ପାଲେଷ୍ଟାଇନକୁ ଭାରତର ସହାୟତା : ସ୍ୱତନ୍ତ୍ର ବିମାନ ଯୋଗେ ୪୦ ଟନର ରିଲିଫ ସାମଗ୍ରୀ ସହ ମେଡିକାଲ ସହାୟତା

ପାଲେଷ୍ଟାଇନକୁ ଭାରତର ସହାୟତା : ସ୍ୱତନ୍ତ୍ର ବିମାନ ଯୋଗେ ୪୦ ଟନର ରିଲିଫ ସାମଗ୍ରୀ ସହ ମେଡିକାଲ ସହାୟତା

କନକ ବ୍ୟୁରୋ : ପାଲେଷ୍ଟାଇନ -ଇସ୍ରାଇଏଲ ଯୁଦ୍ଧ ଭିତରେ ସହାୟତା ପଠାଇଛି ଭାରତ । ଇସ୍ରାଏଲର ଆକ୍ରମଣ ଯୋଗୁ ପାଲେଷ୍ଟାଇନର ଗାଜା ଷ୍ଟ୍ରିପରେ ଲକ୍ଷ ଲକ୍ଷ ଲୋକ ଘର ଛାଡିଛନ୍ତି । ଲୋକେ ଖାଇବାକୁ ପାଉନଥିବା ବେଳେ ମେଡିକାଲ ସହାୟତା ମଧ୍ୟ ମିଳି ପାରୁନାହିଁ । ଏପରି ସ୍ଥିତିରେ ମାନବିକତା ଦୃଷ୍ଟି କୋଣରୁ ଭାରତ ରିଲିଫ ସାମଗ୍ରୀ ସହ ମେଡିକାଲ ସହାୟତା ପଠାଇଛି । ଆଜି ଉତ୍ତରପ୍ରଦେଶର ଗାଜିଆବାଦ ହିଣ୍ଡନ ଏୟାର ବେସରୁ ବାୟୁସେନାର ବିମାନ ଆଇଏଫ-ସି-୧୭ ରିଲିଫ ସାମ୍ରଗୀ ନେଇ ଇଜିପ୍ଟ ଅଭିମୁଖେ ଯାତ୍ରା କରିଛି । ମୋଟ ୬ ଦଶମିକ ୫ ଟନରେ ଔଷଧପତ୍ର ସହ ୩୨ ଟନର ରିଲିଫ ସାମଗ୍ରୀ ପଠାଇଛି ଭାରତ । ଇଜିପ୍ଟରେ ପହଞ୍ଚିବ ପରେ ସେଠାରୁ ସଡକ ପଥରେ ଗାଜା ପଠାଯିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe