ହିଜବୁଲ୍ଲା ଗଡ଼ରେ ପଶି ଭୁଲ କରିଦେଲା କି ଇସ୍ରାଏଲ  ?

125

ଇସ୍ରାଏଲ ଏବଂ ହମାସ୍ ମଧ୍ୟରେ ଯୁଦ୍ଧ ବର୍ତ୍ତମାନ ଲେବାନନ୍ ଆଡ଼କୁ ମାଡି ଗଲାଣି । ଲେବାନନରୁ ହିଜବୁଲ୍ଲା ଗୋଟିଏ ପରେ ଗୋଟିଏ ଆକ୍ରମଣ କରି ଇସ୍ରାଏଲ ପାଇଁ ସମସ୍ୟା ବଢାଇବାରେ ଲାଗିଛି । ଗୁରୁବାର ଦିନ ଇସ୍ରାଏଲର ଏୟାର ଟ୍ରାଫିକ କଣ୍ଟ୍ରୋଲ ବେସ ଉପରେ ହୋଇଥିବା ଆକ୍ରମଣ ଏତେ ଶକ୍ତିଶାଳୀ ଥିଲା ଯେ ଆମେରିକାର ବୈଦେଶିକ ସଚିବଙ୍କୁ ଶାନ୍ତି ପାଇଁ ପ୍ରସ୍ତାବ ନେଇ ମଧ୍ୟ ପୂର୍ବକୁ ଯିବାକୁ ପଡିଛି ।

ହିଜବୁଲ୍ଲା ଉତ୍ତର ଇସ୍ରାଏଲର ଏକ ଏୟାର ଟ୍ରାଫିକ କଣ୍ଟ୍ରୋଲ ବେସ  ଉପରେ ଆକ୍ରମଣ କରିଥିଲା । ଏହାକୁ ଅନ୍ୟ କେହି ନୁହେଁ ଇସ୍ରାଏଲ ନିଜେ ସ୍ଵୀକାର କରିଛି । ଏହା ପରେ ଇସ୍ରାଏଲ ଏବଂ ଇରାନ ସମର୍ଥକ ହିଜବୁଲ୍ଲା ମଧ୍ୟରେ ଆଉ ଏକ ଯୁଦ୍ଧର ଭୟ ମଧ୍ୟ ବଢି ଯାଇଛି । ଇସ୍ରାଏଲ ଏବଂ ହିଜବୁଲ୍ଲା ମଧ୍ୟରେ ଯୁଦ୍ଧ   ବୃଦ୍ଧି ପାଉଥିବାରୁ ସେହି ଅଞ୍ଚଳରେ ଥିବା ବିବାଦକୁ  ଆହୁରି ବଢାଇ ଦେବାର ଆଶଙ୍କା ରହିଛି । ଏଥି ସହିତ ଆମେରିକାର ସମସ୍ତ ଶାନ୍ତି ପ୍ରୟାସ ମଧ୍ୟ ବୃଥା ମନେହେଉଛି । ପରିସ୍ଥିତି କେତେ ଭୟଙ୍କର ଏଥିରୁ ଜଣାପଡୁଛି ଯେ  ଇସ୍ରାଏଲ୍ ଏବଂ ଲେବାନନ୍ ମଧ୍ୟରେ ବଢୁଥିବା ଦ୍ଵନ୍ଦ ଯୋଗୁ ଶାନ୍ତି ଚୁକ୍ତି ପାଇଁ ଆମେରିକାର ବୈଦେଶିକ ସଚିବଙ୍କୁ ତରବରିଆ ଭାବେ ମଧ୍ୟ ପ୍ରାଚ୍ୟ ଗସ୍ତ କରିବାକୁ ପଡିଛି । ସେ ମଧ୍ୟ ଇସ୍ରାଏଲ ଗସ୍ତରେ ମଧ୍ୟ ଯାଉଛନ୍ତି ଯେଉଁଠାରେ ଇସ୍ରାଏଲ ଏବଂ ଲେବାନନ ମଧ୍ୟରେ ବଢୁଥିବା  ବିବାଦ ଉପରେ ଆଲୋଚନା ହେବ ବୋଲି ସ୍ପଷ୍ଟ ହୋଇଛି ।

