବୁଲ୍ଲାର ଆତଙ୍କବାଦୀ ମାନଙ୍କର ଏକ ପ୍ରଶିକ୍ଷଣ ବେଳର ଚିତ୍ର

ଏହାର ଜବାବରେ ହିଜବୁଲ୍ଲା ମଧ୍ୟ ଏକ ଭିଡିଓ ଜାରି କରିଛି ।  ଯେଉଁଥିରେ ହିଜବୁଲ୍ଲା ଇସ୍ରାଏଲ ଉପରେ ରକେଟ ଆକ୍ରମଣ କରିଥିବାର ନଜର ଆସୁଛି । ହିଜବୁଲ୍ଲା ଇସ୍ରାଏଲ ଆଡକୁ ୨୫ ଟି  ରକେଟ୍ ଫିଙ୍ଗି ଏବଂ ତିନୋଟି ଆତ୍ମଘାତୀ ଡ୍ରୋନ୍ ଦ୍ବାର ଆକ୍ରମଣ କରିଥିବାର ଦାବି କରୁଛି । ହିଜବୁଲ୍ଲା ଉତ୍ତର ଇସ୍ରାଏଲ ଉପରେ କ୍ଷେପଣାସ୍ତ୍ର ମାଡ଼ କରିଛି ହିଜବୁଲ୍ଲା ଉତ୍ତର ଇସ୍ରାଏଲର ବିରାନିଟ ସହର ଉପରେ ଏକ ଆଣ୍ଟି-ମିସାଇଲ କ୍ଷେପଣାସ୍ତ୍ର ନିକ୍ଷେପ କରିଥିଲା ।  ଏହା ଦ୍ଵାରା  ପୁରା ବେସ୍ ନଷ୍ଟ ହୋଇଗଲା ବୋଲି ସେ ଦାବି କରିଛି । ହିଜବୁଲ୍ଲା ୨ ଟି ବୁର୍କାନ ହେଭି କ୍ୟାଲିବର କ୍ଷେପଣାସ୍ତ୍ର ଦ୍ଵାରା ଆକ୍ରମଣ କରିଛି । ଏହା ପରେ ବେସରେ ନିଆଁ ଲାଗିଯାଇଥିଲା । ଇସ୍ରାଏଲ୍ ନ୍ୟୁଜ୍ ଏଜେନ୍ସି ଅନୁଯାୟୀ ଅଧିକାରୀମାନେ ଏହି ରକେଟ୍ ଆକ୍ରମଣର ପୃଷ୍ଟି କରିଛନ୍ତି । ହିଜବୁଲ୍ଲାର ମୁଖ୍ୟାଳୟ ଉପରେ ଇସ୍ରାଏଲର ଆକ୍ରମଣ ଇସ୍ରାଏଲ୍ ସେନା ମଧ୍ୟ ଏକ ଭିଡିଓ ଜାରି କରିଛି । ଏହି ଭିଡିଓରେ ଲେବାନନରେ ହିଜବୁଲ୍ଲାର ମୁଖ୍ୟାଳୟ ଉପରେ ହୋଇଥିବା ଆକ୍ରମଣ ଦେଖାଯାଇଛି । ଇସ୍ରାଏଲ ଦାବି କରିଛି ଯେ ଲେବାନନରେ ଥିବା ହିଜବୁଲ୍ଲାର ମୁଖ୍ୟାଳୟ କୋଠା ଉପରେ ଆକ୍ରମଣ କରି ସେମାନେ ଏହାକୁ ନଷ୍ଟ କରିଦେଇଛନ୍ତି । ଇସ୍ରାଏଲ୍ ସେନା କହିଛି ଯେ ସେମାନେ ଇରାନ ସମର୍ଥିତ ଆତଙ୍କବାଦୀ ଗୋଷ୍ଠୀ ହିଜବୁଲ୍ଲାର ମୁଖ୍ୟାଳୟ ଏବଂ ଅନ୍ୟାନ୍ୟ ଆଡ୍ଡା ଉପରେ  ଯୁଦ୍ଧ ବିମାନ, ସାମରିକ ଟ୍ୟାଙ୍କ ଏବଂ ହେଲିକପ୍ଟର ଦ୍ଵାରା ଆକ୍ରମଣ କରି ସେମାନଙ୍କ ଭିତ୍ତିଭୂମି ନଷ୍ଟ କରିଦେଇଛି । ଡ୍ରୋନ୍ ଦ୍ଵାରା କରାଯାଇଥିବା ଆକ୍ରମଣରେ  ହିଜବୁଲ୍ଲାର ବ୍ୟାପକ କ୍ଷୟକ୍ଷତି ହେଇଥିବାର ଜଣାପଡିଛି ।