ଇସ୍ରାଏଲ୍ ସେନା କହିଛି ଯେ ହିଜବୁଲ୍ଲା ଶନିବାର ମେରନ୍ ମାଉଣ୍ଟରେ ଏୟାର ଟ୍ରାଫିକ୍ କଣ୍ଟ୍ରୋଲ ବେସ ଉପରେ ଆକ୍ରମଣ କରିଛି । ଏହି ଆକ୍ରମଣ ଅତ୍ୟନ୍ତ ମାରାତ୍ମକ ଥିଲା କିନ୍ତୁ ବ୍ୟାକଅପ୍ ସିଷ୍ଟମର ଉପସ୍ଥିତି ଯୋଗୁଁ ଏଆର ଡିଫେନସ ସିଷ୍ଟମର  ଅଧିକ କ୍ଷତି ହୋଇନଥିଲା । ହିଜବୁଲ୍ଲା ଆକ୍ରମଣରେ ଏହାର କୌଣସି ସୈନିକ ଆହତ ହୋଇନାହାଁନ୍ତି ବୋଲି ଇସ୍ରାଏଲ୍ ସେନା ଦୃଢ ଭାବରେ କହିଛି, କିନ୍ତୁ ଗଣମାଧ୍ୟମର ରିପୋର୍ଟରେ କୁହାଯାଇଛି ଯେ କ୍ଷୟକ୍ଷତିର ପରିମାଣ ବହୁତ ଅଧିକ ଏବଂ ଏହାର ମରାମତି ପାଇଁ ଇସ୍ରାଏଲ୍ ପାଇଁ ସମୟ ଏବଂ ବହୁ ସମ୍ବଳ ଲାଗିବ ।

ହଜାର ହଜାର ଇସ୍ରାଏଲ୍ ଲୋକଙ୍କର ପଳାୟନ

ତେବେ ଇସ୍ରାଏଲ ଏବଂ ହାମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ପରେ ହିଜବୁଲ୍ଲା ଦ୍ଵାରା ଏପର୍ଯ୍ୟନ୍ତ ହେଇଥିବା ଆକ୍ରମଣ ମଧ୍ୟରେ ଏହା ସବୁଠାରୁ ବଡ଼ ଓ ଭୟଙ୍କର ଆକ୍ରମଣ ବୋଲି କୁହାଯାଉଛି । ଏହାର ପ୍ରଭାବ ଏତେ ଭୟଙ୍କର ହୋଇଛି ଯେ ସ୍ଥାନୀୟ ଅଞ୍ଚଳରୁ ଇସ୍ରାଏଲର ହଜାର ହଜାର ଲୋକଙ୍କୁ ନିଜ ଘର ଛାଡି ପଳାଇବାକୁ ପଡ଼ିଛି । ଏହି ସମସ୍ତ ଲୋକ ଇସ୍ରାଏଲ ଏବଂ ଲେବାନନ ସୀମାରେ ବାସ କରୁଥିଲେ । ଇସ୍ରାଏଲ ବର୍ତ୍ତମାନ ଦକ୍ଷିଣ ଆଡକୁ ଗତି କରୁଛି ଇସ୍ରାଏଲ୍ ସେନା କହିଛି ଯେ ଗାଜାର ଉତ୍ତର ଅଞ୍ଚଳରେ ଏହା ପ୍ରାୟ ତା କାର୍ଯ୍ୟ ଶେଷ କରିସାରିଛି । ଇସ୍ରାଏଲ ଦାବି କରିଛି ଯେ ଏହା ହମାସର ଭିତ୍ତିଭୂମି ସଂପୂର୍ଣ୍ଣ ଭାବେ ନଷ୍ଟ କରିଦେଇଛି ।  ଇସ୍ରାଏଲ ବର୍ତ୍ତମାନ ଦକ୍ଷିଣ ଦିଗରେ ନିଜର କାର୍ଯ୍ୟକୁ ବିସ୍ତାର କରୁଛି । ଅନ୍ୟପକ୍ଷରେ, ୨୩ ଲକ୍ଷ ପାଲେଷ୍ଟାଇନୀୟଙ୍କ ମଧ୍ୟରୁ ଅଧିକାଂଶ ବର୍ତ୍ତମାନ ବିସ୍ଥାପିତ ଜୀବନ ଅତିବାହିତ କରୁଛନ୍ତି । ଅକ୍ଟୋବର ୭ ରେ ଯୁଦ୍ଧ ଆରମ୍ଭ ହେବା ପରଠାରୁ ୨୨,୦୦୦ ରୁ ଅଧିକ ପାଲେଷ୍ଟାଇନୀୟଙ୍କର ମୃତ୍ୟୁ ଘଟିଛି ଏବଂ ୫୮,୦୦୦ ରୁ ଅଧିକ ଆହତ ହୋଇଛନ୍ତି ।